ETV Bharat / bharat

‘ନାରୀର ସମ୍ମାନ ଯେଉଁଠି ସଂସ୍କୃତିର ଉତଥାନ ସେଇଠି’

ଯେଉଁଠି ନାରୀ ମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ଦେବତା ମାନେ ବିଚରଣ କରନ୍ତି । ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ନାରୀର ସମ୍ମାନ ଯେଉଁଠି ସଂସ୍କୃତିର ଉତଥାନ ସେଇଠି । ଆମ ଦେଶରେ ମୋଟ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ନାରୀ । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସ
ଅନ୍ତର୍ଜାତୀୟ ମହିଳା ଦିବସ
author img

By

Published : Mar 8, 2021, 12:24 PM IST

ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ... ରମନ୍ତେ ତତ୍ର ଦେବତାଃ

ଯତ୍ର ତାସ୍ତୁ ନ ପୂଜ୍ୟନ୍ତେ, ସର୍ବା ସ୍ତତ୍ରା ଫଳଃ କ୍ରିୟା...

ଅର୍ଥାତ ଯେଉଁଠି ନାରୀ ମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ଦେବତା ମାନେ ବିଚରଣ କରନ୍ତି । ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ନାରୀର ସମ୍ମାନ ଯେଉଁଠି ସଂସ୍କୃତିର ଉତଥାନ ସେଇଠି । ଆମ ଦେଶରେ ମୋଟ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧଂଶ ହେଉଛନ୍ତି ନାରୀ । ଭାରତୀୟ ସଂସ୍କୃତି ଓ ପରମ୍ପରା ମୁଖ୍ୟତଃ ନାରୀ ମାନଙ୍କୁ ସର୍ବାଗ୍ରେ ରଖିଛି । ବୈଦିକ ଯୁଗରୁ ମହନୀୟ ମହିୟସୀ ମହିଳା ଗାର୍ଗୀ, ମୈତ୍ରୀୟଙ୍କ କଥା କୁହାଯାଉ କି ପୁରାଣ ପୃଷ୍ଠାରୁ ଦୁର୍ଗା, କାଳୀଙ୍କ ଭଳି ଶକ୍ତିଶାଳୀ ଦେବୀ ମାନଙ୍କ କଥା ବିଚାରକୁ ନିଆଯାଉ । ନାରୀ ବିନା ଭାରତୀୟ ସଂସ୍କୃତି କୁ ପରିକଳ୍ପନା କରିବା ବାହୁଲ୍ୟ ମାତ୍ର... ପରିବାର ପରିଚାଳନା ହେଉ କିମ୍ବା ରାଜନୀତି ସବୁ କ୍ଷେତ୍ରରେ ମହିଳା ମାନେ ଆଗଧାଡିରେ ।

ଇତିହାସ ପୃଷ୍ଠାକୁ ଫର୍ଦ ଫର୍ଦ କରି ଲେଉଟାଇ ଦେଖିଲେ ନାରୀ ଜାତି ହିଁ ପ୍ରଶଂସାର ଚୂଡ଼ା ଦେଶରେ ବିରଜମାନ। ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଇ, ଶୁକଦେଇଙ୍କ ଗାଥା ତାଙ୍କର ନିଜ ନିଜ ଶାଣିତ କ୍ଷୁଧିତ ରକ୍ତ ରଞ୍ଜିତ କୋଷମୁକ୍ତ ବିଜୟୀ ତରବାରି ହିଁ ଦେଇପାରିବ । ମହିଳା ଶିକ୍ଷା ଓ ସଂସ୍କାର ପାଇଁ ସାବିତ୍ରୀ ବାଇ ଫୁଲେଙ୍କ ଅବଦାନ ଅତୁଳନୀୟ । ମନେ ପକାନ୍ତୁ କଳ୍ପନା ଚଉଳାଙ୍କ କଥା । ଅନ୍ତରିକ୍ଷ ଯାତ୍ରୀଙ୍କ ପାଇଁ ସେ ଏକ ମାଇଲ ଖୁଣ୍ଟ । ତେବେ ଏଥିରୁ ଆମେ ଜାଣୁଛେ ନାରୀ ଅବଳା କି ଦୁର୍ବଳା ନୁହେଁ । ସମସ୍ତ ଶକ୍ତିର ଅଧିକାରିଣୀ ନାରୀ । ଉତ୍କଳୟ ଚିନ୍ତା, ଚେତନା, ଜଗନ୍ନାଥଙ୍କ ପରମ୍ପରା ଓଡ଼ିଆ ଜାତି ପାଇଁ ପ୍ରେରଣା । ଜଗତର ନାଥ ଜଗନ୍ନାଥ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରା କରନ୍ତି । ରଜପର୍ବ ମହିଳା ମାନଙ୍କର ଓ ମହିଳା ମାନଙ୍କ ପାଇଁ ଏଥିରେ ଭୂମାତାଙ୍କୁ କର୍ଷଣ କରାଯାଏ ନାହିଁ ।

ରମାଦେବୀ, ନନ୍ଦିନୀ ଶତପଥୀ, ବସନ୍ତ ମଞ୍ଜରୀ, ମାଳତୀ ଚୌଧୁରୀଙ୍କ ଭଳି ବୀର ରମଣୀ ମାନେ ଓଡିଶା ଇତିହାସ ପୃଷ୍ଠାକୁ ମଣ୍ଡନ କରିଯାଇଛନ୍ତି । ତେବେ ଏଥିରୁ ନିଶ୍ଚିତ ନାରୀ କେବେ ଦୁର୍ବଳା ହୋଇନଥାଏ କିଛି ପରିସ୍ଥିତି, ପରିବେଶର ଦାସୀ ପାଲଟିଯାଇଥାଏ । ସେ ଯାହା ବିହେଉ ବର୍ତ୍ତମାନର ସମୟ ପରିସ୍ଥିତିର ଦାସତ୍ବ ସ୍ବୀକାର କରିବା ନୁହେଁ, ବର୍ତ୍ତମାନ ପରିସ୍ଥିତି ସହ ମୁକାବିଲା କରିବାର ସମୟ କାରଣ ନାରୀ ହିଁ ସ୍ରଷ୍ଟା ନାରୀ ହିଁ ଶ୍ରେଷ୍ଠ । ପୁରାଣ, କିମ୍ବଦନ୍ତୀ, ଇତିହାସ ଓ ସାମାଜିକ ବ୍ୟବସ୍ଥାରେ ନାରୀକୁ ତର୍ଜମା କରି ପଦାଙ୍କ ଅନୁସରଣ କରିବା ସଙ୍ଗେ ସଙ୍ଗେ ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ ନିଜର ଓ ନାରୀର ଜୀବନ ବିଶ୍ଲେଷଣ ଦ୍ବାରା ହିଁ ମହିଳା ମାନଙ୍କର ମହନୀୟତା ଅନୁଭବ କରାଯାଇପାରିବ ।

ଏମିତିରେ ବି ଆମେ ସେଇ ପ୍ରାଚୀନ ଭାରତୀୟ ସଂସ୍କୃତିର ଦାୟାଦ ଯେଉଁଠି ନାରୀ ନିଜକୁ ତିଳ ତିଳ କରି ଜଳାଇ ଆତ୍ମ ତୃପ୍ତି ପାଇଥାଏ । ଅନ୍ୟ ମୁହଁରେ ହସ ଦେଖି ସେ ହସିଥାଏ । ଆମେ ସେହି ସଂସ୍କୃତିର ଦୟାଦ ଯେଉଁ ସଂସ୍କୃତି ଝିଅକୁ ମା ବୋଲି ସମ୍ବୋଧନ କରିଥାଏ । ଭାରତୀୟ ସଂସ୍କୃତି ଉଚ୍ଚକୋଟିର ଯାହାର ତୁଳନା ନାହିଁ । ସେଥିପାଇଁ ଆମେ ଭାରତୀୟ ବୋଲି ଗର୍ବ ଅନୁଭବ କରିବା ସହ ଆଜି ଅର୍ଥାତ ମାର୍ଚ୍ଚ 8, ବିଶ୍ବ ମହିଳା ଦିବସ ଅବସରରେ ବଜ୍ର ଶପଥ କରିବା ଆବଶ୍ୟକ ଯେ, କୌଣସି ଦୁର୍ବଳ ମୁହୂର୍ତ୍ତରେ ଚରିତ୍ର ସ୍କଳନ ପୂର୍ବକ ଆକ୍ରୋଶ ଭାବ ନେଇ ନାରୀ ଜାତି କୁ ଅସମ୍ମାନ କରିବା ନାହିଁ । ଏହା ସହ ଆମ ସଂସ୍କୃତି ଓ ପରମ୍ପରାରେ ଥିବା ନାରୀ ଜାତିର ଗାଥାକୁ ଆହୁରି ମଜବୁତ କରିବା । ତେବେ ଯାଇ ବର୍ଷର ପ୍ରତି ମାସ, ମାସର ପ୍ରତି ପକ୍ଷ, ପକ୍ଷର ପ୍ରତି ସପ୍ତାହ ଏବଂ ସପ୍ତାହର ସବୁଦିନ ଆମ ପାଇଁ ହେବ ଅନ୍ତର୍ଜାତୀୟ ମହିଳା ଦିବସ ।

-ରାଜଶ୍ରୀ ରାଉତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.