ETV Bharat / bharat

ଉତ୍ତରାଖଣ୍ଡରେ ଓଡିଶା ମହିଳାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ - ଓଡିଶା ମହିଳାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଋଷିକେଶରେ ଗତବର୍ଷ ୯ ଡିସମ୍ବରରେ କୃଷ୍ଣାନଗର ଅଞ୍ଚଳରେ ଏକ ଝୁପୁଡି ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ଓଡିଶାର ଆରତୀ ନାମକ ମହିଳାଙ୍କୁ ହତ୍ୟା କରିଛି ଅଭିଯୁକ୍ତ ସ୍ବାମୀ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଓଡିଶା ମହିଳାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କଲା ପୋଲିସ

author img

By

Published : Jan 26, 2022, 10:16 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ଓଡିଶା ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ। ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲାର ଋଷିକେଶରେ ଗତବର୍ଷ ୯ ଡିସମ୍ବରରେ କୃଷ୍ଣାନଗର ଅଞ୍ଚଳରେ ଏକ ଝୁପୁଡି ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ହତ୍ୟାକାରୀ ହେଉଛି ମୃତ ମହିଳାଙ୍କ ସ୍ବାମୀ । ହତ୍ୟା ପରେ ସ୍ବାମୀ ମହିଳାଙ୍କ ମୃତଦେହକୁ ଏକ ଝୁପୁଡି ଘରେ ଫିଙ୍ଗି ଦେଇଥିଲା। ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତେବେ ପରେ ଅଭିଯୁକ୍ତ ଜଣକ ନିଜର ପୂର୍ବ ସ୍ତ୍ରୀଙ୍କୁ ଭେଟିବାକୁ ଋଷିକେଶରେ ପହଞ୍ଚିଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା ।

ତେବେ ଏ ସମସ୍ତ ଘଟଣାକୁ ନେଇ ଦେହାତ ଏସପି କମଲେଶ ଉପାଧ୍ୟୟ ଏହି ହତ୍ୟା ମାମଲାର ଖୁଲାସା କରିଛନ୍ତି । ଗତବର୍ଷ ଡିସମ୍ବରରେ କୃଷ୍ଣାନଗର ଅଞ୍ଚଳରେ ଏକ ଝୁପୁଡି ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାର ତଦନ୍ତ ପରେ ଜଣାପଡିଛି ଯେ ମହିଳା ଜଣଙ୍କ ନାମ ହେଉଛି ଆରତୀ (Aarti murder case) । ସେ ଓଡିଶାର କଟକ ଜିଲ୍ଲାର ବୋଲି ପରିଚୟ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ମହିଳାଙ୍କୁ ଗଳାଚିପି ହତ୍ୟା କରାଯାଇଛି । ପୋଲିସ ଅଭିଯୁକ୍ତ ସ୍ବାମୀ ସଞ୍ଜୟ କୁମାର ଭରଦ୍ବାଜଙ୍କୁ ଗିରଫ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଜଣକ ନିଜ ପତ୍ନୀକୁ ହତ୍ୟା କରିଥିବା ସ୍ବୀକାର କରିଛି।

ସୂଚନାଥାଉକି ୨୦୧୬ ମସିହାରେ ଉତ୍ତରପ୍ରଦେଶର ସଞ୍ଜୟ ଭରଦ୍ବାଜ ଆରତୀଙ୍କ ସହିତ ପ୍ରେମ ବିବାହ କରିଥିଲେ । ଦୀର୍ଘ ୫ ବର୍ଷ ଧରି ହରିଦ୍ବାରର ଏକ କମ୍ପାନୀରେ ଏକାଠି ଉଭୟ ସ୍ବାମୀ ଓ ସ୍ତ୍ରୀ ଭାବରେ ରହିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ସଞ୍ଜୟ ସ୍ତ୍ରୀ ଆରତୀକୁ ଓଡିଶା ପଠାଇବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଆରତୀ ଆଉ ଓଡିଶା ଫେରିବାକୁ ପ୍ରସ୍ତୁତ ନଥିଲା । ଏହା ପରେ ସଞ୍ଜୟ ଆରତୀଙ୍କ ନିଜ ବାଟରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ପ୍ଲାନ ଅନୁସାରେ ଡିସେମ୍ବର ୮ ତାରିିଖରେ ଆରତୀଙ୍କୁ ନେଇ ଋଷିକେଶରେ ପହଞ୍ଚିଥିଲେ । ଏହା ପରେ ଏକ ଝୁପୁଡି ଘରେ ପଥର ମାଡ କରି ଲହୁଲୁହାଣ କରିବା ସହ ଏହା ପରେ ବେକ ଚିପି ହତ୍ୟା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.