ETV Bharat / bharat

ମଥୁରାରେ ଖୋଲିଲା ପ୍ରଥମ ବାଳିକା ସୈନିକ ସ୍କୁଲ, ଉଦଘାଟନ କଲେ ରାଜନାଥ

author img

By ETV Bharat Odisha Team

Published : Jan 1, 2024, 10:18 PM IST

Mathura Sainik school: ନୂଆବର୍ଷରେ ମଥୁରାକୁ ଭେଟି । ପ୍ରତିରକ୍ଷା ମନ୍ତ୍ରୀ ଉଦଘାଟନ କଲେ ପ୍ରଥମ ବାଳିକା ସୈନିକ ସ୍କୁଲ । ଅଧିକ ପଢନ୍ତୁ

Rajnath singh
Rajnath singh

ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନବବର୍ଷର ପ୍ରଥମ ଦିନରେ ବୃନ୍ଦାବନରେ ଉଦଘାଟନ କରିଛନ୍ତି ପ୍ରଥମ ବାଳିକା ସୈନିକ ସ୍କୁଲ । ଯେଉଁ ବୀରାଙ୍ଗନାମାନେ ଦେଶସେବାରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ଓ ଦେଶ ମାତୃକାର ରକ୍ଷା କରିବାକୁ ଇଚ୍ଛୁକ ସେମାନଙ୍କୁ ଏହି ବିଦ୍ୟାଳୟ ଏକ ଉତ୍ତମ ପ୍ଲାଟଫର୍ମ ଯୋଗାଇଦେବ । ଏହି ବିଦ୍ୟାଳୟର ନାମ ସମବିଦ ଗୁରୁକୁଳମ ବାଳିକା ସୈନିକ ସ୍କୁଲ ରଖାଯାଇଥିବା ବେଳେ ଏଠାରେ ଏକକାଳୀନ ୮୭୦ ଛାତ୍ରୀ ଅଧ୍ୟୟନ କରିପାରିବେ ।

ମିଳିଥିବା ସୂଚନା ଅନୁସାରେ ଏନଜିଓ, ଘରୋଇ, ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ମାଧ୍ୟମରେ ମଥୁରାରେ ପ୍ରଥମ ବାଳିକା ସୈନିକ ସ୍କୁଲର ଉଦଘାଟନ କରାଯାଇଛି । ଉଦଘାଟନ କରିବା ପରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି, "ଦେଶର ଯେଉଁ ସାହାସୀ ଝିଅ ଦେଶ ମାତୃକାର ସେବା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଉପଯୁକ୍ତ ଶିକ୍ଷାନୁଷ୍ଠାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶର ମହିଳାମାନଙ୍କୁ ସଶସ୍ତ୍ର ବାହିନୀରେ ସେମାନଙ୍କର ଉପଯୁକ୍ତ ସ୍ଥାନ ଦେବା ଲାଗି ସବୁ ପ୍ରକାର ଉଦ୍ୟମ କରାଯାଉଛି । ଏହି କ୍ଷେତ୍ରରେ ମହିଳାମାନଙ୍କୁ ଅନେକ ବର୍ଷ ଧରି ଅବହେଳା କରାଯାଇଥିଲା । "

ଏହା ବି ପଢନ୍ତୁ- ଦେଶରେ ଖୋଲିବ ୧୦୦ ସୈନିକ ବିଦ୍ୟାଳୟ, ବାଜିଲା କ୍ୟାବିନେଟ ମୋହର

ରାଜନାଥ ଆହୁରି କହିଛନ୍ତି, "ଦେଶକୁ ସୁରକ୍ଷା ଯୋଗାଇବାରେ ମହିଳାମାନଙ୍କ ବି ସମାନ ଅଧିକାର ରହିଛି । ଯେତେବେଳେ ସୈନିକ ସ୍କୁଲରେ ଛାତ୍ରୀମାନଙ୍କୁ ଭର୍ତ୍ତି କରିବା ଲାଗି ଆମେ ନିଷ୍ପତ୍ତି ନେଇଥିଲୁ, ତାହା ମହିଳା ସଶକ୍ତିକରଣ ଲାଗି ଏକ ସୁବର୍ଣ୍ଣ ମୁହୂର୍ତ୍ତ ଥିଲା । ଆଜି ଆମ ଦେଶର ମହିଳାମାନେ ଖାଲି ଫାଇଟର ଜେଟ୍ ଉଡାଉନାହାନ୍ତି, ବରଂ ସୀମାରେ ଶତ୍ରକୁ କଡ଼ା ଜବାବ ଦେଉଛନ୍ତି ।" ସୂଚନା ଥାଉ କି ୨୦୧୯ ମସିହାରେ ସୈନିକ ସ୍କୁଲରେ ଛାତ୍ରୀମାନଙ୍କୁ ଭର୍ତ୍ତି କରିବା ଲାଗି ଥିବା ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ଏହାପରେ ୨୦୨୧-୨୨ ଶିକ୍ଷାବର୍ଷରେ ପର୍ଯ୍ୟାୟ କ୍ରମେ ସୈନିକ ସ୍କୁଲରେ ଛାତ୍ରୀ ଆଡମିଶନ ନେଇଥିଲେ । ତେବେ ମିଜୋରାମରେ ସୈନିକ ସ୍କୁଲ ଚିଙ୍ଗଚିପ ସଫଳ ହେବା ପରେ ଏହି ପାଇଲଟ ପ୍ରକଳ୍ପକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।

ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦ଟି ସୈନିକ ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ସଶସ୍ତ୍ର ବାହିନୀରେ କ୍ୟାରିଅର ଗଢିବାକୁ ଚାହୁଁଛନ୍ତି, ସେମାନଙ୍କୁ ଯେପରି ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ । ଏହାସହିତ ଦେଶ ଗଠନରେ ଆଜିର ଯୁବପିଢିଙ୍କୁ ଜଣେ ଦାୟିତ୍ବବାନ ନାଗରିକ ଭାବେ ଗଢି ତୋଳିବା ଲାଗି ସରକାରଙ୍କ ସହିତ ହାତରେ ହାତ ମିଳାଇ କାମ କରିବା ଲାଗି ଘରୋଇ ସଂସ୍ଥାକୁ ମଧ୍ୟ ସୁଯୋଗ ଦିଆଯାଇଛି । ଏହି ଉଦଘାଟନୀ ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.