ETV Bharat / bharat

ଟିକା ଅଭାବ ନେଇ ନୂତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଟ୍ବିଟ ଓ୍ବାର - ରାହୁଲଙ୍କ ଟ୍ବିଟ ଓ୍ବାର

ଟୀକା ଅଭାବ ନେଇ ନୂତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଟ୍ବିଟ ଓ୍ବାର । କେନ୍ଦ୍ରର ଟୀକାକରଣ ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ଟୀକା ଅଭାଟିକା ଅଭାବ ନେଇ ନୂତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଟ୍ବିଟ ଓ୍ବାରବ ନେଇ ନୂତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଟ୍ବିଟ ଓ୍ବାର
ଟିକା ଅଭାବ ନେଇ ନୂତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଟ୍ବିଟ ଓ୍ବାର
author img

By

Published : Jul 8, 2021, 9:17 PM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଆଜି ଦାୟିତ୍ବ ନେଇଛନ୍ତି ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଏହାର କିଛି ସମୟ ପରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଟିକାର ଅଭାବ ନାହିଁ ବୋଲି ସ୍ପଷ୍ଟ କରିବାକୁ ରାହୁଲ ଟ୍ବିଟ ଯୋଗେ ହ୍ୟାସଟ୍ୟାଗ "# ଚେଞ୍ଜ" ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି ।

ସେହିପରି କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନା ଓ ଟୀକାକରଣ ନୀତିକୁ କ୍ରମାଗତ ସମାଲୋଚନା କରି ଆସୁଛି କଂଗ୍ରେସ । ଏହି ପ୍ରସଙ୍ଗରେ ରାହୁଲ କହିଛନ୍ତି ଦେଶରେ ଟୀକାକରଣ ମନ୍ଥର ଗତିରେ ଗତି କରୁଛି ଏବଂ ଏହାକୁ ତ୍ବରାନ୍ବିତ କରାଯିବା ଆବଶ୍ୟକ । ତେବେ ବିଜେପି ମଧ୍ୟ ନିଜ ମୁଖପାତ୍ର ଗୌରବ ଭାଟିଆଙ୍କ ସାହାଯ୍ୟରେ କଂଗ୍ରେସ ଅଭିଯୋଗର ପ୍ରତିଉତ୍ତର ରଖିଛି । ଦଳ ପକ୍ଷରୁ ଉତ୍ତର ରଖି ରାହୁଲଙ୍କ ମନ୍ତବ୍ୟ ଦାୟିତ୍ବଶୂନ୍ୟ ବୋଲି କହିଛନ୍ତି ଭାଟିଆ ।

କଂଗ୍ରେସ କହିଛି ଯେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପଦରୁ ହଟାଇବା ନେଇ ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳତାକୁ ସ୍ବୀକାର କରିବାରେ ବାଧ୍ୟ ହୋଇଛି ନରେନ୍ଦ୍ର ମୋଦି ସରକାର । ଏହା ପୂର୍ବରୁ କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଯେ କେତେକ ରାଜ୍ୟ ତୀବ୍ର ଟିକା ଅଭାବର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୂର କରିବା ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ପ୍ରାଥମିକତା ହେବା ଉଚିତ ।

ମନ୍ତ୍ରୀ ପରିଷଦର ସମ୍ପ୍ରସାରଣ ପରେ ମନସୁଖ ମାଣ୍ଡଭ୍ୟଙ୍କୁ ଉଭୟ ସ୍ବାସ୍ଥ୍ୟ ଏବଂ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟର ଦାୟିତ୍ୟ ଦିଆଯାଇଛି । ମେ ’2019 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ବୁଧବାର ପ୍ରଥମ ୟୁନିଅନ କ୍ୟାବିନେଟ ସମ୍ପ୍ରସାରଣରେ ସମୁଦାୟ 43 ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

@ PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.