ETV Bharat / bharat

ପଣ୍ଡିତ ନେହେରୁଙ୍କ ପୁଣ୍ୟତିଥିରେ ରାହୁଲଙ୍କ ଶ୍ରଦ୍ଧାଞ୍ଜଳି - ପୂଣ୍ୟତିଥି

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର 57ତମ ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : May 27, 2021, 3:05 PM IST

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର 57ତମ ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ତାଙ୍କ ପଣ ଜେଜେ ତଥା ଜବାହାରଲାଲ ନେହେରୁଙ୍କ ପୁଣ୍ୟତିଥିରେ ତାଙ୍କ ବିଚକ୍ଷଣ ବୁଦ୍ଧିକୁ ମନେ ପକାଇଛନ୍ତି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ନେହେରୁ 1889 ମସିହା ନଭେମ୍ବର 14 ଆହ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ । ସେ 1919ରେ ଜାତୀୟ କଂଗ୍ରେସରେ ଯୋଗ ଦେବା ସହିତ ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ । ସେ 1923ରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ହୋଇଥିଲେ । ଏହା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ 1947 ଅଗଷ୍ଟ 15ରେ ଶପଥ ନେଇଥିଲେ । ଦେଶରେ ସର୍ବକାଳୀନ ପ୍ରଧାନମନ୍ତ୍ରୀ ରହିଛନ୍ତି ନେହେରୁ । 1964 ମସିହା ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.