ETV Bharat / bharat

କୋଚିରେ IAC ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପ୍ରତିରକ୍ଷାମନ୍ତ୍ରୀ

author img

By

Published : Jun 25, 2021, 1:06 PM IST

ଆଜି ଦକ୍ଷିଣ କୋଚି ଗସ୍ତ କରି ସେଠାରେ ସ୍ବଦେଶୀ ବିମାନ ପରିବହନକାରୀ (IAC)ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ତାଙ୍କ ସହିତ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ଥିରୁଅନନ୍ତପୁରମ: ଦୁଇ ଦିନିଆ କୋଚି ଓ କରୱାର ଗସ୍ତରେ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆଜି ଦକ୍ଷିଣ କୋଚ କମାଣ୍ଡ ଗସ୍ତ କରି ସେଠାରେ ସ୍ବଦେଶୀ ବିମାନ ପରିବହନକାରୀ (IAC)ର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଯୋଗ ଦେଇଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ଆଜି ସକାଳ 9ଟା45 ରୁ 10ଟା 45 ପର୍ଯ୍ୟନ୍ତ IAC ପରିଦର୍ଶନ କରିଛନ୍ତି । ଏହା ପରେ ସେ ଦକ୍ଷିଣ ନାଭାଲ୍ କମାଣ୍ଡର ଅନ୍ୟ ପ୍ରଶିକ୍ଷଣ ୟୁନିଟ୍ ମଧ୍ୟ ପରିଦର୍ଶନ କରିଛନ୍ତି । ପୂର୍ବରୁ ଗୁରୁବାର ରାଜନାଥ ସିଂ କହିଥିଲେ ଭାରତୀୟ ନୌସନା ବିଶ୍ବରେ ଥିବା ତିନି ଶ୍ରେଷ୍ଠ ସେନା ମଧ୍ୟକୁ ଗୋଟିଏ ହେବ । ଦେଶକୁ ସୁରକ୍ଷା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହା ସହିତ କର୍ଣ୍ଣାଟକର କରୱାର ନାଭାଲ ବେସ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ସେଠାରେ ପ୍ରୋଜେକ୍ଟ ସିବାର୍ଡ ଅଧୀନରେ ଚାଲିଥିବା ଭିତ୍ତିଭୂମି ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି ରାଜନାଥ । ସ୍ବଦେଶୀ ବିମାନ ପରିବହନକାରୀ (IAC) ଭାରତୀୟ ନୌସେନା ନିର୍ଦ୍ଦେଶାଳୟ ଦ୍ବାରା ପ୍ରସ୍ତୁତ କରାଯାଇଛି ।

IAC ନିର୍ମାଣର ଏକ ଉନ୍ନତ ପର୍ଯ୍ୟାୟରେ ଅଛି ଏବଂ ଆସନ୍ତା ମାସରେ ସମୁଦ୍ର ପରୀକ୍ଷା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି | ଜାହାଜଟି ନଭେମ୍ବର 2020ରେ ବେସନ ଟ୍ରାଏଲ୍ ସମାପ୍ତ କରିଥିଲା । ଜାହାଜର ଗତି ଏବଂ ଶକ୍ତି ଉତ୍ପାଦନ ପ୍ରଣାଳୀକୁ ପ୍ରମାଣ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.