ETV Bharat / bharat

Modi surname Remark: ଜରୁରୀ ବୈଠକ ଡାକିଲା କଂଗ୍ରେସ

author img

By

Published : Mar 24, 2023, 10:57 AM IST

Updated : Mar 24, 2023, 12:17 PM IST

ମୋଦି ଉପନାମ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ । ଏହା ବିରୋଧରେ ଆଜି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ଅଧିକ ପଢନ୍ତୁ

Modi surname Remark
ରାହୁଲଙ୍କ ଦଣ୍ଡାଦେଶ ବିରୋଧରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାମଲାକୁ ନେଇ ସରଗରମ ରାଜନୀତି । 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁରଟ କୋର୍ଟ ରାହୁଲଙ୍କୁ ଏହି ମାମଲାରେ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାକୁ ରାଜନୀତି ସରଗରମ ରହିଛି । ଶାସକ ଦଳକୁ ସମାଲୋଚନା କରିଛି କଂଗ୍ରେସ । ଚୁପ ବସିନାହିଁ କଂଗ୍ରେସ । ସୁରଟ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ ।

ପୂର୍ବାହ୍ନ 11ଟାରେ ବିପକ୍ଷ ଦଳ ନେତା ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ଯାଏ ରାଲି କରିବେ । ରାହୁଲଙ୍କ ମାମଲାରେ ମତ ରଖିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁଙ୍କୁ ସମୟ ମାଗିବେ । ମାର୍ଚ୍ଚ 27ରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ରାଜଧାନୀରେ ବିରୋଧ ପ୍ରଦର୍ଶନ କରିବେ । ରାହୁଲଙ୍କୁ ଦଣ୍ଡାଦେଶ ବିରୋଧରେ ଗର୍ଜିବ କଂଗ୍ରେସ । ସେପଟେ ଜରୁରୀ ବୈଠକ ଡାକିଛି କଂଗ୍ରେସ । ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ସନ୍ଧ୍ୟା 5ଟାରେ ବୈଠକ ବସିବା ନେଇ ସୂଚନା ମିଳିଛି ।

ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, ସିପିଏଲ ନେତାଙ୍କୁ ବୈଠକ ନେଇ ଡାକରା ହୋଇଛି । ରାହୁଲ ଗାନ୍ଧୀଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ପରେ ଏହି ଜରୁରୀ ବୈଠକ କରିବ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ ଦଳର ବହୁ ବରିଷ୍ଠ ପଦାଧିକାରୀ ସଦସ୍ୟ ଉପସ୍ଥିତ ରହିବେ । ସଂସଦରେ ମଧ୍ୟ ଏହି ମାମଲା ଉଠିପାରେ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ...Rahul Convicted: ଚାଲିଯିବ କି ରାହୁଲଙ୍କ ସଦସ୍ୟତା ? କଣ ରହିଛି ନିୟମ ଜାଣନ୍ତୁ

କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ''ଏହା କେବଳ ଆଇନ ମୁ୍ଦ୍ଦା ନୁହେଁ ରାଜନୈତିକ ବିଷୟ ମଧ୍ୟ । କ୍ଷମତାରେ ଥିବା ଦଳ ବିପକ୍ଷ ଦଳ ନେତାଙ୍କୁ ଡରାଇବାକୁ ଚାହୁଁଛି । ରାହୁଲ ଗାନ୍ଧୀଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ହେବା ପରେ ତାଙ୍କ ସଦସ୍ୟତାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । ଏହାକୁ ନେଇ କଂଗ୍ରେସ ଗୁରୁତ୍ବପୂର୍ଣ୍ଣ ବୈଠକ କରିବ ।

ପ୍ରକାଶଥାଉ କି, 2019 ସାଧାରଣ ନିର୍ବାଚନରେ କର୍ଣ୍ଣାଟକରେ ରାହୁଲ ଗାନ୍ଧୀ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହାକୁ ହଙ୍ଗାମା ହୋଇଥିଲା । ରାହୁଲ କହିଥିଲେ ମୋଦି ଉପନାମ ବା ସରନେମ ଥିବା ସମସ୍ତେ ଚୋର କାହିଁକି ? ବିଜେପି ବିଧାୟକ ତଥା ଗୁଜୁରାଟ ତତ୍କକାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ଏକ ମାମଲା ଦାୟର କରିଥିଲେ 4 ବର୍ଷ ପୁରୁଣା ମାମଲାରେ ଗତକାଲି (ଗୁରୁବାର) ସୁରଟ କୋର୍ଟ ରାୟ ଶୁଣାଇ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଅବଶ୍ୟ ମାମଲାରେ ରାହୁଲଙ୍କୁ 30ଦିନ ପାଇଁ ଜାମିନ ମିଳିଛି ।

Last Updated : Mar 24, 2023, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.