ETV Bharat / bharat

ପିଏମଙ୍କୁ ରାହୁଲଙ୍କ ଟାର୍ଗେଟ, 'ଅଭ୍ୟାସ ଅନୁଯାୟୀ ପୂନର୍ବାର ଅସତ୍ୟାଗ୍ରହ କଲେ ମୋଦି'

author img

By

Published : Dec 18, 2020, 6:55 PM IST

ଅନ୍ନଦାତାଙ୍କ ଦ୍ୱନ୍ଦ୍ବ ଦୂର କରିବାକୁ ସେମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କ ସମ୍ବୋଧନ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ପିଏମଙ୍କୁ ରାହୁଲଙ୍କ ଟାର୍ଗେଟ, 'ଅଭ୍ୟାସ ଅନୁଯାୟୀ ପୂନର୍ବାର ଅସତ୍ୟାଗ୍ରହ କଲେ ମୋଦି'
ପିଏମଙ୍କୁ ରାହୁଲଙ୍କ ଟାର୍ଗେଟ, 'ଅଭ୍ୟାସ ଅନୁଯାୟୀ ପୂନର୍ବାର ଅସତ୍ୟାଗ୍ରହ କଲେ ମୋଦି'

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କ୍ରମାଗତ 23 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ ଅନ୍ନଦାତାଙ୍କ ଦ୍ୱନ୍ଦ୍ବ ଦୂର କରିବାକୁ ସେମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କ ସମ୍ବୋଧନ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

କଂଗ୍ରେସ ନେତା ରାହୁଲ ଟ୍ବିଟ କରି କହିଛନ୍ତି, ଅଭ୍ୟାସ ଅନୁଯାୟୀ ଆଜି ପୂନର୍ବାର ପ୍ରଧାନମନ୍ତ୍ରୀ ଅସତ୍ୟାଗ୍ରହ କରିଛନ୍ତି । ଏହାସହ ପୁଣି ଥରେ ଚାଷୀଙ୍କ କଥା ଶୁଣି କୃଷି ଆଇନ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି ରାହୁଲ । ଏହା ପୂର୍ବରୁ ଅନ୍ୟ ଏକ ଟ୍ବିଟରେ ଆଉ କେତେ ଅନ୍ନଦାତାଙ୍କୁ ବଳିଦାନ ଦେବାକୁ ପଡିବ ବୋଲି ପ୍ରଶ୍ନ କରିଥିଲେ ରାହୁଲ ।

ଶୁକ୍ରବାର ଚାଷୀଙ୍କୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ଆମ ଦେଶରେ ଚାଷୀଙ୍କ ସହ ବିଶ୍ବାସ ଘାତକତାର ସବୁଠୁ ବଡ ଉଦାହରଣ ହେଉଛି କଂଗ୍ରେସ ଦ୍ବାରା କରାଯାଇଥିବା ଋଣ ଛାଡ । ଏହାସହ କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ଭ୍ରମ ସୃଷ୍ଟି ନ କରିବାକୁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.