ETV Bharat / bharat

ଗୋଆ ବିଜେପି ବିରୋଧରେ 'ଆକ୍ରମଣାତ୍ମକ ଅଭିଯାନ' ଆରମ୍ଭ କରିବ କଂଗ୍ରେସ: ରାହୁଲ

ଗୋଆରେ ଭାରତୀୟ ଜନତା ପାର୍ଟି ବିରୋଧରେ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିବାକୁ ଗୋଆର କଂଗ୍ରେସ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ଗୋଆ ବିଜେପି ବିରୋଧରେ 'ଆକ୍ରମଣାତ୍ମକ ଅଭିଯାନ' ଆରମ୍ଭ କରିବ କଂଗ୍ରେସ: ରାହୁଲ
ଗୋଆ ବିଜେପି ବିରୋଧରେ 'ଆକ୍ରମଣାତ୍ମକ ଅଭିଯାନ' ଆରମ୍ଭ କରିବ କଂଗ୍ରେସ: ରାହୁଲ
author img

By

Published : Sep 26, 2021, 8:09 AM IST

ନୂଆଦିଲ୍ଲୀ: ୨୦୨୨ରେ ଗୋଆରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ଦଳ ମଧ୍ୟରେ ଆରମ୍ଭ ହେଲାଣି କସରତ । ଗୋଆରେ ଭାରତୀୟ ଜନତା ପାର୍ଟି ବିରୋଧରେ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିବାକୁ ଗୋଆର କଂଗ୍ରେସ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ । ଶୁକ୍ରବାର ଗୋଆ କଂଗ୍ରେସ ଓ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ଏକ ବୈଠକରେ ଏପରି କହିଥିଲେ ରାହୁଲ ଗାନ୍ଧୀ । ଏନେଇ ଦଳ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି ।

ଅଲ ଇଣ୍ଡିଆ କଂଗ୍ରେସ କମିଟିର ଗୋଆ ଦାୟିତ୍ବରେ ଥିବା ଦିନେଶ ଗୁଣ୍ଡୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଚାହୁଁଛନ୍ତି ଗୋଆରେ ବିଜେପିକୁ ଦଳ ପରାଜୟ କରିବ ଏବଂ ବିଜେପି ବିରୋଦ୍ଧରେ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରି ନିଜର ବିଜୟ ହାସଲ କରିବ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ ବିଧାନସଭା ନିର୍ବାଚନରେ ଦଳ ବିଜୟୀ ହେଲେ ସମର୍ଥକଙ୍କୁ ନେଇ ଦଳ ଗୋଆର ଉନ୍ନତି ଦିଗରେ ପଦକ୍ଷପ ନେବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.