କୋଲକାତା: ଦେଶରେ ରାଜନୀତି ଏବେ ସୀମାପାର୍ କରିବାକୁ ବସିଲାଣି । ପାଣି, ପବନ, ମାଟି, ଆକାଶ, ପର୍ବ-ପର୍ବାଣି ଏବେ ସବୁଠି ରାଜନୀତିର ଝଲକ ଦେଖିବାକୁ ମିଳୁଛି । ସେ ପୁଣି ପ୍ରତିଦ୍ବନ୍ଦିତାର ଶୀର୍ଷରେ, ଅର୍ଥାତ୍ ବିଜେପି-କଂଗ୍ରେସ ଏହି ପ୍ରତିଯୋଗିତା ଚାଲିଛି ସବୁଠି । ଏହି ସମୟରେ ସାମ୍ନାକୁ ଆସିଛି ଆଉ ଏକ ଖବର । ରାଜନୀତିରେ ଏକ ଉଷ୍ମ ରାଜ୍ୟ ଭାବରେ ପରିଚିତ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ରାକ୍ଷୀରେ ପଲିଟିକ୍ସ ।
ବଜାରରେ ମିଳୁଛି କଂଗ୍ରେସ ଓ ବିଜେପି ରାକ୍ଷୀ । କେତେକ ରାକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫଟୋ ଲଗାଯାଇ ଥିବାବେଳେ ଅନ୍ୟ କେତେକ ରାକ୍ଷୀରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଖିବାକୁ ମିଳିଛି । ନିଜ ଦଳୀୟ ଚିହ୍ନ ଜୋଡାଫୁଲ ସହ ଟିଏମସିର ଲେଖାଥିବା ରାକ୍ଷୀରେ ମମତାଙ୍କ ଫଟୋ ରହିଛି । ତେବେ କୋଲକାତାର ବଜାରରେ ଜାତୀୟ ପତାକାର ୩ଟି ରଙ୍ଗର ରାକ୍ଷୀ ମଧ୍ୟ ମିଳୁଛି ।
ଶ୍ରାବଣୀ ଭଟ୍ଟାଚାର୍ଯ୍ୟ ନାମକ ଜଣେ ଗ୍ରାହକ କହିଛନ୍ତି ଯେ, 'ଏ ବର୍ଷ ମୁଁ ମୋଦି ରାକ୍ଷୀ କିଣିବି । କାରଣ ମୋଦିଜୀ ଦେଶପାଇଁ ଭଲକାମ କରୁଛନ୍ତି । ମମତା ଦିଦି ମଧ୍ୟ ରାଜ୍ୟ ପାଇଁ ଭଲକାମ କରୁଛନ୍ତି, କିନ୍ତୁ ମୋଦିଜୀ ମୋର ପ୍ରିୟ ।' ଜଣେ ରାକ୍ଷୀ ବ୍ୟବସାୟୀ କହିଛନ୍ତି ଯେ, ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାରୁ ଜାତୀୟ ପତାକା ରଙ୍ଗର ମଧ୍ୟ ରାକ୍ଷୀ ବିକ୍ରି ହେଉଛି ।
@ANI