ETV Bharat / bharat

5 ବର୍ଷ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଦୋଷୀକୁ ମିଳିଲା ମୃତ୍ୟୁଦଣ୍ଡ - ଫାସୀ ଦଣ୍ଡାଦେଶ ଘଟଣା

ଆସାମର ଜଣେ 5 ବର୍ଷୀୟ ଶିଶୁ ଦୁଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଏସଡିଜେଏମ କୋର୍ଟ । ପଢନ୍ତୁ ଅଧିକ.....

5 ବର୍ଷୀୟ ଶିଶୁ ଦୁଷ୍କର୍ମ ଓ ହତ୍ୟା ଦୋଷୀକୁ ମୃତ୍ୟୁଦଣ୍ଡାଦେଶ

author img

By

Published : Dec 21, 2020, 8:55 PM IST

ଗୌହାଟି: ଆସାମର ବିଶ୍ବନାଥ ଚରିଆଲୀ ଜିଲ୍ଲା ଏସଡିଜେଏମ କୋର୍ଟ ଆଜି ଜଣେ 5 ବର୍ଷୀୟ ଶିଶୁ ଦୁଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ମୃତ୍ୟୁ ଦଣ୍ଡ ପାଇଥିବା ଦୋଷୀ ଜଣଙ୍କ ମଙ୍ଗଲ ପାଇକ ବୋଲି ଜଣାପଡିଛି । 2018 ମସିହାରେ ବିଶ୍ବନାଥରେ ଜଣେ 5 ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ମୃତ୍ୟୁଦଣ୍ଡ ଦେଇଛନ୍ତି କୋର୍ଟ ।

ଘଟଣାକ୍ରମ ଅନୁସାରେ 2018ରେ ସୁଟିଆ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଡିକ୍ରାଇ ଚା ଗାର୍ଡେନ୍ ଅଞ୍ଚଳରେ ଜଣେ 5 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶିଶୁଟିର ମୃତଦେହକୁ ପୋତି ଦେଇଥିଲା ହତ୍ୟାକାରୀ । ପରେ ମୃତଦେହ ମିଳିବାରୁ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ମାମଲାରେ ସୁଟିଆ ପୋଲିସ ଷ୍ଟେସନରେ ଏକ କେସ ନଂ 206/18ପଞ୍ଜିକୃତ କରାଯାଇ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ।

ଅଭିଯୁକ୍ତକୁ ଆଇପିସି ଧାରା 363, 376( ଏ), 302, 201 ଏବଂ ପକ୍ସୋ ଆକ୍ଟର ଧାରା 6 ଅନୁଯାୟୀ ଚାର୍ଜସିଟ କରିଥିଲା । ତେବେ ଆଜି ମାମଲାର ଶୁଣାଣି କରି ଏସଡିଜେଏମ କୋର୍ଟ ଦୋଷୀ ମଙ୍ଗଳ ପାଇକକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.