ନୂଆଦିଲ୍ଲୀ: "ଦେଶରେ କୋଭିଡ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ।" କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । କୋଭିଡ ସଂକ୍ରମଣ ଯୋଗୁଁ ଭାରତରେ ସର୍ବାଧିକ ମୃତ୍ୟୁହାର ରହିଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏହାକୁ ନେଇ ରାହୁଲ ଗାନ୍ଧୀ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।
ଏହା ବି ପଢ଼ନ୍ତୁ Covid Death Report Row: ବିଜ୍ଞାନ ନୁହେଁ, ମୋଦି ମିଛ କୁହନ୍ତି କହିଲେ ରାହୁଲ
ବିଶ୍ବସ୍ବାସ୍ଥ୍ୟ ସଂଗଠନର କୋଭିଡ ମୃତ୍ୟୁ ରିପୋର୍ଟ ପରେ ରାହୁଲ ଗାନ୍ଧୀ ଟ୍ବିଟ୍ କରି ଲେଖିଛନ୍ତି ଯେ, "୪୭ ଲକ୍ଷ ଭାରତୀୟ କୋରୋନାରେ ପ୍ରାଣ ହରାଇଛନ୍ତି । ସରକାରଙ୍କ ଦ୍ବାରା ଦର୍ଶାଯାଇଥିବା ୪.୮ ଲକ୍ଷ ଲୋକ ନୁହେଁ । ବିଜ୍ଞାନ ମିଛ କୁହେ ନାହିଁ, ମୋଦି ମିଛ କୁହନ୍ତି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସରକାର ସହାୟତା ବାବଦକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଆବଶ୍ୟକ ।"
ଏଭଳି ମନ୍ତବ୍ୟ ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ କହିଛନ୍ତି ଯେ, "ଭାରତରେ କୋଭିଡ ମୃତ୍ୟୁସଂଖ୍ୟା ଆକଳନ କରିବା ପାଇଁ ବିଶ୍ବସ୍ବାସ୍ଥ୍ୟ ସଂଗଠନର ମେଥୋଡଲୋଜୀ ବା ପ୍ରଣାଳୀ ଠିକ୍ ନୁହେଁ । ଏହାକୁ ନେଇ କେନ୍ଦ୍ର ସରକାର ବିଶ୍ବସ୍ବାସ୍ଥ୍ୟ ସଂଗଠନ ନିକଟରେ ଆପତ୍ତି ଜାହିର କରିଛି । ୨୦୧୪ରୁ ରାହୁଲ ମୋଦିଙ୍କ ସମ୍ମାନ ହାନୀ କରିବାକୁ ଚେଷ୍ଟା କରୁଛନ୍ତି । ସେ ଏହାକୁ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି । ରାହୁଲଙ୍କ ରିପୋର୍ଟ ଓ ବିଶ୍ବସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ସମ୍ପୂର୍ଣ୍ଣ ଭୁଲ୍ ।"