ଚଣ୍ଡିଗଡ: ପଞ୍ଜାବର ଲୁଧିଆନା ରେଳ ଷ୍ଟେସନକୁ ବମରେ ଉଡାଇ ଦେବାକୁ ଧମକ । ଯାହାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କର୍ମଚାରୀଙ୍କୁ ଜିଆରପି ଓ ଲୁଧିଆନା ପୋଲିସ ଦ୍ବାର ତାମିଲ ଦିଆଯାଉଥିବା ବେଳେ ଯାତ୍ରୀମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି । ଲୁଧିଆନା ରେଲଓ୍ବେ ଷ୍ଟେସନକୁ ପ୍ରତ୍ୟେକ ଦିନ ବହୁଯାତ୍ରୀ ଯାତାୟତ କରୁଥିବା ବେଳେ ଚେକିଂ ବ୍ୟବସ୍ଥା ଏତେ କଡାକଡି ନଥିବା ଅଭିଯୋଗ ହୋଇଛି । ପ୍ରଶାସନ ନାମକୁ ମାତ୍ର ଯାଞ୍ଚ କରୁଥିବା କୁହାଯାଉଛି ।
ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ପୂର୍ବରୁ ଷ୍ଟେସନରୁ ବହୁ ଥର ଉଡାଇ ଦେବାର ଧମକ ମିଳିଛି । ଏଥିପାଇଁ ଯାଞ୍ଚ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କୁ ପଚାରିବାରୁ ଏତେ ସଂଖ୍ୟକ ଯାତ୍ରୀଙ୍କୁ ଯାଞ୍ଚ କରିବା କେବେବି ସମ୍ଭବ ନହଁ ବୋଲି ମତ ରଖିଛନ୍ତି ।