ETV Bharat / bharat

ସସପେନ୍ସରେ ମୁମ୍ବାଇ CP ବଦଳି, ସନ୍ଦେହ ଘେରରେ ମହାରାଷ୍ଟ୍ର ସରକାର - ପରମବୀର ସିଂହ

କିଛି ଦିନରୁ ସନ୍ଦେହ ଘେରରେ ରହିଥିବା ମୁମ୍ବାଇ ପୋଲିସର ବଡ ସ୍ତରରେ ବଦଳି ଛିଡା କରିଛି ପ୍ରଶ୍ନ ଚିହ୍ନ । ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ଏନଆଇଏ ଯାଞ୍ଚ ମଧ୍ୟରେ ଅଚାନକ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ବଦଳି କରିଦେଇଛନ୍ତି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର । ଅଧିକ ପଢନ୍ତୁ...

ସସପେନ୍ସରେ ମୁମ୍ବାଇ CP ବଦଳି, ସନ୍ଦେହ ଘେରରେ ମହାରାଷ୍ଟ୍ର ସରକାର

author img

By

Published : Mar 17, 2021, 9:26 PM IST

ମୁମ୍ବାଇ: ପୋଲିସ ଆଗରେ କେବେ ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୁଏ, ତ ଆଉ କେବେ ସୁରକ୍ଷାରେ ତ୍ରୁଟି ଓ ବିଫଳତା କାରଣରୁ ବଦଳନ୍ତି ଅଫିସର । 1993 ବୋମା ବିସ୍ଫୋରଣ ହେଉ କି 26/11 ଆତଙ୍କବାଦୀ ଆକ୍ରମଣ ଘଟଣା । ଦେଶର ଆର୍ଥିକ ରାଜଧାନୀ ସୁରକ୍ଷାକୁ ନେଇ ସର୍ବଦା ବଡ ଚ୍ୟାଲେଞ୍ଜର ସାମ୍ନା କରିଆସିଛି ମୁମ୍ବାଇ ପୋଲିସ । ଏହାରି ମଧ୍ୟରେ ବଦଳିଛି ସରକାରଙ୍କ କ୍ଷମତା ଆଉ ତା ସହିତ ବଦଳିଯାଇଛି ଅଫିସରଙ୍କ ପଦପଦବୀ । ମୁମ୍ବାଇରେ ପୋଲିସ କମିଶନର ବଦଳି କୌଣସି ବଡ କଥା ନୁହେଁ । ହେଲେ କିଛି ଦିନରୁ ସନ୍ଦେହ ଘେରରେ ରହିଥିବା ମୁମ୍ବାଇ ପୋଲିସର ବଡ ସ୍ତରରେ ବଦଳି ଛିଡା କରିଛି ପ୍ରଶ୍ନ ଚିହ୍ନ ।

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ଏନଆଇଏ ଯାଞ୍ଚ ମଧ୍ୟରେ ଅଚାନକ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ବଦଳି କରିଦେଇଛନ୍ତି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମିଳିଛି ମୁମ୍ବାଇ ପୋଲିସ କମିଶନର ଦାୟିତ୍ବ । ତେବେ ଏନଆଇଏ ଯାଞ୍ଚ ଚାଲିଥିବା ବେଳେ କଣ ପାଇଁ ହଟିଲେ ମୁମ୍ବାଇ ପୋଲି କମିଶନର ? କଣ ରହିଛି ଏହା ପଛରେ ଉଦ୍ଦେଶ୍ୟ ? ୱାଜେଙ୍କ ପରେ ପଡିବ କି ପରମବୀରଙ୍କ ପାଳି? ଏସବୁ ପ୍ରଶ୍ନ ଭେତରେ ଏବେ ଖୋଦ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ସରକାର ।

ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭାବନ ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଓ ପରେ ସେହି ଗାଡିର ମାଲିକର ମୃତ୍ୟୁ ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି । ଘଟଣାକୁ ବିତିଲାଣି 20ରୁ ଉର୍ଦ୍ଧ୍ବ ଦିନ । ହେଲେ ଏଯାବତ ଘଟଣାରେ ହୋଇନାହିଁ କୌଣସି ଗୁରୁତ୍ବପୂର୍ଣ୍ଣ ଖୁଲାସା । ମହାରାଷ୍ଟ୍ର ଏପିଆଇ ସଚିନ ୱାଜେଙ୍କ ଗିରଫ ଘଟଣାରୁ ନେଇ ମୁମ୍ବାଇ ପୋଲିସ କମିଶନର ପରିମବୀର ସିଂହଙ୍କ ବଦଳି, ମାମଲାକୁ ଦେଇଛି ନୂଆ ମୋଡ ।

25 ଫେବୃଆରୀ ମୁକେଶ ଅମ୍ବାନୀଙ୍କ ବାସାଭବନ ସାମ୍ନାରୁ ମିଳିଥିଲା ବିସ୍ଫୋରକ ଭର୍ତ୍ତି ଗାଡି । ପରେ ମାର୍ଚ୍ଚ 5ରେ ମିଳିଥିଲା ଗାଡି ମାଲିକର ମୃତଦେହ । ଘଟଣାକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ମୁମ୍ବାଇ ପୋଲିସର ଏପିଆଇ ସଚିନ ୱାଜେ । ସଚିନଙ୍କ ଗିରଫଦାରୀକୁ ନେଇ ଦାବି କରିଥିଲା ଭାରତୀୟ ଜନତା ପାର୍ଟି । 6 ମାର୍ଚ୍ଚରେ ଏଟିଏସ ହାତରେ ହସ୍ତାନ୍ତର କରାଗଲା ତଦନ୍ତଭାର । 8 ମାର୍ଚ୍ଚରେ ଜାତୀୟ ତଦନ୍ତକାରୀ ଦଳ ଏନଆଇଏ ନେଲା ଆଣ୍ଟିଲିଆ ମାମଲାର ତଦନ୍ତ ଭାର । 13 ମାର୍ଚ୍ଚରେ ସଚିନ ୱାଜେଙ୍କୁ ଜେରା କରିଥିଲା ଏନଆଇଏ । ଦୀର୍ଘ ଘଣ୍ଟାର ଜେରା ପରେ ସଚିନଙ୍କୁ ଗିରଫ କରିଥିଲା ଏନଆଇଏ । 15 ମାର୍ଚ୍ଚରେ ସଚିନ ୱାଜେଙ୍କୁ କରାଗଲା ନିଲମ୍ବନ ଆଉ ଏହାର ଦୁଇ ଦିନ ପରେ ଅର୍ଥାତ 17 ମାର୍ଚ୍ଚରେ ବଦଳିଗଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ।

ଜବତ ଗାଡି ମାଲିକ ହିରେନ ମନସୁଖର ରହସ୍ୟଜନକ ମୃତ୍ୟୁ ଘଟଣାର ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ରାଜ୍‌ରୁ ପରଦା ହଟିବା ସହ ଏହି ମାମଲାର ସସପେନ୍ସକୁ ଆହୁରି ବଢାଇ ଦେଇଛି । ଏନଆଇଏର ଦାବି ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ଘର ବାହାରେ ପିପିଇ କିଟ ପିନ୍ଧି ସିସିଟିଭିରେ କଏଦ ହୋଇଥିବା ବ୍ୟକ୍ତି ଆଉ କେହି ନୁହେଁ ବରଂ ନିଜେ ସଚିନ ୱାଜେ ।

ମୁକେଶ ଅମ୍ବାନୀଙ୍କ ସୁରକ୍ଷାରେ ବଡ ତ୍ରୁଟି ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ବିରୋଧୀ । ଘଟଣାକ୍ରମକୁ ବିଚାରକୁ ନେଲେ ପ୍ରଶ୍ନ ଉଠୁଛି କଣ ଅମ୍ବାନୀଙ୍କୁ ଟାର୍ଗେଟ କରିବାର ଥିଲା କି କୌଣସି ବଡ ଯୋଜନା ? ସଚିନ ୱାଜେ ଗିରଫ ହେବା ପରେ କଣ ପାଇଁ ପରମବୀର ସିଂହଙ୍କୁ ସିପି ପଦରୁ ହଟାଇଲେ ଉଦ୍ଧବ ସରକାର? ଘଟଣା ପଛରେ ପରମବୀରଙ୍କର ରହିଛି କି ହାତ?

ଘଟଣାରେ ଏନଆଇଏ ଯାଞ୍ଚ ପରେ ଅନେକ ରହସ୍ୟ ଉପରୁ ପରଦା ହଟିବା ଏବେ ବି ବାକି ରହିଛି । ଏହାର ଆଉ ଏକ କାରଣ ମଧ୍ୟ ଏହା କି ଆଣ୍ଟିଲିଆ ମାମଲାରେ ତଦନ୍ତଭାର ଏନଆଇଏକୁ ଦିଆଯାଇଛି, ଯେତେବେଳେ ସରକାର ଏହାର କଡା ବିରୋଧ କରୁଛନ୍ତି । ଏନଆଇଏ ଯାଞ୍ଚକୁ ବିରୋଧ ଓ ଏହାରି ଭିତରେ ପରମବୀର ସିଂହଙ୍କୁ ସିପି ପଦରୁ ଅଚାନକ ବଦଳି କରିବା ଉଭୟ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ସରକାରଙ୍କୁ ସନ୍ଦେହ ଘେରକୁ ଟାଣିଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.