ନୂଆଦିଲ୍ଲୀ: ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଛାଡିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ରାହୁଲ ପ୍ରାୟ 3 ଘଣ୍ଟାର ଜେରା ପରେ କାର୍ଯ୍ୟାଳୟରୁ ବାହାରିଛନ୍ତି ।
-
Congress leader Rahul Gandhi leaves from the Enforcement Directorate office in Delhi after appearing in the National Herald case pic.twitter.com/8CdbXho6Id
— ANI (@ANI) June 13, 2022 " class="align-text-top noRightClick twitterSection" data="
">Congress leader Rahul Gandhi leaves from the Enforcement Directorate office in Delhi after appearing in the National Herald case pic.twitter.com/8CdbXho6Id
— ANI (@ANI) June 13, 2022Congress leader Rahul Gandhi leaves from the Enforcement Directorate office in Delhi after appearing in the National Herald case pic.twitter.com/8CdbXho6Id
— ANI (@ANI) June 13, 2022
ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ଅଭିଯୋଗରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । ଉଭୟ ରାହୁଲ ଓ ମା’ ତଥା କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ହାଜର ପାଇଁ ସମନ ଥିଲା । ସୋନିଆ ଏବେ କୋରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଆଜି ପୂର୍ବାହ୍ନରେ ରାହୁଲ ଗାନ୍ଧୀ ଏକାଧିକ ବରିଷ୍ଠ କଂଗ୍ରେସ ନେତା ଓ ଶତାଧିକ ସମର୍ଥକଙ୍କ ଗହଣରେ ପଦଯାତ୍ରା କରି ଇଡି କାର୍ଯ୍ୟାଳୟ ଅଭିମୁଖେ ଆସିଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ ଦଳୀୟ ନେତା ଓ କର୍ମୀ । ପ୍ରତିବାଦ ବେଳେ କିଛି ବରିଷ୍ଠ ନେତାଙ୍କ ସହ ପୋଲିସ ଅନେକ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ମଧ୍ୟ ରଖିଛି । ତେବେ ଅନ୍ୟପଟେ ପ୍ରାୟ 3 ଘଣ୍ଟାର ଜେରା ପରେ ରାହୁଲ ଇଡି କାର୍ଯ୍ୟାଳୟ ଛାଡିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ