ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ମିଡିଆ ରଣନୀତି ପରେ ସାମନାକୁ ଆସିଲା ଆଙ୍କରଙ୍କ ପ୍ରତିକ୍ରିୟା । ଟେଲିଭିଜନ ଆଙ୍କରଙ୍କୁ ବୟକଟ୍ କରିବାକୁ ଲିଷ୍ଟ ଜାରି ହେବା ପରେ ଏବେ ଆଗଧାଡ଼ିର ଉପସ୍ଥାପକମାନେ ମୁହଁ ଖୋଲିଛନ୍ତି । ବିଜେପି ବିରୋଧରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟର ଗଣମାଧ୍ୟମ କମିଟି 14 ଜଣ ଉପସ୍ଥାପକ ଓ ଉପସ୍ଥାପିକାଙ୍କ ଦ୍ବାରା ଆୟୋଜିତ ବିତର୍କକୁ ନପଠାଇବା ପାଇଁ ସ୍ଥିର କରିଛି । ତେବେ ତାଲିକାଭୁକ୍ତ ଆଙ୍କର ମଧ୍ୟରେ ରହିଛନ୍ତି ଅଦିତି ତ୍ୟାଗୀ(ଭାରତ ଏକ୍ସପ୍ରେସ), ଅମନ ଚୋପ୍ରା(ନ୍ୟୁଜ-18 ଭାରତ), ଅମିଷ ଦେବଗନ(ନ୍ୟୁଜ-18 ଇଣ୍ଡିଆ), ଆନନ୍ଦ ନରସିଂହମ(ନ୍ୟୁଜ-18), ଅର୍ଣ୍ଣବ ଗୋସ୍ବାମୀ(ରିପବ୍ଲିକ ଟିଭି), ଚିତ୍ରା ତ୍ରିପାଠୀ(ଆଜ୍ତକ୍), ଗୌରବ ସାୱନ୍ତ(ଆଜ୍ତକ୍), ନବିକା କୁମାର(ଟାଇମ୍ସ ନାଓ), ପ୍ରାଚି ପରାସର(ଇଣ୍ଡିଆ ନ୍ୟୁଜ୍), ରୁବିକା ଲିୟାକତ(ଇଣ୍ଡିଆ-24), ଶିବ ଅରୋର(ଇଣ୍ଡିଆ ଟୁଡେ), ସୁଧୀର ଚୌଧୁରୀ(ଆଜ୍ତକ), ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ୍) ଏବଂ ସୁଶାନ୍ତ ସିହ୍ନା(ନବଭାରତ ଟାଇମ୍ସ)।
-
इसे बैन करना नहीं, इसे डरना कहते हैं
— Rubika Liyaquat (@RubikaLiyaquat) September 14, 2023 " class="align-text-top noRightClick twitterSection" data="
इसे पत्रकारों का बहिष्कार नहीं सवालों से भागना कहते हैं
आपको आदत है हाँ में हाँ मिलाने वालों की
वो न कल किया था न आगे करूँगी
बैन लगाने की हिम्मत उन नेताओं पर लगाइए जो मुहब्बत की दुकान में कूट कूट कर भरी नफ़रत परोस रहे हैं…
सवाल बेलौस… pic.twitter.com/y092yYd4P5
">इसे बैन करना नहीं, इसे डरना कहते हैं
— Rubika Liyaquat (@RubikaLiyaquat) September 14, 2023
इसे पत्रकारों का बहिष्कार नहीं सवालों से भागना कहते हैं
आपको आदत है हाँ में हाँ मिलाने वालों की
वो न कल किया था न आगे करूँगी
बैन लगाने की हिम्मत उन नेताओं पर लगाइए जो मुहब्बत की दुकान में कूट कूट कर भरी नफ़रत परोस रहे हैं…
सवाल बेलौस… pic.twitter.com/y092yYd4P5इसे बैन करना नहीं, इसे डरना कहते हैं
— Rubika Liyaquat (@RubikaLiyaquat) September 14, 2023
इसे पत्रकारों का बहिष्कार नहीं सवालों से भागना कहते हैं
आपको आदत है हाँ में हाँ मिलाने वालों की
वो न कल किया था न आगे करूँगी
बैन लगाने की हिम्मत उन नेताओं पर लगाइए जो मुहब्बत की दुकान में कूट कूट कर भरी नफ़रत परोस रहे हैं…
सवाल बेलौस… pic.twitter.com/y092yYd4P5
ବୟକଟ୍ ପରେ କ'ଣ କହିଲେ ଆଙ୍କର ?
ଆଜତକ୍ ଆଙ୍କର ସୁଧୀର ଚୌଧୁରୀ କହିଛନ୍ତି, "ଯେଉଁ ଆଙ୍କରମାନେ 'ଚରଣ ଚୁମ୍ବକ' ହୋଇପାରିନାହାନ୍ତି ସେମାନଙ୍କୁ ବୟକଟ କରାଯାଇଛି ।"
ସେହିପରି ରୁବିକା ଲିୟାକତ କହିଛନ୍ତି, "ଏହାକୁ ବୟକଟ ନୁହେଁ, ଭୟ କୁହାଯାଏ । ପ୍ରଶ୍ନର ଭୟରେ ଭୟଭୀତ ହୋଇ ଦୌଡ଼ିବା କୁହାଯାଏ । ପ୍ରେମର ବାତାବରଣରେ ଘୃଣା ଭରିବା ଯେଉଁମାନଙ୍କ ଅଭ୍ୟାସ ସେମାନେ ହିଁ ଏହିସବୁ କରିପାରିବେ । ହେଲେ ଆମେ ପ୍ରଶ୍ନ ପଚାରୁଛୁ ଏବଂ ଭବିଷ୍ୟତରେ ମଧ୍ୟ ପ୍ରଶ୍ନ କରିବୁ । ଜୟ ହିନ୍ଦ ।"
ଟାଇମ୍ସ ନାଓ ଆଙ୍କର ସୁଶାନ୍ତ ସିହ୍ନା କହିଛନ୍ତି, ଯେଉଁ ଝିଅ ସହ କେବେ ପୁଅର ଦେଖା ହୋଇନି, ଚାଟ୍ ହୋଇନି କି ସେମାନେ ରିଲେସନରେ ନାହାନ୍ତି ସେହି ପୁଅ ଏକତରଫା ବ୍ରେକଅପ୍ କରୁଛି । ମୁଁ ବିତର୍କ ଶୋ' କରୁନାହିଁ । କି କେବେ ବି ଇଣ୍ଡିଆ ମେଣ୍ଟର କୌଣସି ସଦସ୍ୟଙ୍କୁ ବିତର୍କ ପାଇଁ ଡାକିନାହିଁ । ତେଣୁ ମତେ ଅଟକାଇବାକୁ ଆପଣମାନେ କିଏ ? ଏହି ବୟକଟ୍ ଏବଂ ଟାର୍ଗେଟକୁ ମୁଁ ସ୍ବୀକାର କରୁଛି । ଦେଶବାସୀ ସବୁ ଦେଖୁଛନ୍ତି ।"
ଭାରତ ଏକ୍ସପ୍ରେସର ଆଙ୍କର ଅଦିତି ତ୍ୟାଗୀ କହିଛନ୍ତି, "ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କ ମଧ୍ୟରୁ ମୁଁ ଜଣେ । ସେଥିପାଇଁ ମତେ ବୟକଟ କରାଗଲା । ହେଲେ 'ତ୍ୟାଗି' କେବେ ଡରନ୍ତି ନାହିଁ ।"
ନ୍ୟୁଜ-18 ଭାରତର ଉପସ୍ଥାପକ ଅମନ ଚୋପ୍ରା କହିଛନ୍ତି, "ମୁଁ ଏହି ବୟକଟ୍ ବ୍ୟାଜକୁ ଗର୍ବର ସହ ସ୍ବୀକାର କରୁଛି । ବୟକଟ ହେଉଛି ଜଣେ ସାମ୍ବାଦିକ ପାଇଁ ଗର୍ବର ପ୍ରତୀକ । ମତେ ବର୍ଜନ କରିଥିବାରୁ ଧନ୍ୟବାଦ । ଇଣ୍ଡିଆ ମେଣ୍ଟର ଏହା ଅଘୋଷିତ ଏମରଜେନ୍ସି କହିଲେ ଭୁଲ ହେବ ନାହିଁ ।"
-
वैसे हामिद अंसारी के interview के बाद से ही मैं इस बॉयकॉट वाले बैज को गर्व से लेकर चल रहा हूँ लेकिन सवाल पूछना अभी तक नहीं छोड़ा है। बहिष्कार एक पत्रकार के लिए सबसे बड़ा बैज ऑफ़ ऑनर होता है। इस सम्मान के लिए धन्यवाद 🙏🏻 pic.twitter.com/voSK8Or1Oq
— Aman Chopra (@AmanChopra_) September 14, 2023 " class="align-text-top noRightClick twitterSection" data="
">वैसे हामिद अंसारी के interview के बाद से ही मैं इस बॉयकॉट वाले बैज को गर्व से लेकर चल रहा हूँ लेकिन सवाल पूछना अभी तक नहीं छोड़ा है। बहिष्कार एक पत्रकार के लिए सबसे बड़ा बैज ऑफ़ ऑनर होता है। इस सम्मान के लिए धन्यवाद 🙏🏻 pic.twitter.com/voSK8Or1Oq
— Aman Chopra (@AmanChopra_) September 14, 2023वैसे हामिद अंसारी के interview के बाद से ही मैं इस बॉयकॉट वाले बैज को गर्व से लेकर चल रहा हूँ लेकिन सवाल पूछना अभी तक नहीं छोड़ा है। बहिष्कार एक पत्रकार के लिए सबसे बड़ा बैज ऑफ़ ऑनर होता है। इस सम्मान के लिए धन्यवाद 🙏🏻 pic.twitter.com/voSK8Or1Oq
— Aman Chopra (@AmanChopra_) September 14, 2023
ନ୍ୟୁଜ-18 ଇଣ୍ଡିଆ ଉପସ୍ଥାପକ ଅମିଷ ଦେବଗନ କହିଛନ୍ତି, "ସନାତନ ଧର୍ମ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ଏଭଳି କରିଛି ମେଣ୍ଟ । ତଥାପି ଏହି ନିର୍ଭିକ ସାମ୍ବାଦିକତା ଏମିତି ଚାଲୁ ରହିବ । ଜୟହିନ୍ଦ ।"
ସିଏନଏନର ଆନନ୍ଦ ନରସିଂହମ କହିଛନ୍ତି, "ଭଗବତ ଗୀତାରେ ଲେଖା ଅଛି ସବୁ କିଛି କୌଣସି ନା କୌଣସି କାରଣ ପାଇଁ ହିଁ ହୋଇଥାଏ ।"
ଡିଡି ନ୍ୟୁଜର ସାମ୍ବାଦିକ ଅଶୋକ ଶ୍ରୀବାସ୍ତବ ପ୍ରତିକ୍ରିୟା ରଖି କହିଛନ୍ତି, "48 ବର୍ଷ ପୂର୍ବେ ମୋ ପିତା ଇନ୍ଦିରା ଗାନ୍ଧୀଙ୍କ ଏମରଜେନ୍ସି ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ ୱାରେଣ୍ଟ ଇସ୍ୟୁ ହୋଇଥିଲା। ଆଉ ଏବେ ଦେଶରେ ଏମରଜେନ୍ସି 2.0 ଆଣିବାକୁ ଚାହୁଁଛନ୍ତି ବିରୋଧୀ। ହେଲେ ଆମେ ଏ ଲଢେଇ ଜାରି ରଖିବୁ।"
ଟାଇମ୍ସ ନାଓ ଆଙ୍କର ନବିକା କୁମାର କହିଛନ୍ତି, ଏପରି କରିବା ଦ୍ବାରା ଫ୍ରିଡମ୍ ଅଫ୍ ପ୍ରେସ୍କୁ ଭଙ୍ଗ କରାଯାଉଛି । ସାମ୍ବାଦିକଙ୍କ ଅଧିକାର ଛଡ଼ାଇ ନିଆଯାଉଛି ।"
ବର୍ତ୍ତମାନ ସୁଦ୍ଧା ଅର୍ଣ୍ଣବ ଗୌସ୍ବାମୀ, ପ୍ରାଚୀ ପରାସର ଏବଂ ଗୌରବ ସାୱନ୍ତ ଏନେଇ କୌଣସି ପ୍ରତ୍ୟକ୍ଷ ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଚିତ୍ରା ତ୍ରିପାଠୀ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ ବି ଇଣ୍ଡିଆ ଟୁଡେର ଏହି ବର୍ଜନ ଟ୍ବିଟ୍କୁ ସେ ରିଟ୍ବିଟ୍ କରିଥିବା ଦେଖିବାକୁ ମିଳିଛି।
ଏହା ବି ପଢନ୍ତୁ...14 ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବ ‘ଇଣ୍ଡିଆ’ ମେଣ୍ଟ