ETV Bharat / bharat

Bharat Jodo Yatra in Kashmir: ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ

ଜମ୍ମୁ-ଶ୍ରୀନଗରରେ କଂଗ୍ରସର ଭାରତ ଯୋଡଯାତ୍ରା । ଭାରତ ଯୋଡଯାତ୍ରା ସମୟରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ ।

ଜମ୍ମୁ-ଶ୍ରୀନଗରରେ କଂଗ୍ରସର ଭାରତ ଯୋଡଯାତ୍ରା
ଜମ୍ମୁ-ଶ୍ରୀନଗରରେ କଂଗ୍ରସର ଭାରତ ଯୋଡଯାତ୍ରା
author img

By

Published : Jan 28, 2023, 10:26 PM IST

ଶ୍ରୀନଗର: ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ ଗାନ୍ଧୀ । ଜମ୍ମୁ-ଶ୍ରୀନଗରରେ କଂଗ୍ରସର ଭାରତ ଯୋଡଯାତ୍ରା ସମୟରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଲେଥପୋରା ଅଞ୍ଚଳରେ 40 ରୁ ଅଧିକ ଶୀହୀଦ CRPF ଯବାନମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାହୁଲ ଗାନ୍ଧୀ । ୨୦୧୯ ମସିହାରେ ଲେଥପୋରା ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣରେ ଶହୀଦ 40 ରୁ ଅଧିକ CRPFଙ୍କୁ ମନେ ପକାଇଛନ୍ତି ରାହୁଲ । ଏହାସହ କଂଗ୍ରେସ ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ, ପୁଲୱାମା ଆକ୍ରମଣର ସାହସୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା କଥା କୁହାଯାଇଛି ।

ଫେବୃଆରୀ 14, 2019 ରେ ଜାମ୍ମୁ-ଶ୍ରୀନଗର ରାଜପଥରେ ଲେଥପୋରାରେ ଆତ୍ମଘାତୀ ବିସ୍ଫୋରଣରେ 40 ଜଣ CRPF ଯବାନ ଶହୀଦ ହୋଇଥିଲେ । ଏହି ଘଟଣା ସମଗ୍ର ଭାରତକୁ ଦହଲଇ ଦେଇଥିଲା। ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଶୋକର ବାଦଲ ଖେଳି ଯାଇଥିଲା । ଏହି ଆକ୍ରମଣକୁ ଦେଶ ବ୍ୟାପକ ନିନ୍ଦା କରାଯାଇଥିଲା । ତେବେ ଏହି ଦିନକୁ କଳା ଦିବସ ଭାବେ ମଧ୍ୟ ଦେଶ ବ୍ୟାପକ ପାଳନ କରାଯାଉଛି ।

ଏହି ଅବସରରେ ବହୁ ସଂଖ୍ୟାରେ କଂଗ୍ରେସ ସମର୍ଥକ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡା ଯାତ୍ରୀଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିବାର ନଜର ଆସିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ମଧ୍ୟ ଭାରତ ଯୋଡଯାତ୍ରାରେ ଯୋଗ ଦେଇଥିଲେ। ତେବେ ଏହି ପଦଯାତ୍ରା ସମୟରେ କାଶ୍ମୀରର ବନିହାଲ ଠାରେ ରାହୁଲଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବନିହାଲ ଅନ୍ତର୍ଗତ କ୍ବାଜିଗୁଣ୍ଡରେ ଭାରତ ଯୋଡ ଯାତ୍ରାରୁ ହଠାତ୍ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି । ଯେଉଁ କାରଣରୁ ଏଠାରେ କଂଗ୍ରେସର ପଦଯାତ୍ରାକୁ ୨୦ ମିନିଟ୍ ବନ୍ଦ କରାଯାଇଥିଲା ।

ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଜମ୍ମୁ-କାଶ୍ମୀରରେ ଆଗକୁ ବଢୁଛି । ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁଆରୀ ୩୦ରେ କାଶ୍ମୀରରେ ଶେଷ ହେବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ ଓ ପଞ୍ଜାବ ପରେ ଏହି ଯାତ୍ରା ଏବେ ଜମ୍ମୁ କାଶ୍ମୀରରେ ଜାରି ରହିଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ୧୫୦ ଦିନିଆ ବିଶାଳ ପଦଯାତ୍ରା ଜାରି ରଖିଛି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.