ETV Bharat / bharat

୧୧୩ ଥର ସୁରକ୍ଷା ନିୟମ ଉଲ୍ଲଘଂନ କରିଛନ୍ତି ରାହୁଲ ଗାନ୍ଧୀ: CRPF - ଭାରତ ଯୋଡ ଯାତ୍ରା

ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ନେଇ ଅଭିଯୋଗ କରିଥିଲେ କଂଗ୍ରେସ ନେତା । ୨୦୨୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଛନ୍ତି । ଏନେଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(CRPF) ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Rahul Gandhi
Rahul Gandhi
author img

By

Published : Dec 29, 2022, 3:52 PM IST

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ( Congress general secretary KC Venugopal) ଭାରତ ଯୋଡ ଯାତ୍ରା(Rahul Gandhi's Bharat Jado Yatra) ସମୟରେ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହେଉଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଗୃହ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହାର କିଛି ଦିନ ପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(CRPF) ରାହୁଲଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛି । ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଥିବା ନେଇ CRPF ପକ୍ଷରୁ କୁହାଯାଇଛି ।

ସୂଚନାଅନୁସାରେ, ୨୦୨୦ ମସିହାଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଥିବା କୁହାଯାଇଛି । ଭାରତ ଯୋଡ଼ୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିବା ବେଳେ ମଧ୍ୟ ରହୁଲ୍‌ ଗାନ୍ଧୀ ନିଜ ଆଡୁ ନିରାପତ୍ତା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିଲେ।

ଏହା ମଧ୍ୟ ପଢନ୍ତୁ: ବଲିଉଡକୁ ଝଟ୍‌କା, ହୃଦଘାତରେ ଆଖି ବୁଜିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ନିତିନ ମନମୋହନ

ଏନେଇ CRPF ପକ୍ଷରୁ କୁହାଯାଇଛି,"କେତେକ କ୍ଷେତ୍ରରେ ନିଜେ ରାହୁଲ୍‌ ଗାନ୍ଧୀ ନିରାପତ୍ତା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିଲେ । ସନେଇ ମଧ୍ୟ ରାହୁଲ୍‌ଙ୍କୁ ଅବଗତ କରାଇ ଦିଆଯାଇଥିଲା। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିବାର ଦୁଇ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୨୨ ତାରିଖରେ ଆଡ୍‌ଭାନ୍‌ସ୍‌ଡ୍‌ ସିକ୍ୟୁରିଟି ଲିଜନ(ASL-Advance Security Liaison) କରାଯାଇଥିଲା । ସମସ୍ତ ନିରାପତ୍ତା ଗାଇଡ୍‌ଲାଇନ୍‌ ନିଷ୍ଠାପରଭାବେ ପାଳନ କରାଯାଇଥିଲା ।"

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଗୃହମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ କର୍ମୀଙ୍କ କ୍ଷେତ୍ରରେ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହେଉଥିବା ନେଇ ଚିଠି ଲେଖିଥିଲେ । ତେବେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ସମ୍ପୁର୍ଣ୍ଣ ବ୍ୟବସ୍ଥା କରାଯାଇଛି, କିନ୍ତୁ ସେ ନିଜେ ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଥିବା ନେଇ CRPF ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.