ETV Bharat / bharat

ଟ୍ରାକ୍ଟର ରାଲି ହିଂସା: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଥରୁର-ସରଦେଶାଇ - ଟ୍ରାକ୍ଟର ରାଲି ହିଂସା

କଂଗ୍ରେସ ସାଂସଦ ଶଶି ଥରୁର ଏବଂ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଗଣତନ୍ତ୍ର ଦିବସରେ କରିଥିଲେ ମିଛ ଟ୍ବିଟ୍ । ଏନେଇ ସେମାନଙ୍କ ବିରୋଧରେ ହୋଇଥିବା ଏକାଧିକ ମାମଲା ବିରୋଧରେ ଦୁହେଁ ପହଞ୍ଚିଛନ୍ତି ସୁପ୍ରିମକୋର୍ଟ । ଦେଖନ୍ତୁ ପଢନ୍ତୁ...

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ
author img

By

Published : Feb 3, 2021, 2:52 PM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଏବଂ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଗଣତନ୍ତ୍ର ଦିବସରେ କରିଥିଲେ ମିଛ ଟ୍ବିଟ୍ । କୃଷକଙ୍କ ଟ୍ରାକ୍ଟର ସମାବେଶରେ ହୋଇଥିବା ହିଂସା ସମ୍ପର୍କରେ ମିଥ୍ୟା ଟ୍ବିଟ୍ କରି ଲୋକଙ୍କୁ ଭ୍ରମିତ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶଶି ଥରୁର୍ ଓ ରାଜଦୀପ ସରଦେଶାଇ ।

ସାମ୍ବାଦିକ ମୃଣାଳ ପାଣ୍ଡେ, ଜାଫର ଆଗା, ପରେଶ ନାଥ ଏବଂ ଅନନ୍ତ ନାଥ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ମାମଲା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଗତ ଜାନୁଆରୀ 30ରେ ଦିଲ୍ଲୀ ପୋଲିସ ଥରୁର, ସରଦେଶାଇ, ଦି କାରଭାନ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାୟର କରିଥିଲା । ଏହାପୂର୍ବରୁ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାକୁ ନେଇ ଥରୁର୍ ଏବଂ 6 ଜଣ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା ।

ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ସମ୍ପର୍କରେ ଟ୍ବିଟ୍ କରି ଥରୁର ଏବଂ 6 ଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟପ୍ରଦେଶ ପୋଲିସ ମଧ୍ୟ ମାମଲା ଦାୟର କରିଛି। ଜାନୁୟାରୀ 26ରେ କେନ୍ଦ୍ରର ତିନୋଟି କୃଷି ଆଇନ ରଦ୍ଦ କରିବା ଦାବି ନେଇ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଟ୍ରାକ୍ଟର ରାଲିରେ ହଜାର ହଜାର ବିରୋଧୀ କୃଷକ ପୋଲିସ ସହ ସଂଘର୍ଷ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.