ETV Bharat / bharat

National Herald Case: ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

author img

By

Published : Jun 20, 2022, 9:40 AM IST

ଇଡି ସ୍ପାନରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଲଗାତାର 3 ଦିନ ରାହୁଲଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ତେବେ ଆଜି କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଅଧିକ ପଢନ୍ତୁ

National Herald Case: ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଇଡି ସ୍ପାନରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଲଗାତାର 3 ଦିନ ରାହୁଲଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ତେବେ ଆଜି କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ନ୍ୟାସନାଲ ହେରାଲ୍ଡ ପେପର ଦୁର୍ନୀତି ମାମଲାରେ ରାହୁଲଙ୍କୁ ମାରାଥାନ ଜେରା ଜାରି ରଖିଛି ତଦନ୍ତକାରୀ ସଂସ୍ଥା ।

ନ୍ୟାସନାଲ ହେରାଲ୍ଡ ମାମଲାରେ ମାରାଥନ ଜେରାର ସମ୍ମୁଖୀନ ହେଉଥିବା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସାମୟିକ ଭାବେ ଜେରାରୁ ବିରାମ ଚାହିଁଥିଲେ । ତେବେ ରାହୁଲଙ୍କ ଅନୁରୋଧ ରକ୍ଷା କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ 20 ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଛି । ଅନ୍ୟପଟେ ରାହୁଲଙ୍କୁ ବାରମ୍ବାର ଇଡିର ଜେରାକୁ ନେଇ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ ଆଜି ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ । ସେପଟେ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି ।

ଅନ୍ୟପଟେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ବିଟକରି କହିଛନ୍ତି ଯେ, "ସୋମବାର ଦେଶରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଅଗ୍ନିପଥ ଯୋଜନା ତଥା ମୋଦୀ ସରକାରଙ୍କ ରାଜନିତୀକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବେ ।" ସୂଚନାଅନୁସାରେ ଆଜି(ସୋମବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟି ସ୍ମାରକପତ୍ର ଦେବ କଂଗ୍ରେସ । ୟଙ୍ଗ ଇଣ୍ଡିଆନ-ଏଜେଏଲ (Associated Journals Ltd) ଡିଲ୍‌ର ସମସ୍ତ କଥା ମୋତିଲାଲା ଭୋରା ବୁଝୁଥିଲେ । ଏଜେଏଲ ଓ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ମଧ୍ୟରେ ହୋଇଥିବା ସମସ୍ତ ଆର୍ଥିକ କାରବାର ମୋତିଲାଲ ଭୋରାଙ୍କ ତତ୍ତ୍ୱାବଧାନରେ ହୋଇଥିଲା ବୋଲି ରାହୁଲ ଇଡି ଆଗରେ କହିଛନ୍ତି ।

ଏନେଇ ମୋତିଲାଲ ଭୋରାଙ୍କୁ ରାହୁଲ ଦାୟୀ କରିଛନ୍ତି ଯାହାଙ୍କର ମୃତ୍ୟୁ ହୋଇସାରିଛି । ରାହୁଲଙ୍କ ଏ ବୟାନକୁ ଖଣ୍ଡନ କରିଛନ୍ତି ମୋତିଲାଲ ଭୋରାଙ୍କ ପୁଅ । ଦାବିକୁ ଭିତ୍ତିହୀନ କହିଛନ୍ତି ମୋତିଲାଲଙ୍କ ପୁଅ ତଥା କଂଗ୍ରେସ ବିଧାୟକ ଅରୁଣ ଭୋରା । ରାହୁଲ ଗାନ୍ଧୀ କେବେ ତାଙ୍କ ବାପାଙ୍କ ନାଁରେ ଏତେ ବଡ଼ ଅଭିଯୋଗ ଲଗାଇ ପାରିବେ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.