ETV Bharat / bharat

ଗଣଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ବିଧାୟକଙ୍କ ପୁଅ ଗିରଫ

author img

By

Published : Jan 10, 2023, 8:00 AM IST

ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ରାଜସ୍ଥାନର କଂଗ୍ରେସ ବିଧାୟକଙ୍କ ପୁଅ ଗିରଫ । ଅଧିକ ପଢନ୍ତୁ

congress MLA son arrested in gang rape case

ଜୟପୁର: ଗଣଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ କଂଗ୍ରେସ ବିଧାୟକଙ୍କ ପୁଅ (Congress MLA son arrested in gang rape case )। ରାଜସ୍ଥାନ ରାଜଗଡର କଂଗ୍ରେସ ବିଧାୟକ ଜୋହରୀ ଲାଲ ମୀନାଙ୍କ ପୁଅ ଦୀପକ ମୀନାଙ୍କୁ ପୋଲିସ ଗିରଫ କରିଛି । ୨୦୨୨ରେ ମାଣ୍ଡଓ୍ବାରା ପୋଲିସ ଷ୍ଟସନରେ ପୋକ୍‌ସୋ ଆକ୍ଟରେ ରୁଜୁ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ବିଧାୟକଙ୍କ ପୁଅକୁ ଗିରଫ କରାଯାଇଛି । ପୂର୍ବରୁ ଗଣ ଦୁଷ୍କର୍ମ ମାମଲାରେ ବିବେକ ଶର୍ମା ଓନେତ୍ରମ ସମଲେଟୀ ନାମକ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।

ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଜଣଙ୍କ କହିଥିଲେ ଯେ, "ମୁଁ ଚାହୁଛି ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ । ସେମାନଙ୍କୁ ଗିରଫ କରାଯାଇ ଫାଶି ଦଣ୍ଡରେ ଦଣ୍ଡିତ କରାଯାଉ । ସେମାନେ ମୋ ସହ ଯାହାବି କରିଛନ୍ତି ଆଉ କେଉଁ ଝିଅ ସହ ମଧ୍ୟ କରିପାରନ୍ତି, ତେଣୁ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ।" ଅନ୍ୟପଟେ ପୀଡିତାଙ୍କ ବାପା କହିଛନ୍ତି , "ରାଜସ୍ଥାନ ପୋଲିସ ଏହି ଘଟଣାକୁ ଚପାଇବାକୁ ଚେଷ୍ଟା କରୁଛି । ମୋ ଝିଅକୁ ନ୍ୟାୟ ମିଳିବା ଉଚିତ । ଏହି ଘଟଣାକୁ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (NCPCR ) ଏବଂ ରାଜ୍ୟ ମହିଳା ଆୟୋଗ ଏହି ଘଟଣା ବିରୋଧରେ ସ୍ବର ଉଠାଇବା ପରେ ପୀଡିତାଙ୍କୁ ଡଉସାରେ ଭେଟିଥିଲେ ।"

କଣ ଥିଲା ସମ୍ପୂର୍ଣ୍ଣ ଘଟଣା

୨୦୨୧ ଫେବୃୟାରୀ ମାସରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ମହୱା-ମାଣ୍ଡୱାର ରୋଡ୍‌ରେ ଥିବା ଏକ ହୋଟେଲରେ ଗଣ ଦୁଷ୍କର୍ମ କରାଯାଇଥିଲା । ଏହାପରେ ଘଟଣାର ସୁଟିଂ ମଧ୍ୟ କରିଥିଲେ ଅଭିଯୁକ୍ତ । ଯଦି ଅଭିଯୁକ୍ତଙ୍କୁ ୧୫ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ସେମାନେ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାକୁ ଧମକ ଦେଇଥିଲେ । ଯେତେବେଳେ ପୀଡିତାଙ୍କ ଘରୁ ଟଙ୍କା ସୁନା ଚୋରୀ ହୋଇଥିଲା ସେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା । ପୀଡିତୀଙ୍କ ବାପା ବିଧାୟକଙ୍କ ପୁଅ ଅନ୍ୟ ୩ଜଣଙ୍କ ବିରେଧରେ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପରେ ପୋଲିସ ୨ଜଣଙ୍କୁ ପୂର୍ବରୁ ଗିରଫ କରିଥିବା ବେଳେ ଗତକାଲି ବିଧାୟକଙ୍କ ପୁଅ ଦୀପକ ମୀନାଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.