ETV Bharat / bharat

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ - ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଉତ୍ତମ ପ୍ରକାଶ ଖଣ୍ଡାରେଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ । ଜଣେ ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ଉତ୍ତମ ପ୍ରକାଶ ଖଣ୍ଡାରେଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ

author img

By

Published : Feb 17, 2023, 9:52 AM IST

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଉତ୍ତମ ପ୍ରକାଶ ଖଣ୍ଡାରେଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଖଣ୍ଡାରେ ଜଣେ ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏନେଇ ୩୭ ବର୍ଷୀୟା ପୀଡିତା ଗତକାଲି(ଗୁରୁବାର) ପୁଣେ ବିବେୱାଡି ଥାନାରେ ଏତଲା ଦେଇଛନ୍ତି । ପୀଡିତା ପୂର୍ବତନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଥିଲେ । ୨୦୦୩ରୁ ୨୦୦୬ ମସିହା ଭିତରେ ସେ ଅନେକ ଥର ତାଙ୍କୁ ଯୌନ ଉତ୍ପୀଡନ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିବାବେଳେ ଏ ଯାଏଁ କୌଣସି ଗିରଫଦାରୀ ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଉତ୍ତମ ଖଣ୍ଡାରେ ୧୯୯୪-୧୯୯୯ ଯାଏଁ ସୋଲାପୁରରୁ ଶିବସେନା ବିଧାୟକ ଥିଲେ । ୧୯୯୫ରେ ଶିବସେନା-ବିଜେପି ମେଣ୍ଟ ସରକାରରେ ସେ ସାମାଜିକ ନ୍ୟାୟ ଓ କ୍ରୀଡା ମନ୍ତ୍ରୀ ହୋଇଥିଲେ । ପୀଡିତାଙ୍କ ଅଭିଯୋଗ ଯେ, ପୁଣେ ସ୍ଥିତ ଆଇବି ଅତିଥି ଭବନ ଠାରେ ପୂର୍ବତନ ସୋଲାପୁର ବିଧାୟକ ଉତ୍ତମ ଖଣ୍ଡାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଛୁରୀ ଦେଖାଇ ଭୟଭୀତ କରି ଦୁଷ୍କର୍ମ କରିଥିବା ମହିଳା ଏତଲାରେ ଉଲ୍ଲେଖ କରିଛନ୍ତି । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ୧୦ ବର୍ଷ ତଳେ ଅଭିଯୋଗକାରୀ ମହିଳାଙ୍କ ସହ ଖଣ୍ଡାରେଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା । ସୋଲାପୁର ବିଧାୟକ ଥିବାବେଳେ ଖଣ୍ଡରାରେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ: ସେଲ୍ଫି ନେବାକୁ ମନା କଲେ ପୃଥ୍ବୀ ଶ’ ଆକ୍ରମଣ କଲେ ଫ୍ୟାନ୍ସ

ବିରୋଧି ଦଳଗୁଡିକ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଉତ୍ତମ ଖଣ୍ଡାରେଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ପୂର୍ବତନ ମନ୍ତ୍ରୀଙ୍କୁ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ପରିବାର ହୀରା ବ୍ୟବସାୟୀ: ପ୍ରାଚୁର୍ଯ୍ୟ ମୋହ ଛାଡି 16 ବର୍ଷରେ ଦୀକ୍ଷା ଗ୍ରହଣ

ଉଲ୍ଲେଖଯୋଗ୍ୟ, ଗତ ମାସରେ ମହାରାଷ୍ଟ୍ରର କୋଠରଡ ଅଞ୍ଚଳରୁ ଏହିଭଳି ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଅଭିଯୁକ୍ତ ନିଜ ମାଆ ଅସୁସ୍ଥ ଥିବା କହି ପୀଡିତାଙ୍କ ଠାରୁ ଅନେକ ଟଙ୍କା ନେଇଥିଲେ । କିଛି ଦିନ ପରେ ପୀଡିତା ସେହି ଟଙ୍କା ଫେରାଇବାକୁ କହିବାରୁ ଅଭିଯୁକ୍ତ ତାଙ୍କୁ ଧମକ ଚମକ ଦେଇଥିଲେ । ଏହାପରେ ପୀଡିତା ଥାନାରେ ଆସି ଅଭିଯୋଗ କରିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.