ETV Bharat / bharat

Rahul Bhat Killing: ମୋଦିଙ୍କ ପାଇଁ ଫିଲ୍ମ ଅଧିକ ଗୁରୁତ୍ବପୂର୍ଣ୍ଣ, କହିଲେ ରାହୁଲ - କାଶ୍ମୀର ପଣ୍ଡିତ ହତ୍ୟା

କାଶ୍ମୀର ପଣ୍ଡିତ ନରସଂହାର ବିଷୟରେ କହିବା ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୋଟିଏ ଫିଲ୍ମ ସମ୍ପର୍କରେ କହିବା ଅଧିକ ଗୁରୁତ୍ବପୂର୍ଣ୍ଣ । ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାକୁ ନେଇ ଏପରି ଭାବେ ମୋଦିଙ୍କୁ ନିନ୍ଦା କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Rahul Bhat Killing: ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

author img

By

Published : May 15, 2022, 5:04 PM IST

ଜୟପୁର: କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା(Rahul Bhat Killing) ଘଟଣାକୁ ବିରୋଧ କରି ତେଜୁଛି ବିବାଦ । ଶହ ଶହ କାଶ୍ମୀର ପଣ୍ଡିତ ପ୍ରଶାସନ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ସେମାନେ ଆତଙ୍କବାଦକୁ ନିନ୍ଦା କରିବା ସହ କେନ୍ଦ୍ର ସରକାର ଏବଂ ପ୍ରଶାସନକୁ ସମାଲୋଚନା କରୁଛନ୍ତି । ଏହି ହତ୍ୟାକାଣ୍ଡକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିନ୍ଦା କରିଛନ୍ତି । 'ଦ କାଶ୍ମୀର ଫାଇଲ୍ସ' ଫିଲ୍ମକୁ ଇଙ୍ଗିତ କରି ରାହୁଲ କହିଛନ୍ତି, ''କାଶ୍ମୀର ପଣ୍ଡିତଙ୍କ ନରସଂହାର ବିଷୟରେ କହିବା ଅପେକ୍ଷା ମୋଦିଙ୍କ ପାଇଁ ଗୋଟିଏ ଫିଲ୍ମ ସମ୍ପର୍କରେ କହିବା ଅଧିକ ଗୁରୁତ୍ବପୂର୍ଣ୍ଣ ।''

  • प्रधानमंत्री के लिए एक फिल्म पर बोलना, कश्मीरी पंडितों के नरसंहार पर बोलने से ज़्यादा अहम है।

    भाजपा की नीतियों की वजह से आज कश्मीर में आतंक चरम पर है।

    प्रधानमंत्री जी, सुरक्षा की ज़िम्मेदारी लीजिए और शांति लाने की कोशिश कीजिए। pic.twitter.com/4NFEqhxQzk

    — Rahul Gandhi (@RahulGandhi) May 14, 2022 " class="align-text-top noRightClick twitterSection" data=" ">

ରାହୁଲ ଗାନ୍ଧୀ ମୃତ ରାହୁଲ ଭଟ୍ଟଙ୍କ ପତ୍ନୀଙ୍କ ଏକ ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ମୃତକଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କୁ ସମାଲୋଚନା କରୁଥିବାର ଦେଖାଯାଇଛି । ଭିଡିଓଟିକୁ ଟ୍ବିଟ୍ କରି ରାହୁଲ କହିଛନ୍ତି, '' ପ୍ରଧାନମନ୍ତ୍ରୀଙ୍କ ପାଇଁ କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଠାରୁ ଫିଲ୍ମ ବିଷୟରେ ଆଲୋଚନା କରିବା ଅଧିକ ଗୁରୁତ୍ବପୂର୍ଣ୍ଣ । ବିଜେପି ସରକାରର ନୀତିଗୁଡିକ ପାଇଁ ଆଜି କାଶ୍ମୀରରେ ଆତଙ୍କ ଚରମ ସୀମାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ କାଶ୍ମୀରର ସୁରକ୍ଷା ଦାୟିତ୍ବ ନିଅନ୍ତୁ ଏବଂ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ ।''

ଉଲ୍ଲେଖଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଥିଲା । ଆତଙ୍କବାଦୀମାନେ ବଡଗାମ ଜିଲ୍ଲା ଚାଦୂରାରେ(Chadoora) ଥିବା ତହସିଲ ଅଫିସରେ ପଶି କାଶ୍ମୀର ପଣ୍ଡିତ ରାହୁଲଙ୍କ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.