ETV Bharat / bharat

Dhami Govt 2.0: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି, ଉପସ୍ଥିତ ଥିଲେ ମୋଦି-ଶାହ - ଉତ୍ତରାଖଣ୍ଡରେ ଧାମି ସରକାର

ଶପଥ ନେଲେ ପୁଷ୍କର ସିଂ ଧାମି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନରେ ପରାଜୟ ପରେ ମଧ୍ୟ ଆସ୍ଥା ପ୍ରକଟ କଲା ଦଳ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧାମି

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି , ଶପଥ ଗ୍ରହଣ ସମାରୋହରେ ମୋଦି ଓ ଶାହ

author img

By

Published : Mar 23, 2022, 3:29 PM IST

ଡେରାଡୁନ: ଉତ୍ତରାଖଣ୍ଡର 12ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ପୁଷ୍କର ସିଂ ଧାମି । ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ହୋଇଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ଦଳ ପକ୍ଷରୁ ଧାମିଙ୍କୁ ଦ୍ବିତୀୟ ପାଳିର ଦାୟିତ୍ବ ଦିଆଯାଇଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି , ଶପଥ ଗ୍ରହଣ ସମାରୋହରେ ମୋଦି ଓ ଶାହ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି , ଶପଥ ଗ୍ରହଣ ସମାରୋହରେ ମୋଦି ଓ ଶାହ

ଆଜି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଧାମିଙ୍କ ସମେତ ମୋଟ 8ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଶତପାଲ ମହାରାଜ, ପ୍ରେମଚନ୍ଦ୍ର ଅଗ୍ରଓ୍ବାଲ, ଗଣେଶ ଯୋଶୀ, ଧନ ସିଂ ରାଓ୍ବାତ, ସୁବୋଧ ୟୁନିଆଲ, ରେଖା ଆର୍ୟ୍ୟ, ଚନ୍ଦନ ରାମ ଦାସ, ସୌରଭ ବହୁଗୁଣା ପ୍ରମୁଖ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଧାମି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିର୍ବାଚନରେ ହାରିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନେଇ ଦ୍ବନ୍ଦ ଆରମ୍ଭ ହୋଇଥିଲା । ଧାମିଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢିଥିଲେ ସୁଦ୍ଧା ନିର୍ବାଚନରେ ହାର କାରଣରୁ ଦଳ ନୂଆ ଚେହେରାଙ୍କୁ ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ଦେଇପାରେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ପୁନର୍ବାର ଧାମିଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.