ETV Bharat / bharat

ଶ୍ରୀଲଙ୍କା ଭଳି ଦେଖାଯାଉଛି ଭାରତ, ଗ୍ରାଫ୍ ଦର୍ଶାଇଲେ ରାହୁଲ ଗାନ୍ଧୀ - ରାହୁଲ ଗାନ୍ଧୀ

ଶ୍ରୀଲଙ୍କା ସ୍ଥିତି ଭଳି ଦେଖାଯାଉଛି ଭାରତ । ବେକାରୀ, ପେଟ୍ରୋଲ ମୂଲ୍ୟ ଏବଂ ସାମ୍ପ୍ରଦାୟିକ ହିଂସାକୁ ନେଇ ପ୍ରସ୍ତୁତ ଏକ ଗ୍ରାଫ୍ ଜାରି କରି ଦୁଇ ଦେଶକୁ ତୁଳନା କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ଶ୍ରୀଲଙ୍କା ଭଳି ଦେଖାଯାଉଛି ଭାରତ, ଗ୍ରାଫ୍ ଜାରି କଲେ ରାହୁଲ ଗାନ୍ଧୀ

author img

By

Published : May 19, 2022, 7:07 AM IST

ନୂଆଦିଲ୍ଲୀ: ଉତ୍କଟ ଆର୍ଥିକ ସଙ୍କଟ ସହ ଯୁଝୁଛି ଶ୍ରୀଲଙ୍କା । ଦେଶରେ ଖାଦ୍ୟାଭାବ ସାଙ୍ଗକୁ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଚାରିଆଡେ ବିଦ୍ରୋହର ବହ୍ନି ଜଳୁଛି । ଭାରତରେ ମଧ୍ୟ ଇନ୍ଧନ ମୂଲ୍ୟ ଆକାଶଛୁଆଁ ରହିଛି ଏବଂ ଅନେକ ସମୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟୁଛି । ଯେଉଁଥିପାଇଁ ଶ୍ରୀଲଙ୍କା ସହ ଭାରତକୁ ତୁଳନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିଜେପି ସରକାରର ଆର୍ଥିକ ପରିଚାଳନାକୁ ସମାଲୋଚନା କରି ରାହୁଲ ଏକ ଗ୍ରାଫ୍ ଟ୍ବିଟ୍ କରିଛନ୍ତି । ଦୁଇ ଦେଶର ବେକାରୀ, ପେଟ୍ରୋଲ ମୂଲ୍ୟ ଏବଂ ସାମ୍ପ୍ରଦାୟିକ ହିଂସାକୁ ନେଇ ଏହି ଗ୍ରାଫ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଶ୍ରୀଲଙ୍କା ଏବଂ ଭାରତର ସ୍ଥିତି ପ୍ରାୟ ଏକାଭଳି ଦେଖାଯାଉଛି ।

ରାହୁଲ ଗ୍ରାଫ୍‌ଟି ଟ୍ବିଟ୍ କରି ବିଜେପିକୁ ଟାର୍ଗେଟ କରି ଲେଖିଛନ୍ତି, ''ଲୋକଙ୍କ ଧ୍ୟାନ ଅନ୍ୟ ଆଡକୁ ଆକର୍ଷିତ କଲେ ତଥ୍ୟ ବଦଳି ଯିବନି । ଭାରତ ସ୍ଥିତି ଶ୍ରୀଲଙ୍କା ଭଳି ଦିଶୁଛି ।'' ଗ୍ରାଫ୍‌ରେ 2017 ପର ଠାରୁ ଉଭୟ ଶ୍ରୀଲଙ୍କା ଏବଂ ଭାରତରେ ବେକାରୀ ହାର ବଢିଥିବାର ଦର୍ଶାଯାଇଛି । ଯାହାକି 2020ରେ ଲକଡାଉନ ସମୟରେ ଶୀର୍ଷରେ ପହଞ୍ଚିଥିଲା । ସେହିପରି ଦୁଇ ଦେଶର ପେଟ୍ରୋଲ ରେଟ ମଧ୍ୟ ବଢି 2021ରେ ଶୀର୍ଷରେ ରହିଛି । ଉଭୟ ଦେଶରେ ସାମ୍ପ୍ରଦାୟିକ ହିଂସାକାଣ୍ଡ 2019ରେ କମ୍ ଥିବାବେଳେ 2020ରେ ଏହା ଖୁବ୍ ଅଧିକ ରହିଥିବା ପ୍ରଦର୍ଶିତ ହୋଇଛି । ପୂର୍ବରୁ ମଧ୍ୟ ରାହୁଲ କହିଥିଲେ ଯେ ''ଭାରତ ଶ୍ରୀଲଙ୍କା ଭଳି ସ୍ଥିତି ଆଡକୁ ଗତି କରୁଛି । ଶ୍ରୀଲଙ୍କାରେ ଲୋକଙ୍କୁ ସତ ଲୁଚାଯାଉଛି । ଠିକ୍ ସେହିଭଳି ଭାରତରେ ବିଜେପି RSSର ଲୋକ ଦେଶବାସୀଙ୍କୁ ସତ ଲୁଚାଉଛନ୍ତି ଏବଂ ସତ ଧୀରେ ଧୀରେ ସମସ୍ତଙ୍କୁ ସାମ୍ନାକୁ ଆସୁଛି ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.