ETV Bharat / bharat

Udaipur killing: କହ୍ନେୟାଲାଲଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହେଲଟ

author img

By

Published : Jun 30, 2022, 3:52 PM IST

ଉଦୟପୁର ହତ୍ୟାକାଣ୍ଡର ଶିକାର ହୋଇଥିବା କହ୍ନେୟାଲାଲଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହେଲଟ । ସେପଟେ ବିଜେପି କର୍ମୀଙ୍କ ବିଶାଳ ପ୍ରତିବାଦ ସଭା । ଅଧିକ ପଢନ୍ତୁ

Udaipur killing: ହତ୍ୟାର ଶିକାର କହ୍ନେୟାଲାଲଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହେଲୋଟ
କହ୍ନେୟାଲାଲଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହେଲଟ

ଜୟପୁର: ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ନେଇ ସାରା ଦେଶରେ ଆକ୍ରୋଶ ବିଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଜୋର ଧରିଛି । ଉଦୟପୁରରେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସ୍ୱଭାବିକ ହୋଇନାହିଁ । ଚାପା ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଆଜି ହତ୍ୟାକାଣ୍ଡ ଶିକାର ହୋଇଥିବା କହ୍ନେୟାଲାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଆଜି ଗେହେଲଟ ପୀଡିତଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି । ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ଗେହେଲଟ ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି ବିରୋଧୀ ବିଜେପି । ଆଜି ଉଦୟପୁରରେ ବିଜେପି ପକ୍ଷରୁ ବିଶାଳ ପ୍ରତିବାଦ ସଭା ମଧ୍ୟ ଆୟୋଜନ କରାଯାଇଛି । ହଜାର ହଜାର ବିଜେପି କର୍ମୀ ଏପରି ସ୍ଥିତି ପାଇଁ ରାଜସ୍ଥାନ ସରକାରକୁ ଦାୟୀ କରିବା ସହ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

  • #WATCH | A large number of people protest against the Udaipur murder incident in Rajasthan's Udaipur#KanhaiyaLal, a tailor was beheaded by two men on June 28 for allegedly posting content in support of suspended BJP leader Nupur Sharma pic.twitter.com/IMkFhqDjRY

    — ANI MP/CG/Rajasthan (@ANI_MP_CG_RJ) June 30, 2022 " class="align-text-top noRightClick twitterSection" data=" ">

ଗତ 28 ତାରିଖରେ ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୁର୍ବୃତ୍ତ ଅତି ନିର୍ମମ ଭାବେ କହ୍ନେୟାଲାଲଙ୍କୁ ହତ୍ୟା କରିବା ସହ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ । ଅନ୍ୟମାନଙ୍କ ଏପରି ଅବସ୍ଥା ନେଇ ମଧ୍ୟ ଏକ ଭିଡିଓ ମାଧ୍ୟମରେ ଦୁଇ ଅଭିଯୁକ୍ତ ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ । ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ପରେ ତାଙ୍କୁ ପ୍ରଥମେ ହତ୍ୟା ଧମକ ଓ ପରେ ହତ୍ୟା କରାଯାଇ ମୁଣ୍ଡକାଟି ଥିଲେ ଦୁଇ ଦୁର୍ବୃତ୍ତ । ଘଟଣାରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବାେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.