ETV Bharat / bharat

ସଂସଦରେ ସର୍ବକାଳୀନ ନିଲମ୍ବନ ରେକର୍ଡ: 1989ରେ ରାଜୀବ ଗାନ୍ଧୀ ସରକାରରେ ନିଲମ୍ବିତ ହୋଇଥିଲେ 63 ସାଂସଦ - ସଂସଦରୁ ନିଲମ୍ବନ ପ୍ରସଙ୍ଗ

Record suspensions in Parliament today: ରାଜୀବ ଗାନ୍ଧୀ ସରକାରରେ ନିଲମ୍ବିତ ହୋଇଥିଲେ 63 ସାଂସଦ । ସଂସଦ ଇତିହାସର ସବୁ ରେକର୍ଡ ଭାଙ୍ଗିଦେଲା ଆଜିର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ସଂସଦରେ ସର୍ବକାଳୀନ ନିଲମ୍ବନ ରେକର୍ଡ: 1989 ରେ ରାଜୀବ ଗାନ୍ଧୀ ସରକାରରେ ନିଲମ୍ବିତ କରିଥିଲେ 63 ସାଂସଦ

author img

By ETV Bharat Odisha Team

Published : Dec 18, 2023, 8:33 PM IST

ହାଇଦ୍ରାବାଦ: ସଂସଦ ସୁରକ୍ଷା ବିଭ୍ରାଟ ଘଟଣା ଯେତିକି ଚର୍ଚ୍ଚିତ ଥିଲା, ତାଠାରୁ ଏବେ ଅଧିକ ଚର୍ଚ୍ଚାରେ ସାଂସଦଙ୍କ ନିଲମ୍ବନ ଘଟଣା । ଆଜି ସଂସଦର ଉଭୟ ଗୃହରେ ଯେଉଁପରି ଭାବେ ସଦସ୍ୟଙ୍କୁ ଗଣନିଲମ୍ବନ କରଗଲା, ତାହା ସଂସଦୀୟ ଇତିହାସର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଆଜି ଲୋକସଭାରୁ 33 ଓ ରାଜ୍ୟସଭାରୁ 45 ସଦସ୍ୟଙ୍କୁ ମିଶାଇ ମୋଟ 78 ସଦସ୍ୟଙ୍କୁ ଅଶୋଭନୀୟ ଆଚରଣ ଅଭିଯୋଗରେ ଚଳିତ ଶୀତ ଅଧିବେଶନରୁ ନିଲମ୍ବନ କରାଯାଇଛି । ଯାହା ଦୈନିକ ସର୍ବକାଳୀନ ନିଲମ୍ବନ । ସେହିପରି ନିକଟରେ ଉଭୟ ଗୃହରୁ 14 ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ମୋଟ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା 92ରେ ପହଞ୍ଚିଛି । ଯାହା ଦେଶ ଇତିହାସରେ କୌଣସି ସଂସଦୀୟ ଅଧିବେଶନରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ନିଲମ୍ବନ ।

1989ର ଗଣନିଲମ୍ବନ:-

ଏହା ପୂର୍ବରୁ ସଦସ୍ୟଙ୍କ ଗଣନିଲମ୍ବନ କ୍ଷେତ୍ରରେ ରାଜୀବ ଗାନ୍ଧୀ ସରକାରରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରେକର୍ଡରେ ଥିଲା । 1989ରେ ଏକକାଳୀନ 63 ସଦସ୍ୟଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ଠାକ୍କର କମିଶନକୁ ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ ଏହି ସଦସ୍ୟମାନେ । ମାତ୍ର ଏହି ନିଲମ୍ବନ ସମ୍ପୂର୍ଣ୍ଣ ଅଧିବେଶନ ନୁହେଁ ବରଂ ସ୍ବଳ୍ପକାଳୀନ ଅବଧି ବିଶିଷ୍ଟ ଥିଲା । ମାତ୍ର 3 କାର୍ଯ୍ୟଦିବସରୁ ଏହି ସାଂସଦମାନେ ନିଲମ୍ବିତ ହୋଇଥିଲେ ।

ବର୍ଷଓ୍ବାରୀ ନିଲମ୍ବନ ସଂଖ୍ୟା:-

2019ରେ ମୋଟ 45 ସଦସ୍ୟଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ନିଲମ୍ବିତ କରିଥିଲେ । ଜାନୁଆରୀ 2 ତାରିଖରେ କାବେରୀ ନଦୀ ଜଳ ବିବାଦ ପ୍ରସଙ୍ଗରେ ଚର୍ଚ୍ଚା ବେଳେ ଗୃହରେ ଅଶୋଭନୀୟ ଆଚରଣ ଓ ବିଶୃଙ୍ଖଳା ଅଭିଯୋଗରେ 24 ଜଣ AIADMK ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ପରଦିନ ଅର୍ଥାତ ଜାନୁଆରୀ 3 ତାରିଖରେ ପୁନର୍ବାର ବାଚସ୍ପତି ସୁମିତା ମହାଜନ ତେଲଗୁ ଦେଶମ ପାର୍ଟି ଓ AIADMKର 21 ସାଂସଦଙ୍କୁ 4 କାର୍ଯ୍ୟଦିବସରୁ ନିଲମ୍ବିତ କରିଥିଲେ । 2022 ରେ ମୋଟ 27 ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 23 ଲୋକସଭା ଓ 4 ରାଜ୍ୟସଭାରୁ ଥିଲେ । 2015 ରେ 25 ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

ସେହିପରି କଂଗ୍ରେସ ଶାସନରେ ବାଚସ୍ପତି ମିରା କୁମାର ତେଲେଙ୍ଗାନା ବିଭାଜନ ପ୍ରସଙ୍ଗରେ ଗୃହରେ ଆଲୋଚନା ବେଳେ ଅଶୋଭନୀୟ ଆଚରଣ ପ୍ରଦର୍ଶନ ଅଭିଯୋଗରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର 18 ସାଂସଦଙ୍କୁ ନିଲମ୍ବିତ କରିଥିଲେ । 2013 ରେ କଂଗ୍ରେସ ଶାସନରେ ମଧ୍ୟ 12 ସଦସ୍ୟଙ୍କୁ ଆନ୍ଧ୍ର ବିଭାଜନ ପ୍ରସଙ୍ଗରେ ଚର୍ଚ୍ଚା ବେଳେ ନିଲମ୍ବିତ କରାଯାଇଥିଲା । ସେହି ଦିନ ଗୃହରେ ଅନ୍ୟ କିଛି ଅଭାବନୀୟ ଘଟଣା ମଧ୍ୟ ଘଟିଥିଲା । ବରଖାସ୍ତ କଂଗ୍ରେସ ସଦସ୍ୟ ଏଲ.ରାଜାଗୋପାଲ ଗୃହରେ ପେପର ସ୍ପ୍ରେ ବ୍ୟବହାର କରିଥିଲେ । ତେଲୁଗୁ ଦେଶମ ପାର୍ଟି ସଦସ୍ୟ ଏମ.ଭେନୁଗୋପାଲ ରେଡ୍ଡୀ ମାଇକ ଭାଙ୍ଗି ଦେଇଥିଲେ । ନିଲମ୍ବିତ ସଦସ୍ୟମାନେ କଂଗ୍ରେସ, ତେଲୁଗୁ ଦେଶମ ପାର୍ଟି ଓ YSR କଂଗ୍ରେସର ସଦସ୍ୟ ଥିଲେ । 2012ରେ 8 ଲୋକସଭା ସଦସ୍ୟ, 2021 ରେ 12 ରାଜ୍ୟସଭା ସାଂସଦ, 2010 ରେ 7 ରାଜ୍ୟସଭା ସାଂସଦଙ୍କୁ ଗୃହରେ ଅଶୋଭନୀୟ ବ୍ୟବହାର ଅଭିଯୋଗରେ ନିଲମ୍ବିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ପରେ ରାଜ୍ୟସଭାରୁ 45 ସାଂସଦ ନିଲମ୍ବିତ, ଦିନକରେ ନିଲମ୍ବିତ ହେଲେ 78 ସାଂସଦ

ତେବେ ବହୁଦଳୀୟ ରାଜନୈତିକ ବ୍ୟବସ୍ଥା ସହ ବିଶ୍ବର ସର୍ବବୃହତ୍ତ ଲୋକତନ୍ତ୍ର ଭାରତରେ ସଂସଦରେ ଶାଣିତ ଚର୍ଚ୍ଚା ହେବା ଅତି ସ୍ବାଭାବିକ ଓ ସୁସ୍ଥ ଗାଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଜରୁରୀ ମଧ୍ୟ । ମାତ୍ର ସର୍ବୋଚ୍ଚ ବ୍ୟବସ୍ଥାପିକାର ସର୍ବୋଚ୍ଚ ପଞ୍ଚାୟତ ‘ସଂସଦ’ର ମଧ୍ୟ କିଛି ମର୍ଯ୍ୟାଦା ଓ ଗରିମା ମଧ୍ୟ ନିର୍ଦ୍ଧାରିତ ହୋଇଛି । ଚର୍ଚ୍ଚା, ତର୍କ, ଆରୋପ, ପ୍ରତ୍ୟାରୋପ ପରେ ମଧ୍ୟ ଗୃହର ମର୍ଯ୍ୟାଦାହାନୀ ହେବା ପରି କୌଣସି ଘଟଣାକୁ କୌଣସି ଦଳ ବା ସଦସ୍ୟ ରୂପ ଦେଲେ, ତାହା ସ୍ବାଧୀକାର ଭଙ୍ଗ ଭାବେ ଅବିହିତ କରାଯାଏ । ଆବଶ୍ୟକ ସ୍ଥଳେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇଥାଏ । ମାତ୍ର ଆଜି ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଅଗଣତାନ୍ତ୍ରିକ ଓ ସଂଖ୍ୟବହୁମତର ଏକଛାତ୍ରବାଦ ବୋଲି ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.