ETV Bharat / bharat

ହିନ୍ଦୁ ଏବଂ ହିନ୍ଦୁତ୍ବ ଉପରେ ରାହୁଲଙ୍କ ଜ୍ଞାନ କମ: RSS Leader

ହିନ୍ଦୁ ଏବଂ ହିନ୍ଦୁତ୍ବ ଉପରେ ରାହୁଲ ଗାନ୍ଧୀ(Rahul Gandhi)ଙ୍କ ଜ୍ଞାନ ଦୁର୍ବଳ କହିଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ନେତା ଇନ୍ଦ୍ରେଶ କୁମାର((RSS Leader Indresh Kumar) । ଅଧିକ ପଢନ୍ତୁ

ହିନ୍ଦୁ ଏବଂ ହିନ୍ଦୁତ୍ବ ଉପରେ ରାହୁଲଙ୍କ ଜ୍ଞାନ କମ: RSS Leader
ହିନ୍ଦୁ ଏବଂ ହିନ୍ଦୁତ୍ବ ଉପରେ ରାହୁଲଙ୍କ ଜ୍ଞାନ କମ: RSS Leader
author img

By

Published : Dec 17, 2021, 9:53 AM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ହିନ୍ଦୁ ଏବଂ ହିନ୍ଦୁତ୍ବ ଉପରେ ଜ୍ଞାନ ଦୁର୍ବଳ କହିଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ନେତା ଇନ୍ଦ୍ରେଶ କୁମାର((RSS Leader Indresh Kumar) । କିଛିଦିନ ତଳେ ରାହୁଲ ଗାନ୍ଧୀ ଦେଇଥିବା ହିନ୍ଦୁ ଏବଂ ହିନ୍ଦୁବାଦୀ ବୟାନରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଇନ୍ଦ୍ରେଶ । ସେ କହିଛନ୍ତି ଯେ, 'ହିନ୍ଦୁତ୍ବ ବିନା ଜଣେ ହିନ୍ଦୁ ବ୍ୟକ୍ତି କବେ ଜୀବନ ଯାପନ କରିପାରିବ ନାହିଁ । ରାହୁଲ ହିନ୍ଦୁ ଏବଂ ହିନ୍ଦୁତ୍ବକୁ ପୃଥକ ଭାବେ ବିବେଚନା କରି ଆତ୍ମା ଏବଂ ଶରୀରକୁ ଅଲଗା କରିଦେଇଛନ୍ତି । ତାଙ୍କର ଏଥିରେ ଧାରଣା ଏବଂ ଜ୍ଞାନ ବହୁତ ଦୁର୍ବଳ ଅଛି ।'

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ରାଜସ୍ଥାନର ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ କହିଥିଲେ ଯେ, ଭାରତ ହେଉଛି ହିନ୍ଦୁଙ୍କ ଦେଶ, ହିନ୍ଦୁତ୍ବବାଦୀଙ୍କର ନୁହେଁ । ହିନ୍ଦୁତ୍ବବାଦୀମାନେ କେବଳ କ୍ଷମତା ଚାହୁଁଛନ୍ତି ଏବଂ ସେମାନେ 2014 ରୁ କ୍ଷମତାକୁ ଆସିଛନ୍ତି । ଏମାନେ ହିନ୍ଦୁତ୍ବବାଦୀ ନାମରେ ଲୋକମାନଙ୍କୁ ପରିଚାଳିତ କରୁଛନ୍ତି ଏବଂ ହିନ୍ଦୁମାନଙ୍କୁ ପଛକୁ ନେଇଯାଉଛନ୍ତି, ଯେଉଁମାନେ କି ସତ୍ୟ ପଥରେ ଚାଲୁଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିନ୍ଦୁତ୍ବବାଦୀମାନେ କେବଳ କ୍ଷମତା ଛଡା ଆଉ କିଛି ଚାହାନ୍ତି ନାହିଁ । କାରଣ କ୍ଷମତା ହିଁ ତାଙ୍କ ପାଇଁ ସବୁକିଛି କରିବ । ସେମାନେ 'ସତଗ୍ରହ' ଅର୍ଥାତ କ୍ଷମତାର ରାସ୍ତା ଖୋଜନ୍ତି 'ସତ୍ୟାଗ୍ରହ' ସତ୍ୟର ପଥ ନୁହେଁ । ଏ ଦେଶ ହିନ୍ଦୁଙ୍କର ହିନ୍ଦୁତ୍ବବାଦୀଙ୍କର ନୁହେଁ ବୋଲି ରାହୁଲ କହିଥିଲେ । ଏଥିସହ ବର୍ତ୍ତମାନ ରାଜନୀତିରେ 2ଟି ପୃଥିବୀ ହିନ୍ଦୁ ଏବଂ ହିନ୍ଦୁତ୍ବବାଦୀ ପ୍ରତିଯୋଗିତା ଚାଲିଛି । ଏହି ଦୁଇଟି ଶବ୍ଦରେ ଭିନ୍ନ ଭିନ୍ନ ଅର୍ଥ ରହିଛି । ମୁଁ ଜଣେ ହିନ୍ଦୁ କିନ୍ଦୁ ହିନ୍ଦୁତ୍ବବାଦୀ ନୁହେଁ । ମହାତ୍ମା ଗାନ୍ଧୀ ହିନ୍ଦୁ ଥିଲେ କିନ୍ଦୁ ନାଥୁରାମ ଗଡସେ ହିନ୍ଦୁତ୍ବବାଦୀ ଥିଲେ ବୋଲି ରାହୁଲ କହିଥିଲେ ।

ଏହାର କଡା ଯବାବ ରଖିଛନ୍ତି RSS ନେତା ଇନ୍ଦ୍ରେଶ କୁମାର, 'ହିନ୍ଦୁ ଏବଂ ହିନ୍ଦୁତ୍ବବାଦ ଆତ୍ମା ଏବଂ ଶରୀର ପରି । ଏହାକୁ ଭିନ୍ନ ଦର୍ଶାଇ ରାହୁଲଙ୍କର ଏଥିରେ ଜ୍ଞାନ ଦୁର୍ବଳ ବୋଲି ସ୍ପଷ୍ଟ କରିଛନ୍ତି ।'

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.