ETV Bharat / bharat

One Nation, One Election: ମୁଖ୍ୟ ନିର୍ବାଚନ କମିଶନର କ'ଣ କହିଲେ ଶୁଣନ୍ତୁ...

author img

By ETV Bharat Odisha Team

Published : Sep 7, 2023, 3:12 PM IST

Updated : Sep 7, 2023, 3:34 PM IST

'ୱାନ ନେସନ ୱାନ ଇଲେକ୍ସନ'କୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । 'ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ' ବୋଲି କହିଛନ୍ତି ସିଇସି । ଅଧିକ ପଢନ୍ତୁ

ୱାନ ନେସନ ୱାନ ଇଲେକ୍ସନ
One Nation One Election
One Nation One Election

ଭୋପାଲ: 'ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ୍‌'କୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ମଧ୍ୟପ୍ରଦେଶର ଭୋପାଳରେ ଏକ ପ୍ରେସମିଟ୍ କରି ସେ କହିଛନ୍ତି, ଆର୍‌ପି ଆକ୍ଟ ଅନୁସାରେ ନିର୍ବାଚନ କମିଶନ ଇଲେକ୍ସନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଏହାରି ଭିତରେ ନିର୍ବାଚନ କମିଶନଙ୍କ ଅଧିକାରୀମାନେ ଭୋପାଳ ଗସ୍ତରେ ଯାଇ ସେଠାକାର ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ଆସନ୍ତା ନଭେମ୍ବର ସୁଦ୍ଧା ନିର୍ବାଚନ ହେବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ଅକ୍ଟୋବର 5ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ନୂତନ ଭୋଟରମାନେ ଏହି ଧାର୍ଯ୍ୟ ତାରିଖ ମଧ୍ୟରେ ସେମାନଙ୍କ ଏନରୋଲମେଣ୍ଟ କରିପାରିବେ ।"

  • #WATCH | Bhopal, MP: ..." Our duty is to deliver elections before time as per constitutional provisions and the RP Act...article 83 (2) says that 5 years will be the term of the Parliament...and its corresponding section 14 of the RP Act says that 6 months before, we can announce… pic.twitter.com/y7AODCTeVT

    — ANI (@ANI) September 7, 2023 " class="align-text-top noRightClick twitterSection" data=" ">

ସେ ଆହୁରି ମଧ୍ୟ କହିଛନ୍ତି,"ଆମର କର୍ତ୍ତବ୍ୟ ହେଉଛି ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆର୍‌ପି ଆକ୍ଟ୍‌ ଅନୁଯାୟୀ ସମୟ ପୂର୍ବରୁ ନିର୍ବାଚନ ତାରିଖ ନିର୍ଦ୍ଧାରଣ କରିବା । ଆଇନଗତ ବ୍ୟବସ୍ଥା ଅନୁଯାୟୀ ଆମେ ନିର୍ବାଚନ ପରିଚାଳନା କରିବାକୁ ସର୍ବଦା ପ୍ରସ୍ତୁତ ଅଛୁ । ବିଧାନସଭା ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି 39ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି ।" ତେବେ ସାମ୍ବିଧାନିକ ବ୍ୟବସ୍ଥା ମୁତାବକ ନିର୍ବାଚନ କରାଯିବ ବୋଲି ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି । ହେଲେ 'ୱାନ ନେସନ ୱାନ ଇଲେକ୍ସନ' ଲାଗୁ ନେଇ ସେପରି କୌଣସି ସ୍ପଷ୍ଟୀକରଣ ମିଳିନଥିଲେ ସୁଦ୍ଧା ପରୋକ୍ଷରେ ସିଇସି ଏହାକୁ ସମର୍ଥନ କରିଥିବା କୁହାଯାଉଛି ।

ଏହା ବି ପଢନ୍ତୁ...ସହମତି ଭିତିରେ ହେବା ଦରକାର ୱାନ୍‌ ନେସନ ୱାନ୍‌ ଇଲେକ୍ସନ୍‌; ଏହା ଏକ ରିସ୍କ ବିଜ୍‌ନେସ କହିଲେ ରାଜନୀତି ସମୀକ୍ଷକ

ସୂଚନା ଅନୁସାରେ, ମଧ୍ୟପ୍ରଦେଶରେ 5କୋଟି 52ଲକ୍ଷ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 2କୋଟି 85ଲକ୍ଷ ରହିଥିବା ବେଳେ ମହିଳା ଭୋଟର ରହିଛନ୍ତି 2 କୋଟି 67 ଲକ୍ଷ । ସେହିପରି 1 ହଜାର 336 ଜଣ ମଧ୍ୟପ୍ରଦେଶରେ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । 4 ଲକ୍ଷ 85 ହଜାର ଭିନ୍ନକ୍ଷମ ଭୋଟର ରହିଥିବାବେଳେ ବରିଷ୍ଠ ନାଗରିକ (80 ବର୍ଷରୁ ଉର୍ଦ୍ଧ୍ବ) ରହିଛନ୍ତି 7ଲକ୍ଷ 12ହଜାର ଜଣ । ସେହିପରି 18 ଲକ୍ଷ 86ହଜାର ନୂଆ ଭୋଟର ରହିଛନ୍ତି । ତେବେ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ଭୋଟିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

'ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ'କୁ ନେଇ ଦେଶରେ ସରଗରମ ରହିଛି ରାଜନୀତି । ବିଜେପି ପକ୍ଷରୁ ଏହି ବ୍ୟବସ୍ଥା ଦେଶ ହିତରେ କରାଯାଉଥିବା ନେଇ କୁହାଯାଉଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି । 'ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ୍‌'କୁ ନେଇ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀଙ୍କ ନାଁ ରହିଥିବା ବେଳେ ସେ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ଡାକିଥିବା ସ୍ବତନ୍ତ୍ର ଅଧିବେଶନରେ ଏକକ ନିର୍ବାଚନ ପ୍ରସଙ୍ଗ ଉଠିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Last Updated : Sep 7, 2023, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.