ETV Bharat / bharat

ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ଶ୍ରୀନଗର ଗସ୍ତ କରିବେ ରାହୁଲ ଗାନ୍ଧୀ

ଅଗଷ୍ଟ ୯ରେ ଶ୍ରୀନଗର ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ଅଧିକ ପଢନ୍ତୁ...

ଅଗଷ୍ଟ ୯ରେ ଶ୍ରୀନଗର ଗସ୍ତ କରିବେ ରାହୁଲ ଗାନ୍ଧୀ

author img

By

Published : Aug 5, 2021, 9:51 AM IST

ନୂଆଦିଲ୍ଲୀ:ଆସନ୍ତା ୯ରେ ଶ୍ରୀନଗର ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ଦଳର ନେତା ଓ କର୍ମୀଙ୍କୁ ଭେଟିବେ ବୋଲି ଆଜି ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରଥମ ଗସ୍ତ ହେବ । ଏଥି ସହ ଜମ୍ମୁ କାଶ୍ମୀର ପାର୍ଟି ୟୁନିଟ୍ ସଭାପତି ଗୁଲାମ ଅହମ୍ମଦ ମିରଙ୍କ ପୁଅଙ୍କ ବିବାହ ଭୋଜିରେ ମଧ୍ୟ ଯୋଗଦେବେ ରାହୁଲ ।

ଏହାସହ ଅଗଷ୍ଟ ୮ରେ ଜମ୍ମୁରେ ମାତା ବୈଷ୍ଣୋ ଦେବୀଙ୍କୁ ମଧ୍ୟ ପରିଦର୍ଶନ କରିପାରନ୍ତି କିନ୍ତୁ ଏହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ ଏବଂ ଜାମ୍ମୁରେ ଦଳର ନେତା ତଥା ଅନ୍ୟ ଲୋକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀନଗରର ଖେର ଭବାନୀ ଏବଂ ହଜରତବାଲଙ୍କୁ ମଧ୍ୟ ପରିଦର୍ଶନ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି କିନ୍ତୁ ଏହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.