ETV Bharat / bharat

Rajasthan: Uber ବାଇକରେ ଅଫିସ ଯାଉଛନ୍ତି ସଚିବ, ପଢନ୍ତୁ ପୁରା ଘଟଣା

ରାଜସ୍ଥାନରେ Uber ବାଇକରେ ଅଫିସ ଯାଉଛନ୍ତି ସଚିବ । ଅଧିକ ପଢନ୍ତୁ

Rajasthan: Uber ବାଇକରେ ଅଫିସ ଯାଉଛନ୍ତି ସଚିବ, ପଢନ୍ତୁ ପୁରା ଘଟଣା
Rajasthan: Uber ବାଇକରେ ଅଫିସ ଯାଉଛନ୍ତି ସଚିବ, ପଢନ୍ତୁ ପୁରା ଘଟଣା
author img

By

Published : Aug 17, 2023, 6:51 AM IST

ଜୟପୁର: ସରକାରୀ ଅଧିକାରୀଙ୍କୁ କେତେ ସୁବିଧା ମିଳେ ସେକଥା ସମସ୍ତେ ଜାଣନ୍ତି । ସେମାନଙ୍କୁ ସରକାରୀ ବଙ୍ଗଳା, କାର, ଡ୍ରାଇଭରଙ୍କ ପରି ସରକାରୀ ସୁବିଧା ମିଳିବା ଅତି ସାଧାରଣ । ଯଦି ଏହି କଥା କୌଣସି ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ (IAS)ଙ୍କ ବିଷୟରେ ପଚରା ଯାଏ, ତେବେ ନକହିବା ଭଲ । କେବଳ ସେମାନଙ୍କ ସରକାରୀ ବୃତ୍ତଗତ ଜୀବନ ନୁହେଁ ବରଂ ବ୍ୟକ୍ତିଗତ ବିଳାସମୟ ଜୀବନ ମଧ୍ୟ ବେଶ ଚର୍ଚ୍ଚାରେ ଥାଏ । ହେଲେ ଅଫିସରେ ଠିକ ସମୟରେ ପହଞ୍ଚିବା ପାଇଁ ସରକାରୀ ନୁହେଁ କି ବ୍ୟକ୍ତିଗତ ଗାଡି ନୁହେଁ ବରଂ ଅନଲାଇନ ରେଣ୍ଟେଡ ‘ଉବେର’ ବାଇକ ବ୍ୟବହାର କରୁଛନ୍ତି ଜଣେ ଆଇଏଏସ ଅଧିକାରୀ । ଏପରି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।

ଗତକାଲି (ବୁଧବାର) ଉବେର ବାଇକ୍ ଟ୍ୟାକ୍ସି ମାଧ୍ୟମରେ ଅଫିସରେ ପହଞ୍ଚିଥିଲେ ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ସଚିବ ତଥା ବରିଷ୍ଠ ଆଇଏଏସ୍ ଡ.ପ୍ରୀତିରାଜ ସଂଖଲା । ଏପରି କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ବରିଷ୍ଠ ଅଧିକାରୀଜଣଙ୍କ ଠିକ ସମୟରେ ଅଫିସରେ ପହଞ୍ଚିବା ପାଇଁ ଏହି ପ୍ରଣାଳୀ ଆପଣାଇଥିବା ଜଣାପଡିଛି । ମାଲବ୍ୟ ନଗରରୁ ସଚିବାଳୟ ନିକଟ କାର୍ଯ୍ୟାଳୟକୁ ଆସିବା ପାଇଁ ବାଇକ୍ ତୁଳନାରେ କାରରେ ଆସିବାକୁ ତାଙ୍କୁ ଦୁଇଗୁଣ ସମୟ ଲାଗିଥାଏ । ଏଭଳି ପରିସ୍ଥିତିରେ ସେ ବାଇକ୍ ଟ୍ୟାକ୍ସିକୁ ବାଛିଥିଲେ । ଆଇଏଏସ୍ ଅଧିକାରୀ ଜଣଙ୍କ ବାଇକ ଟ୍ୟାକ୍ସିରେ ଅଫିସରେ ପହଞ୍ଚିବା ପରେ ଦିନସାରା ବିଭାଗରେ ଏହି ଚର୍ଚ୍ଚା ଲାଗି ରହିଥିଲା ।

ଡ. ପ୍ରୀତିରାଜ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ଜୀବନଶୈଳୀ ସମ୍ପର୍କିତ ଭିଡିଓ ଗୁଡ଼ିକୁ ମଧ୍ୟ ସେୟାର କରନ୍ତି । ବେଳେବେଳେ ସେ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଲାଇବା ଦ୍ୱାରା ଫିଟ୍ ରହିବାର ବାର୍ତ୍ତା ଦିଅନ୍ତି । ସେ ନିୟମିତ ସାଇକେଲ ମଧ୍ୟ ଚଳାନ୍ତି । ତାଙ୍କର ସୋସିଆଲ ମିଡିଆରେ ଭଲ ଫଲୋର୍ସ ମଧ୍ୟ ରହିଛନ୍ତି । ସେ ନିୟମିତ ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଜିମ୍ ଯାଆନ୍ତି । ଭଲ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଆବଶ୍ୟକ ବୋଲି ସୋସିଆଲ ମିଡିଆରେ ବାର୍ତ୍ତା ଦେବାକୁ ସେ ଏକାଧିକ ଭିଡିଓ ମଧ୍ୟ ଅତୀତରେ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-କ୍ରୀଡା କ୍ଷେତ୍ରରେ ସହଯୋଗ ନେଇ ଭାରତ ଅଷ୍ଟ୍ରେଲିଆ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରୀ

ପୂର୍ବରୁ ସେ କୋରୋନା ସଂକ୍ରମଣ ସମୟରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ମହାମାରୀକୁ ନେଇ ସମଗ୍ର ବିଶ୍ୱରେ ଅନିଶ୍ଚିତତା ଓ ଭୟ ଦେଖାଦେଇଥିଲା । ସେତେବେଳେ ସେ ଆଗକୁ ଆସି ଦେଶରେ ବିକଶିତ ହୋଇଥିବା କୋରୋନା ଟିକା ପରୀକ୍ଷଣରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହ ଦେଖାଇଥିଲେ । ସେ ଟ୍ରାଏଲ ରନରେ ଅଂଶ ମଧ୍ୟ ଗ୍ରହଣ କରି ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଏବେ ପରିବେଶ ସୁରକ୍ଷା ଓ ଶାରୀରିକ ସୁସ୍ଥତା ପାଇଁ ସେ ଭିନ୍ନ ଭିନ୍ନ ଭିଡିଓ ଅପଲୋଡ କରି ଚର୍ଚ୍ଚାରେ ରହିଛି । ସମୟ ବଞ୍ଚାଇବା ପାଇଁ ସେ ବାଇକରେ ଅଫିସ ଆସିବା ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.