ଲକ୍ଷ୍ମୌ: ରାଜନୀତିର ନୂଆ ଆଖଡା ପାଲଟିଛି ଉତ୍ତରପ୍ରଦେଶର ଲଖିମପୁର ଖେରୀ । ସମ୍ପୂର୍ଣ୍ଣ ରୂପରେ ରାଜନୈତିକ ମୋଡ ନେଇସାରିଛି ଖେରୀ ହିଂସା(Lakhimpur Kheri Violence) ଘଟଣା । ଏହାରି ମଧ୍ୟରେ ଲକ୍ଷ୍ମୌ ପହଞ୍ଚିସାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେପଟେ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ବନ୍ଦୀ ମୁକ୍ତ କରାଯାଇଛି । ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଲଖିମପୁର ଖେରୀ ଯିବାକୁ ଅନୁମତି ଦେଇଛନ୍ତି ଉତ୍ତରପ୍ରଦେଶ ସରକାର ଓ ପ୍ରଶାସନ ।
-
#WATCH | Congress leader Rahul Gandhi asks police officials at Lucknow airport "under which rule are you deciding how I'll go? Just tell me the rule."
— ANI (@ANI) October 6, 2021 " class="align-text-top noRightClick twitterSection" data="
Gandhi is leading a Congress delegation to violence-hit Lakhimpur Kheri pic.twitter.com/X0HeOzQB5e
">#WATCH | Congress leader Rahul Gandhi asks police officials at Lucknow airport "under which rule are you deciding how I'll go? Just tell me the rule."
— ANI (@ANI) October 6, 2021
Gandhi is leading a Congress delegation to violence-hit Lakhimpur Kheri pic.twitter.com/X0HeOzQB5e#WATCH | Congress leader Rahul Gandhi asks police officials at Lucknow airport "under which rule are you deciding how I'll go? Just tell me the rule."
— ANI (@ANI) October 6, 2021
Gandhi is leading a Congress delegation to violence-hit Lakhimpur Kheri pic.twitter.com/X0HeOzQB5e
ଉତ୍ତରପ୍ରଦେଶ ସରକାରଙ୍କ ବିଭାଗ ସୂଚନା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଲଖିମପୁର ଖେରୀ ଯିବାକୁ ଅନୁମତି ପ୍ରଦାନ କରାଯାଇଛି । ରାହୁଲଙ୍କ ସହ ପଞ୍ଜାବ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ଲଖିମପୁର ଖେରୀ ଯିବେ ।
ସେପଟେ ଲକ୍ଷ୍ମୌ ବିମାନବନ୍ଦର ପହଞ୍ଚିବା ପରେ ସେଠାରେ ରାହୁଲଙ୍କୁ ଅଟକାଇଛି ଉତ୍ତରପ୍ରଦେଶ ପୋଲିସ । କାରଣ ରାହୁଲ ନିଜ ଗାଡିରେ ହିଁ ଲଖିମପୁର ଯିବାକୁ ଜିଦ୍ ଧରିବସିଛନ୍ତି । ହେଲେ ପ୍ରଶାସନ ଏହାର ଅନୁମତି ଦେଇନଥିଲା । ଫଳରେ ଧାରଣାରେ ବସିଥିଲେ ରାହୁଲ । ତେବେ ବର୍ତ୍ତମାନ ସେ ବିମାନବନ୍ଦରରୁ ବାହାରିସାରିଥିବା ଜଣାପଡିଛି ।
ଲକ୍ଷ୍ମୌରୁ ସିଧା ସୀତାପୁରରୁ ଯିବେ ରାହୁଲ । ସେଠାରେ ଭାଇ ରାହୁଲଙ୍କୁ ଅପେକ୍ଷା କରିଛନ୍ତି ଭଉଣୀ ପ୍ରିୟଙ୍କା । ଉଭୟ ସାଙ୍ଗ ହୋଇ ଲଖିମପୁ ଖେରୀ ଗସ୍ତ କରିବେ । ମଙ୍ଗଳବାର ସୀତାପୁରରୁ ହିଁ ପ୍ରିୟଙ୍କାଙ୍କୁ ଗିରଫ କରିଥିଲା ପୋଲିସ । ସୁରକ୍ଷା ଦୃଷ୍ଟିରୁ ପ୍ରିୟଙ୍କାଙ୍କୁ ରୋକିବାକୁ ପ୍ରୟାସ କରାଯାଇଥିଲା । ହେଲେ ସେ ନିଜ ଜିଦରେ ଅଟଳ ରହିବାରୁ ତାଙ୍କୁ ଶେଷରେ ଗିରଫ କରିଥିଲା ପୋଲିସ ।