ETV Bharat / bharat

Manish Sisodia letter: ସିସୋଦିଆଙ୍କ ଚିଠି ପରେ ଆପ୍‌କୁ ବିଜେପିର କଟାକ୍ଷ - ଜେଲରେ ରହି ମଧ୍ୟ ଆପ ନେତା ଘୋଟାଲା କରୁଛନ୍ତି

ପୁଣିଥରେ ମୋଦିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ମନୀଷ ସିସୋଦିଆ । ତେବେ ପୂର୍ବରୁ ଲେଖିଥିବା ଚିଠି ଏବଂ ଏବେକାର ଚିଠି ମଧ୍ୟରେ ପାର୍ଥକ୍ୟ ରହିଥିବାରୁ ଆପକୁ ଟାର୍ଗେଟ କରିଛି ବିଜେପି । ଜେଲରେ ରହି ମଧ୍ୟ ଆପ ନେତା ଘୋଟାଲା କରୁଛନ୍ତି କହିଲେ ବିଜେପି ନେତା । ଅଧିକ ପଢନ୍ତୁ

Manish Sisodia letter
Manish Sisodia letter
author img

By

Published : Apr 8, 2023, 10:12 AM IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗ୍ୟତାକୁ ନେଇ ଟାର୍ଗେଟ କରୁଛି ଆପ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭିନ୍ନ ବିବୃତ୍ତି ଦେଉଥିବା ବେଳେ ଏବେ ଜେଲରେ ରହି ପ୍ରଧାନମନ୍ତ୍ରୀଙ୍କୁ ତେରଛା ବାଣ ମାରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମନୀଷ ସିସୋଦିଆ ଗତକାଲି(ଶୁକ୍ରବାର) ଜେଲରେ ରହି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆପକୁ କଟାକ୍ଷ କରି ବିଜେପି କହିଛି, ବିରୋଧୀ ଜେଲରେ ରହି ମଧ୍ୟ ଘୋଟାଲା କରୁଛନ୍ତି ।

  • केजरीवाल के कहने पर मनीष सिसोदिया जेल से चिट्ठी लिखता है कि मोदी जी कम पढ़े लिखे हैं @ArvindKejriwal सरजी, प्रधानमंत्री @narendramodi जी B.A और M.A हैं जबकि आपके मनीष तो बस 12th पास + डिप्लोमा धारक हैं और पंजाब CM भगवंत मान साहब भी 12th पास हैं,वो भी तीन Attempts में ….आप मुँह… pic.twitter.com/Pdul1HCdFe

    — Major Surendra Poonia (@MajorPoonia) April 7, 2023 " class="align-text-top noRightClick twitterSection" data=" ">

ଚିଠିରେ ମନୀଷ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କମ୍ ଶିକ୍ଷିତ ବୋଲି ବର୍ଣ୍ଣନା କରିବା ସହ ଦେଶ ପାଇଁ ବିପଦ ବୋଲି କହିଥିଲେ । ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପ୍ରକାଶଥାଉ କି, ଗତମାସରେ ମଧ୍ୟ ସିସୋଦିଆ ଜେଲରେ ରହି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକ ଚିଠି ଲେଖିଥିଲେ । ସେହି ଚିଠି ମଧ୍ୟ ଭାଇରାଲ ହୋଇଥିଲା । ତେବେ ଦୁଇଟିଯାକ ଚିଠି ମଧ୍ୟରେ ଅନେକ ପାର୍ଥକ୍ୟ ରହିଥିବା ଦର୍ଶାଇ ଆପକୁ ଟାର୍ଗେଟ କରିଛି ବିଜେପି । ଆମ୍ ଆଦମୀ ଦଳର ନେତାମାନେ ଜେଲରେ ଥିବାବେଳେ ଚିଠି ଲେଖିବାରେ ମଧ୍ୟ ଘୋଟାଲା କରୁଥିବା ଅନେକ ବିଜେପି ନେତା ବୟାନରେ କହିଛନ୍ତି ।

  • शराब घोटाले के आरोप में जेल में बैठकर केजरीवाल का भ्रष्टाचारी मंत्री मनीष सिसोदिया उन प्रधानमंत्री को चिट्ठी लिख रहा है जिस प्रधानमंत्री का लोहा पूरी दुनिया मानती है।

    जबकि सिसोदिया खुद एक डिप्लोमा पास है बस … आज ये कहावत बिल्कुल सटीक बैठ रही है “उल्टा चोर कोतवाल को डाँटे” … https://t.co/c9xLml950V

    — Parvesh Sahib Singh (@p_sahibsingh) April 7, 2023 " class="align-text-top noRightClick twitterSection" data=" ">

ଏନେଇ ବିଜେପି ନେତା ତଥା ଅନ୍ତର୍ଜାତୀୟ ପୁରସ୍କାର ବିଜେତା ସୁରେନ୍ଦ୍ର ପୁନିଆ ଟ୍ବିଟ କରି କହିଛନ୍ତି, " କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶରେ ହିଁ ମନୀଷ ସିସୋଦିଆ ଜେଲରେ ରହି ଏଭଳି ଚିଠି ଲେଖୁଛନ୍ତି । ସିସୋଦିଆ ମୋଦିଙ୍କୁ ଟାର୍ଗେଟ କରିବା ପଛରେ କେଜ୍ରିୱାଲଙ୍କ ହାତ ରହିଛି । ମୋଦି ବିଏ ପରେ ଏମଏ କରିଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ କେବଳ ଦ୍ବାଦଶ ପାସ କରିବା ପରେ ଡିପ୍ଲୋମା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଦ୍ବାଦଶ ପାସ କରିଛନ୍ତି । ସେ ପୁଣି ୩ଟି ପ୍ରୟାସରେ ପାସ କରିବାରେ ସଫଳ ହୋଇଛନ୍ତି । ଆପ୍ ମୁହଁ ଉପରକୁ କରି ଛେପ ପକାଇଛି, ତାହା ନିଜ ଉପରେ ହିଁ ପଡିବ । ଚିଠିକୁ କିଏ ଲେଖୁଛି ? ଦୁଇଟି ଚିଠିର ହସ୍ତଲିଖନ ମଧ୍ୟ ସମାନ ନୁହେଁ ।"

ଏହା ମଧ୍ୟ ପଢନ୍ତୁ: ମୋଦିଙ୍କ ପାଠପଢା ଉପରେ ପ୍ରଶ୍ନ ଉଠାଇଲେ ସିସୋଦିଆ, କମ୍ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦ

ଅନ୍ୟପଟେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଭେଶ ସାହିବ ସିଂ ମଧ୍ୟ ଟ୍ବିଟ କରି କେଜ୍ରିଓ୍ବାଲ ସହ ସିସୋଦିଆକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମଦ ଦୁର୍ନୀତି ଅଭିଯୋଗରେ ଜେଲରେ ରହିଥିବା କେଜ୍ରିୱାଲଙ୍କ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ମନୀଷ ସିସୋଦିଆ ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି, ତାଙ୍କୁ ସମଗ୍ର ବିଶ୍ବ ମାନୁଛି । ସିସୋଦିଆ ନିଜେ ଡିପ୍ଲୋମା ପାସ କରି ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ଜଣେ ଚୋର ପୋଲିସକୁ ଟାର୍ଗେଟ କରିଲା ଭଳି ଲାଗୁଛି ।

ଚିଠିକୁ ନେଇ ୟୁଜର୍ସଙ୍କ ପ୍ରତିକ୍ରିୟା: ଏହି ଚିଠିକୁ ବିରୋଧ କରି ଅନେକ ଲୋକ ଟ୍ବିଟ କରୁଥିବା ବେଳେ ଟ୍ବିଟରରେ ଅନେକ ମିମ୍ସ ମଧ୍ୟ ସେୟାର ହେଉଛି । ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଫଟୋକୁ ବ୍ୟବାହର କରି ଅନେକ ମିମ୍ସ ସେୟାର ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.