ETV Bharat / bharat

ଏପ୍ରିଲ 26 ପର୍ଯ୍ୟନ୍ତ ରାୟପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - ରାୟପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଛତିଶଗଡର ରାୟପୁରକୁ ଏପ୍ରିଲ 26 ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଏପ୍ରିଲ 26 ପର୍ଯ୍ୟନ୍ତ ରାୟପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 18, 2021, 9:15 AM IST

ରାୟପୁର: ଛତିଶଗଡ଼ରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଏଥିଲାଗି ଛତିଶଗଡ଼ ସରକାର ଶନିବାର ରାୟପୁରକୁ ଏପ୍ରିଲ 26 ତାରିଖ ସକାଳ 6ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ଛତିଶଗଡ଼ ସରକାର ପୂର୍ବରୁ ଏପ୍ରିଲ 7 ତାରିଖରେ ରାୟପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ଏପ୍ରିଲ 9ତାରିଖ ସନ୍ଧ୍ୟା 6ଟାଠାରୁ ଏପ୍ରିଲ 19 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ଜିଲ୍ଲାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ଏହି ସମୟରେ ଜିଲ୍ଲାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଶାସନ ସିଲ କରିଥିଲା । ରାଜ୍ୟ ସରକାର ମେଡିକାଲ ଷ୍ଟୋର, ହସ୍ପିଟାଲ, କ୍ଲିନିକ୍ସକୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଳିଛି । ଜିଲ୍ଲାର ଘରୋଇ କାର୍ଯ୍ଯାଳୟ, ବ୍ୟାଙ୍କକୁ ବନ୍ଦ କରାଯାଇଛି । ଏହାସହିତ ଧର୍ମାନୁଷ୍ଠାନ, ପର୍ଯ୍ୟଟନୀସ୍ଥଳଗୁଡିକୁ ମଧ୍ୟ ବନ୍ଦ କରାଯାଇଛି ।

ରାଜ୍ୟର ଦୁର୍ଗ ଜିଲ୍ଲାରେ ଲାଗିଥିବା ଲକଡାଉନକୁ 5 ଦିନକୁ ଏପ୍ରିଲ 19 ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଦେଶରେ କୋରୋନା ସଂକ୍ରମଣ ରାଜ୍ୟଗୁଡିକ ମଧ୍ୟରେ ଛତିଶଗଡ଼ର ସ୍ଥିତି ଗମ୍ଭୀର ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ 1 ଲକ୍ଷ 24 ହଜାର 303ଟି ସକ୍ରିୟ ମାମଲା ରହିଥିବା ବେଳେ 3 ଲକ୍ଷ 86 ହଜାର 529 ଜଣ ସୁସ୍ଥ ହୋଇଛନ୍ତି । ସେପଟେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 5580ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.