ETV Bharat / bharat

କଂଗ୍ରେସ ବିଜୟ ପାଇଁ ଆସାମ ଚା’ ବଗିଚା ଶ୍ରମିକଙ୍କ ଦୁଃଖ ଶୁଣିଲେ ରାହୁଲ-ପ୍ରିୟଙ୍କା - ଚା’ ବଗିଚା ଶ୍ରମିକ

ଚା’ ବଗିଚା ଶ୍ରମିକ ସମ୍ପ୍ରଦାୟର ସମର୍ଥନ ପାଇଁ କଂଗ୍ରେସ ଜୋରସୋର ଉଦ୍ୟମ ଚଳାଇଛି । ଅଧିକ ପଢନ୍ତୁ...

କଂଗ୍ରେସ ବିଜୟ ପାଇଁ ଆସାମ ଚା’ ବଗିଚା ଶ୍ରମିକଙ୍କ ଦୁଃଖ ଶୁଣିଲେ ରାହୁଲ ଓ ପ୍ରିୟଙ୍କା

author img

By

Published : Mar 22, 2021, 10:00 PM IST

ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆସାମ ଚା’ ବଗିଚା ଶ୍ରମିକ ସମ୍ପ୍ରଦାୟର ସମର୍ଥନ ପାଇଁ କଂଗ୍ରେସ ଜୋରସୋର ଉଦ୍ୟମ ଚଳାଇଛି । ମୋଟ 126 ଆସନ ବିଶିଷ୍ଟ ବିଧାନସଭାର ପାଖାପାଖି 40ଟି ଆସନରେ ଏମାନଙ୍କର ପ୍ରଭାବ ରହିଛି । ଚା’ ବଗିଚା ଶ୍ରମିକଙ୍କ ସଂଖ୍ୟା ହେଉଛି ରାଜ୍ୟର ମୋଟ ଜନସଂଖ୍ୟାର 17 ପ୍ରତିଶତ ।

ଅନଗ୍ରସର ରହିଥିବା ଏହି ସମ୍ପ୍ରଦାୟ ବାସଗୃହ, ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ପ୍ରାୟ ସବୁ ମୌଳିକ କ୍ଷେତ୍ରରେ ପଛୁଆ ହୋଇ ରହି ଆସିଛନ୍ତି । ପାରମ୍ପରିକ ଭାବେ ଏମାନେ କଂଗ୍ରେସକୁ ସମର୍ଥନ ଦେଇ ଆସୁଥିଲେ, କିନ୍ତୁ 2016 ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ ଦେଇଥିଲେ ।

“ ବିଜେପି କ୍ଷମତାକୁ ଆସିବାର ଶହେ ଦିନ ଭିତରେ ସେମାନଙ୍କ ପାଇଁ ଅନେକ କିଛି କରାଯିବ ବୋଲି ଚା’ ବଗିଚା ଶ୍ରମିକଙ୍କୁ ପ୍ରତିଶ୍ତୁତି ଦିଆଯାଇଥିଲା, କିନ୍ତୁ କିଛି ବି ସେମାନଙ୍କ ପାଇଁ କରାଯାଇନାହିଁ। ପାଞ୍ଚ ବର୍ଷ ପରେ ଏହି ସମ୍ପ୍ରଦାୟ ବିଜେପି ସହିତ ଖୁସୀ ନୂହଁନ୍ତି,” ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିବ୍ରୁଗଡ଼ରୁ ପାଞ୍ଚ ଥର ସାଂସଦ ନିର୍ବାଚିତ ପାବନ ସିଂ ଘଟୱାର କହିଛନ୍ତି । ଦଶନ୍ଧି ଧରି ଚା’ ବଗିଚା ଶ୍ରମିକଙ୍କ ପାଇଁ କାମ କରୁଥିବା ଘଟୱାର କହିଛନ୍ତି ଯେ, 1952 ପରଠାରୁ ସେମାନେ କଂଗ୍ରେସକୁ ସମର୍ଥନ କରି ଆସୁଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ 60 ପ୍ରତିଶତ 2016ରେ ବିଜେପି ପାଖକୁ ଚାଲି ଯାଇଥିଲେ । “କିନ୍ତୁ ବର୍ତ୍ତମାନ ସେମାନେ ଫେରି ଆସୁଛନ୍ତି,” ବୋଲି କଂଗ୍ରେସ ନେତା କହିଛନ୍ତି ।

ଚା’ ବଗିଚା ଶ୍ରମିକଙ୍କ ଉପରେ ନିଜର ପ୍ରଭାବ ରଖିବା ପାଇଁ ବିଜେପି-ଏଜିପି ସରକାର ସେମାନଙ୍କୁ ମାମଣା ଚାଉଳ ଓ ଚିନି, ଜାଳେଣୀ ଗ୍ୟାସ୍ ଏବଂ ବ୍ୟାଙ୍କ ଖାତାକୁ ବିଭିନ୍ନ ଯୋଜନାରେ ଟଙ୍କା ପଠାଇବା ଆଦି ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କିନ୍ତୁ ଏସବୁ କାର୍ଯ୍ୟକ୍ରମ ସଫଳ ହୋଇନାହିଁ ବୋଲି କଂଗ୍ରେସ ନେତାଏଁ ଅଭିଯୋଗ ଆଣୁଛନ୍ତି ।

ଚା’ ବଗିଚା ଶ୍ରମିକମାନେ ଗୋଷ୍ଠୀଗତ ହୋଇ ଭୋଟ ଦେଉଥିବାରୁ ସେମାନଙ୍କ ରାଜନୈତିକ ଗୁରୁତ୍ବକୁ ଅନୁଭବ କରି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବ ଏମାନଙ୍କ ସମର୍ଥନ ହାସଲ ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି ।

ଏହାର ଅଂଶସ୍ବରୂପ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ଫେବ୍ରୁଆରି 14ରେ ଶିବସାଗରରେ ଶୁଭାରମ୍ଭ କରିଥିବା ଦଳର ଏକ ନିର୍ବାଚନ ରାଲିରେ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଆସିଲେ ଚା’ ବଗିଚା ଶ୍ରମିକଙ୍କୁ ଦୈନିକ 365 ଟଙ୍କା ମଜୁରୀ ଦିଆଯିବ । ଦଳର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଚା’ ବଗିଚା ଶ୍ରମିକଙ୍କ ପାଖରେ ପହଞ୍ଚି ସେମାନଙ୍କର ଅଭିଯୋଗ ଶୁଣିବା ସହ ଏହି ସମ୍ପ୍ରଦାୟକୁ ଅବହେଳା କରାଯାଇଥିବାରୁ ଶାସକ ମେଣ୍ଟକୁ ଦୋଷାରୋପ କରିଛନ୍ତି ।

ଅନେକ ମହିଳା ଶ୍ରମିକଙ୍କ ଦୃଷ୍ଟାନ୍ତ ଦେଇ ପ୍ରିୟଙ୍କା କହିଛନ୍ତି ଯେ, ଯଦିଓ ସେମାନେ ସେମାନଙ୍କର ବ୍ୟାଙ୍କ ଖାତାରେ କିଛି ଟଙ୍କା ପାଇଥିଲେ ଏବଂ ଜାଳେଣି ଗ୍ୟାସ୍ ସିଲିଣ୍ଡର ପାଇଥିଲେ, ଏବେ ସେମାନଙ୍କ ରୋଷେଇ ଘରେ ସିଲିଣ୍ଡର ଖାଲି ପଡ଼ିଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦରରେ ଅହେତୁକ ବୃଦ୍ଧି ଏମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।

ବାସ୍ତବିକ କଂଗ୍ରେସ ଆସାମର ଭୋଟରମାନଙ୍କ ପାଇଁ ଯେଉଁ ପଞ୍ଚ ସୂତ୍ରୀ ଗ୍ୟାରେଣ୍ଟି ପ୍ରଦାନ କରିଛି ତାହା ଭିତରେ ଚା’ ବଗିଚା ଶ୍ରମିକଙ୍କୁ ଦୈନିକ 365 ଟଙ୍କା ମଜୁରୀ ପ୍ରଦାନ ଗୋଟିଏ ଗ୍ୟାରେଣ୍ଟି ଦେଇଛି ।

ପ୍ରିୟଙ୍କା ଚା’ ବଗିଚା ଶ୍ରମିକଙ୍କ ପାଖରେ ପହଞ୍ଚିବା ବେଳେ ସେମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରିବା ସହି ମହିଳା ଶ୍ରମିକଙ୍କ ସହିତ ବଗିଚାରୁ ନିଜେ ଚା’ ତୋଳିଥିଲେ । ରାହୁଲ ଶ୍ରମିକଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଥିଲେ ଏବଂ ସେମାନଙ୍କର ଉନ୍ନତି ପାଇଁ ଦଳର ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ ।

ଚା’ ବଗିଚା ଶ୍ରମିକଙ୍କୁ ଦୈନିକ 365 ଟଙ୍କା ମଜୁରୀ ପ୍ରଦାନ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବାସ୍ତବରେ ସେମାନଙ୍କର ବହୁତ ପୁରୁଣା ଦାବି, ଯାହା ଉପରେ କେହି କେବେ ଧ୍ୟାନ ଦେଇ ନାହାଁନ୍ତି ।

ବିଜେପି-ଏଜିପି ମେଣ୍ଟ ସରକାର 2018ରେ ଦୈନିକ ମଜୁରୀ 137 ଟଙ୍କାରୁ 167 ଟଙ୍କାକୁ ଏବଂ ପରେ ଗତମାସରେ ଏହାକୁ ପୁଣି ଥରେ 217 ଟଙ୍କାକୁ ବଢାଇଛନ୍ତି, କିନ୍ତୁ ଶ୍ରମିକମାନେ ଏଥିଲେ ଆଦୌ ସନ୍ତୁଷ୍ଟ ନୂହଁନ୍ତି ।

ଉଭୟ ରାହୁଲ ଓ ପ୍ରିୟଙ୍କା ଚା’ ବଗିଚା ଶ୍ରମିକଙ୍କ ଦୟନୀୟ ସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛନ୍ତି । ଗତମାସରେ ରାଜ୍ୟ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚା’ ବଗିଚା ଶ୍ରମିକଙ୍କ ବିକାଶ ଏବଂ ଭାରତୀୟ ଚା’କୁ ବଦନାମ କରିବା ପାଇଁ ହେଉଥିବା ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ସହ ଯୋଡ଼ିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, କେନ୍ଦ୍ର ବଜେଟରେ ଚା’ ଉଦ୍ୟୋଗ ପାଇଁ ଏକ ହଜାର କୋଟି ଟଂକା ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟସମୂହର ଚା’ ବଗିଚା ଶ୍ରମିକଙ୍କ ପାଇଁ 3 ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବା ଘୋଷଣା କରାଯାଇଛି । ଏଥିସହିତ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭ୍ରାମ୍ୟମାଣ ଔଷଧ ଭ୍ୟାନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅମିତ ଅଗ୍ନିହୋତ୍ରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.