କୋଲକାତା: କୋଲକାତାରେ ଦକ୍ଷିଣ ଭାରତୀୟ ସିନେମା ପୁଷ୍ପାର କ୍ରେଜ । ଚଳଚ୍ଚିତ୍ରର ପ୍ରଭାବ ମଧ୍ୟ ମାଧ୍ୟାମିକ ପରୀକ୍ଷା ଉତ୍ତର ଖାତାରେ ଦେଖିବାକୁ ମିଳିଛି । ପରୀକ୍ଷା ଖାତାରେ ପୁଷ୍ପା, ପୁଷ୍ପାରାଜ ଓ ଅପୁନ ଲିଖେଗା ନେହିଁ ସଲା ଏମିତି ଲେଖିଛନ୍ତି ଜଣେ ଛାତ୍ର ।
ସେହିପରି ପଶ୍ଚମବଙ୍ଗରେ ମାଧ୍ୟମିକ ପରୀକ୍ଷା ସରିଥିବା ବେଳେ ବର୍ତ୍ତମାନ ଉତ୍ତର ଖାତା ଦେଖା ଚାଲିଛି । ତେବେ ଖାତା ଦେଖା ସମୟରେ ସାମ୍ନାକୁ ଆସି ଏହି ମୁଭିର କ୍ରେଜ । ଜଣେ ମାଟ୍ରିକ ଛାତ୍ର ଉତ୍ତର ଲେଖା ଖାତା ଏବେ ଖୁବ ଭାଇରଲା ହେବା ସହ ଛାତ୍ର ଜଣକ ପୂରା ପରୀକ୍ଷା ଖାତାରେ ଏହି ସବୁ ଡାଏଲଗ ଲେଖିଛନ୍ତି ।
ଅନ୍ୟପଟେ କିଛି ଦିନ ତଳେ ବୀରଭୂମ ଟିଏମସି ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳ ମଧ୍ୟ ଏହି ଡାଏଲଗ ପୁନରାବୃତ୍ତି ଶୁଣିବାକୁ ପାଇଥିଲେ । ଏଥିସହ ଜଣେ ଛାତ୍ର ଏପରିକି ମୋଣ୍ଡାର ପ୍ରସିଦ୍ଧ 'ଖେଲା ହୋବେ' ଡାଏଲଗ ଉତ୍ତର ଖାତାରେ ଲେଖିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ