ETV Bharat / bharat

ଲଦାଖରେ BROର 63 ପ୍ରକଳ୍ପ ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ

author img

By

Published : Jun 28, 2021, 10:53 AM IST

Updated : Jun 28, 2021, 11:04 AM IST

ଆଜି(ସୋମବାର) ବର୍ଡର ରୋଡ ଅରଗାନାଇଜେସନ(BRO) ଦ୍ବାରା 63 ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ରାଜନାଥ ସିଂ । ଅଧିକ ପଢନ୍ତୁ...

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ତିନିଦିନିଆ ଲଦାଖ ଗସ୍ତରେ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆଜି(ସୋମବାର) ବର୍ଡର ରୋଡ ଅରଗାନାଇଜେସନ(BRO) ଦ୍ବାରା 63 ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ରାଜନାଥ ସିଂ ।

ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଏହା ସହିତ ସ୍ଥାନୀୟ ପ୍ରଶାସନ ଦ୍ବାରା ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଅପରାହ୍ନ 2ଟାରୁ 4ଟା ମଧ୍ୟରେ ଯୋଗ ଦେବେ । ଏହା ପରେ 7ଟାରେ ସେନାବାହିନୀ ସହ ସନ୍ଧ୍ୟା 7ଟାରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ରବିବାର ଲଦାଖ ସ୍ବୟଂଶାସିତ ପର୍ବତ ବିକାଶ ପରିଷଦର ପ୍ରତିନିଧିମାନଙ୍କୁ ଭେଟିଥିଲେ ପ୍ରତିରକ୍ଷାମନ୍ତ୍ରୀ । ବରିଷ୍ଠ ସେନା ଅଧିକାରୀଙ୍କ ସହିତ LACରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ । ନିକଟରେ କୋଚି ଓ କରୱାର ଗସ୍ତ କରିଥିଲେ ରାଜନାଥ ସିଂ । କୋଚିରେ ଚାଲିଥିବା ସ୍ବଦେଶୀ ବିମାନ ପରିବହନକାରୀ (IAC) ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ।

ଏହା ସହିତ କର୍ଣ୍ଣାଟକର କରୱାର ନାଭାଲ ବେସ ଗସ୍ତ କରି ସେଠାରେ ପ୍ରୋଜେକ୍ଟ ସିବାର୍ଡ ଅଧୀନରେ ଚାଲିଥିବା ଭିତ୍ତିଭୂମି ବିକାଶର ଅଗ୍ରଗତି ସମୀକ୍ଷା କରିଥିଲେ ରାଜନାଥ । ସ୍ବଦେଶୀ ବିମାନ ପରିବହନକାରୀ (IAC) ଭାରତୀୟ ନୌସେନା ନିର୍ଦ୍ଦେଶାଳୟ ଦ୍ବାରା ଏହା ପ୍ରସ୍ତୁତ କରାଯାଇଛି ।

@ANI

Last Updated : Jun 28, 2021, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.