ETV Bharat / bharat

ଲାଲକିଲ୍ଲା ହିଂସାକାଣ୍ଡ: ଖଣ୍ଡା ବୁଲାଉଥିବା ମନିନ୍ଦର ସିଂ ଗିରଫ

author img

By

Published : Feb 17, 2021, 9:54 AM IST

ଲାଲକିଲ୍ଲା ହିଂସାକାଣ୍ଡରେ ଖଣ୍ଡା ବୁଲାଉଥିବା ମନିନ୍ଦର ସିଂକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି । ଅଧିକ ପଢନ୍ତୁ...

ଲାଲକିଲ୍ଲା ହିଂସାକାଣ୍ଡ
ଲାଲକିଲ୍ଲା ହିଂସାକାଣ୍ଡ

ନୂଆଦିଲ୍ଲୀ: ଜାନୁଆରୀ 26 ତାରିଖରେ ଲାଲକିଲ୍ଲାରେ ହୋଇଥିବା ହିଂସାରେ ଅନ୍ୟତମ ଅଭିଯୁକ୍ତ ମନିନ୍ଦର ସିଂଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ତାକୁ ପିତମପୁରା ଅଞ୍ଚଳରୁ ଗିରଫ କରିଥିବା ଜଣାପଡିଛି ।

ମନିନ୍ଦର ଘରୁ ପୋଲିସ ଖଣ୍ଡା ଜବତ କରିଛି । ତେବେ ଲାଲକିଲ୍ଲାରେ ଖଣ୍ଡା ବୁଲାଉଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିବା କୁହାଯାଉଛି । ସୂଚନାନୁସାରେ, ଲାଲକିଲ୍ଲା ହିଂସା ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କରୁଛି । ତେବେ ପୋଲିସକୁ ସୂଚନା ମିଳିଥିଲା ଯେ, ସ୍ବରୂପ ନଗରରେ ରହୁଥିବା ମନନ୍ଦିର ସିଂ ଲାଲକିଲ୍ଲା ହିଂସାରେ ସାମିଲ ଥିଲା ।

ଘଟଣା ସମୟରେ ସେ ହାତରେ ଖଣ୍ଡା ଧରି ବୁଲାଉଥିଲା । ଯାହାର ଚିତ୍ର ସାମ୍ନାକୁ ଆସିଛି । ତେବେ ପୋଲିସ ତାକୁ ଖୋଜୁଥିବାବେଳେ ସେ ମଙ୍ଗଳବାର ରାତିରେ ପିତମପୁରରେ ରହିଥିବା ଖବର ପାଇଥିଲା । ପରେ ତାକୁ ଗିରଫ କରିଥିଲା ।

ପରେ ତାକୁ ସାଙ୍ଗରେ ଧରି ତା ଘରକୁ ଯିବା ସହ ସେଠାରୁ ଦୁଇଟି ଖଣ୍ଡ ଜବତ କରିଛି ପୋଲିସ । ତେବେ ପଚରାଉଚରା ସମୟରେ ତାକୁ ତା 5 ଜଣ ପଡୋଶୀ ଏଥିରେ ସାମିଲ ହେବାକୁ କହିଥିବା ସେ କହିଛି । ସେହି 5 ଜଣଙ୍କୁ ନେଇ ସେ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିବା ମଧ୍ୟ ମାନିଛି ମନିନ୍ଦର । ସୂଚନାଥାଉକି, ଜାନୁଆରୀ 26 ତାରିଖରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.