ETV Bharat / bharat

ରାହୁଲ ଗାନ୍ଧୀ ଜଣେ ଛାତ୍ରଙ୍କ ପରି, ଦକ୍ଷତା ଅଭାବରୁ ସେ ପ୍ରଭାବିତ କରିପାରନ୍ତି ନାହିଁ

author img

By

Published : Nov 13, 2020, 7:17 AM IST

Updated : Nov 13, 2020, 8:38 AM IST

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜର ଏକ ପୁସ୍ତକରେ ରାହୁଲ ଗାନ୍ଧୀ ଓ ମନମୋହନ ସିଂଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଯେଉଁଠି ସେ ରାହୁଲ ଗାନ୍ଧୀଙ୍କୁ ଜଣେ ଛାତ୍ର ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଦକ୍ଷତା ଅଭାବରୁ ରାହୁଲ ପ୍ରଭାବିତ କରିପାରନ୍ତି ନାହିଁ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଏକ ନୂତନ ପୁସ୍ତକ ଲେଖିଛନ୍ତି । ‘A Promised Land'’ନାମକ ପୁସ୍ତକଟି ସମ୍ପୂର୍ଣ୍ଣ ରାଜନୈତିକ ସମୀକରଣ ଉପରେ ପର୍ଯ୍ୟବେସିତ । ଆମେରିକା ସମେତ ଅନ୍ୟ ଦେଶର ନେତାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଆଲୋକପାତ କରିଛନ୍ତି ବାରାକ । ମନମୋହନ ସିଂଙ୍କ ନେତୃତ୍ବ ୟୁପିଏ ସରକାର ସମୟରେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ରହିଥିଲେ ।

ନ୍ୟୁୟର୍କ ଟାଇମ୍ସ ସମୀକ୍ଷା ଅନୁସାରେ, ବାରାକ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବିଷୟରେ ଉଲ୍ଲେଖ କରି କହିଛନ୍ତି, ନିଜ ଆବେଗକୁ ନିୟନ୍ତ୍ରିତ ରଖିବାରେ ମନମୋହନ ସିଂ ସିଦ୍ଧିହସ୍ତ । ପ୍ରତିରକ୍ଷା ସଚିବ ବବ ଗେଟ୍ସ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମଧ୍ୟରେ ଅନେକ ଏକତା ଥିବା କହିଛନ୍ତି ବାରାକ ।

ରାହୁଲ ଗାନ୍ଧୀଙ୍କ ବିଷୟରେ ବାରାକଙ୍କ ଚିନ୍ତାଧାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ରାହୁଲ ଗାନ୍ଧୀଙ୍କ ଭିତରେ ଜଣେ ଛାତ୍ରଙ୍କ ପରି ବିଚଳିତ( ନର୍ଭସ), ଅପରିପକ୍ବ (ଅନଫର୍ମ କ୍ବାଲିଟି) । ଯିଏ କି ନିଜର ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଶେଷ କରିଛି ହେଲେ ଶିକ୍ଷକଙ୍କୁ ପ୍ରଭାବିତ ବା ଇମ୍ପ୍ରେସ କରିପାରନ୍ତି ନାହିଁ । ପ୍ରଭାବିତ କରିବାକୁ ସେ ଆଗ୍ରହୀ କିନ୍ତୁ ବିଷୟବସ୍ତୁକୁ ଆୟତ୍ତ କରିବାର ଦକ୍ଷତା କିମ୍ବା ଉତ୍ସାହର ଅଭାବ ତାଙ୍କ ଠାରେ ଦେଖିବାକୁ ମିଳେ ।

ସୂଚନାଯୋଗ୍ୟ,ଓବାମାଙ୍କ କାର୍ଯ୍ୟକାଳ ସମୟରେ ରାହୁଲ ଗାନ୍ଧୀ କଂଗ୍ରେସର ଉପାଧ୍ୟକ୍ଷ ରହିଥିଲେ । 2017ରେ ଓବାମାଙ୍କ ଭାରତ ଗସ୍ତ ସମୟରେ ଗାନ୍ଧୀଙ୍କୁ ଭେଟିଥିଲେ । ଉଭୟଙ୍କ ସାକ୍ଷାତକାରକୁ ନେଇ ଗାନ୍ଧୀ ଏକ ଟ୍ବିଟ କରି କହିଥିଲେ , ରାଷ୍ଟ୍ରପତି ଓବାମାଙ୍କ ସହିତ କଥାବାର୍ତ୍ତା ଶାନଦାର ରହିଥିଲା ।

ନ୍ୟୁୟର୍କ ଟାଇମ୍ସ ସମୀକ୍ଷାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଜୋ ବିଡେନଙ୍କ ଉପରେ ଓବାମାଙ୍କ ଉଦ୍ଦେଶ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି । NYT ଆର୍ଟିକିଲରେ ଲେଖିଛନ୍ତି, ‘‘ଜୋ ବିଡେନ ଜଣେ ଭଦ୍ର, ସଚ୍ଚୋଟ, ଭଦ୍ର ବ୍ୟକ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଶାରୀରିକ ସମ୍ପୂର୍ଣ୍ଣ ଫିଟ ରହିଛନ୍ତି ।

ଓବାମାଙ୍କ ଦ୍ବାରା ଲେଖାହୋଇଥିବା ଏହି ଆତ୍ମଜୀବନୀ 768 ପୃଷ୍ଠା ବିଶିଷ୍ଟ । ନଭେମ୍ବର 17ରେ ଏହି ବହି ବଜାରକୁ ଆସିବ । ଆମେରିକାର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି ହେଉଛନ୍ତି ଓବାମା । ରାଷ୍ଟ୍ରପତି ସମୟରେ ସେ ଭାରତକୁ 2 ଗସ୍ତ ରେ ଆସିଥିଲେ ।

Last Updated : Nov 13, 2020, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.