ETV Bharat / bharat

ହତ୍ୟା ପରେ ସ୍ତ୍ରୀକୁ 72 ଖଣ୍ଡ କରିଥିଲା ସ୍ବାମୀ, ହାଇକୋର୍ଟ ମାରିଲେ ଶକ୍ତ ଚାପୁଡା - ନୈନିତାଲ ହାଇକୋର୍ଟ

ବହୁଚର୍ଚ୍ଚିତ ଅନୁପମା ଗୁଲାଟୀ ହତ୍ୟାକାଣ୍ଡର ଅଭିଯୁକ୍ତ ରାଜେଶ ଗୁଲାଟୀକୁ ହାଇକୋର୍ଟରୁ ଝଟକା । ରାଜେଶର ଜାମିନ ଆବେଦନ ଖାରଜ କରିଦେଇଛନ୍ତି ନୈନିତାଲ ହାଇକୋର୍ଟ । ଅଧିକ ପଢନ୍ତୁ...

ହତ୍ୟା ପରେ ସ୍ତ୍ରୀକୁ 72 ଖଣ୍ଡ କରିଥିବା ସ୍ବାମୀକୁ ହାଇକୋର୍ଟରୁ ବଡ ଝଟକା

author img

By

Published : Jun 22, 2021, 5:44 PM IST

Updated : Jun 22, 2021, 7:43 PM IST

ଡେରାଡୁନ: ଉତ୍ତରାଖଣ୍ଡର ବହୁଚର୍ଚ୍ଚିତ ଅନୁପମା ଗୁଲାଟୀ ହତ୍ୟାକାଣ୍ଡର ଅଭିଯୁକ୍ତ ରାଜେଶ ଗୁଲାଟୀକୁ ହାଇକୋର୍ଟରୁ ଝଟକା । ରାଜେଶର ଜାମିନ ଆବେଦନ ଖାରଜ କରିଦେଇଛନ୍ତି ନୈନିତାଲ ହାଇକୋର୍ଟ ।

ହାଇକୋର୍ଟର ମୁଖ୍ୟ ବିଚାରପତି ଆରଏସ ଚୌହାନଙ୍କ ନେତୃତ୍ବାଧିନ ଖଣ୍ଡପୀଠରେ ହୋଇଥିବା ଶୁଣାଣିରେ ରାଜ୍ୟ ସରକାରଙ୍କୁ 10 ଦିନ ଭିତରେ ନିଜ ଆପତ୍ତି ତଥା ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହତ୍ୟାକାଣ୍ଡ ଘଟଣାରେ ଦୋହଲିଥିଲା ଉତ୍ତରାଖଣ୍ଡ

17 ଅକ୍ଟୋବର 2010ରେ ଅଭିଯୁକ୍ତ ରାଜେଶ ଗୁଲାଟୀ ନିଜ ସ୍ତ୍ରୀ ଅନୁପମା ଗୁଲାଟୀଙ୍କ ନିର୍ମମ ହତ୍ୟା ପରେ ତାଙ୍କ ମୃତଦେହକୁ କାଟି 72 ଖଣ୍ଡ କରିଦେଇଥିଲା । ମୃତଦେହ ଖଣ୍ଡକୁ ଡିପ ଫ୍ରିଜରରେ ଲୁଚାଇ ରଖିଥିଲା ଅଭିଯୁକ୍ତ ସ୍ବାମୀ ।

ଅନୁପମାଙ୍କ ଭାଇ ଦିଲ୍ଲୀରୁ ଡେରାଡୁନ ପହଞ୍ଚିବା ପରେ 12 ଡିସେମ୍ବର 2010ରେ ଏହି ହତ୍ୟାକାଣ୍ଡର ହୋଇଥିଲା ଖୁଲାସା । ପରେ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲା ରାଜେଶ । ଏହାପରେ ରାଜେଶ ବିରୋଧରେ ଡେରାଡୁନରେ ହତ୍ୟା ମାମଲା ଦାଏର କରିଥିଲେ ଅନୁପମାଙ୍କ ଭାଇ ।

ସେପ୍ଟେମ୍ବର 2017ରେ ଆଜୀବନ କାରାଦଣ୍ଡ

ଏହି ମାମଲାର ତଦନ୍ତ ପରେ ଦେରାଡୁନ ପୋଲିସ ଅନୁପମା ହତ୍ୟା ମାମଲାରେ ତାଙ୍କ ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରି ଜିଲ୍ଲା କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲେ। 1 ସେପ୍ଟେମ୍ବର 2017ରେ ଡେରାଡୁନ କୋର୍ଟରେ ଶୁଣାଣି ବେଳେ ଅନୁପମାଙ୍କ ସ୍ବାମୀ ରାଜେଶ ଗୁଲାଟୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଏହାସହିତ ରାଜେଶ ଗୁଲାଟୀ ବିରୋଧରେ 15 ଲକ୍ଷ ଜୋରିମାନା କରାଯାଇଥିଲା । ଏହି 15 ଲକ୍ଷ ମଧ୍ୟରୁ 70 ହଜାର ଟଙ୍କା ସରକାରୀ ପାଣ୍ଠିରେ ଜମା ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅବଶିଷ୍ଟ ଅର୍ଥ ଅନୁପମାଙ୍କ ପିଲାମାନଙ୍କର ଯତ୍ନରେ ଖର୍ଚ୍ଚ ହେବ ବୋଲି କହିଥିଲେ କୋର୍ଟ ।

ଡେରାଡୁନ କୋର୍ଟ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଦେରାଡୁନ ଜିଲ୍ଲା କୋର୍ଟର ଏହି ଆଦେଶକୁ ରାଜେଶ ଗୁଲାଟୀ 2017ରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସେବେଠାରୁ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। ମଙ୍ଗଳବାର ରାଜେଶ ଗୁଲାଟୀ ସ୍ବାସ୍ଥ୍ୟ ସମ୍ପର୍କରେ ଅନ୍ତରୀଣ ଜାମିନ ଆବେଦନ କରାଯାଇଥିଲା।

ଶୁଣାଣି ସମୟରେ ନୈନିତାଲ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଜାମିନ ନାମଞ୍ଜୁର କରି ରାଜ୍ୟ ସରକାରଙ୍କୁ ଏହାର ଆପତ୍ତି ଉପସ୍ଥାପନ କରିବାକୁ 10 ଦିନ ସମୟ ଦେଇଛନ୍ତି। 10 ଦିନ ପରେ ଏବେ ଏହି ମାମଲାର ଶୁଣାଣି ହେବ।

Last Updated : Jun 22, 2021, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.