ETV Bharat / bharat

କାହିଁକି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେନି ପୁରୀ ଶଙ୍କରାଚାର୍ଯ୍ୟ, କହିଲେ କାରଣ - ପୁରୀ ଶଙ୍କରାଚାର୍ଯ୍ୟ

Puri Shankaracharya on Ram Mandir Inauguration: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେନି ପୁରୀ ଶଙ୍କରାଚାର୍ଯ୍ୟ । ଏହାର କାରଣ କହି ମୋଦିଙ୍କ ଉପରେ ବର୍ଷିଲେ ।

puri shankaracharya
ପୁରୀ ଶଙ୍କରାଚାର୍ଯ୍ୟ
author img

By ETV Bharat Odisha Team

Published : Jan 15, 2024, 11:56 AM IST

କୋଲକାତା: ହାତରେ ମାତ୍ର ଆଉ 7 ଦିନ । ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଦିନକୁ ଦିନ ଉତ୍ସାହ ବଢିବାରେ ଲାଗିଛି । ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଦେଶବ୍ୟାପୀ ସାଧୁସନ୍ଥକୁ ସାମିଲ ହେବାକୁ ନିମନ୍ତ୍ରିତ କରାଯାଇଛି । ହେଲେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନି ସନାତନ ଧର୍ମର 4 ଆଦିପୀଠର ଶଙ୍କରାଚାର୍ଯ୍ୟ । ସେମାନେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ଯୋଗ ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ନିମନ୍ତ୍ରଣ ସତ୍ତ୍ବେ କାହିଁକି ଯୋଗଦେବେ ନାହିଁ ସେ ନେଇ ଆଜି ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ପ୍ରାଣପ୍ରତିଷ୍ଠାକୁ ନେଇ ନୀତିର ଉଲ୍ଲଘଂନ କରାଯାଉଥିବାକୁ ଯୋଗଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ନ୍ୟୁଜ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ ପୁରୀର ଶଙ୍କରାଚାର୍ଯ୍ୟ କହିଛନ୍ତି, "ଶଙ୍କରାଚାର୍ଯ୍ୟଙ୍କର ନିଜସ୍ବ ସମ୍ମାନ ରହିଥାଏ । ଏହାକୁ ଇଗୋ(ଗାରିମା) କୁହାଯାଇ ପାରିବନାହିଁ । ଯେତେବେଳେ ପ୍ରଧାନମନ୍ତ୍ରୀ ବିଗ୍ରହ ସ୍ଥାପନ କରିବେ ଆମେ ବାହାରେ ବସି ତାଳି ମାରିବୁ ? କଣ ଏହା ଆମଠୁ ଆଶା କରାଯାଏ କି ? ଏକ ଧର୍ମନିରପେକ୍ଷ ସରକାରଙ୍କ ଉପସ୍ଥିତିର ଅର୍ଥ ପରମ୍ପରାର ବିନାଶ ନୁହେଁ ।"

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେନି ପୁରୀ ଶଙ୍କରାଚାର୍ଯ୍ୟ ! ସିଧା ପ୍ରଧାନମନ୍ତ୍ରୀଙ୍କୁ କଲେ ଟାର୍ଗେଟ

ପୂର୍ବରୁ ପ୍ରଶ୍ନ ଉଠାଇଥିଲେ ନିଶ୍ଚଳାନନ୍ଦ: ଏହାପୂର୍ବରୁ ଶନିବାର ଦିନ ମଧ୍ୟ ପ୍ରଶ୍ନ ଉଠାଇଥିଲେ ନିଶ୍ଚଳାନନ୍ଦ । ରାମଲାଲା ଶାସ୍ତ୍ରୀୟ ବିଧି ଅନୁସାରେ ପ୍ରତିଷ୍ଠିତ ହେଉନାହାନ୍ତି, ତେଣୁ ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ଉଚିତ ନୁହେଁ । ଜଣେ ବ୍ୟକ୍ତିଙ୍କ ସହିତ ଉତ୍ସବକୁ ଆସିପାରିବେ ବୋଲି ନିମନ୍ତ୍ରଣ ଆସିଥିଲା । ଆମନ୍ତ୍ରଣ କିମ୍ବା କାର୍ଯ୍ୟକ୍ରମ ସହିତ ଆମେ ସହମତ ନୁହଁ ବୋଲି କହିଥିଲେ ଶଙ୍କରାଚାର୍ଯ୍ୟ । ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରାଣପ୍ରତିଷ୍ଠା ପାଇଁ ଶୁଭ ସମୟକୁ ଧ୍ୟାନରେ ରଖିବା ଉଚିତ । କିଏ ମୂର୍ତ୍ତିକୁ ଛୁଇଁବା ଉଚିତ୍ କିଏ ନୁହେଁ, କିଏ ପ୍ରତିଷ୍ଠା କରିବା ଉଚିତ କିଏ ନୁହେଁ ? ସେ ବିଷୟରେ ପ୍ରଥମ୍ ଜ୍ଞାନ ରଖିବା ଉଚିତ । ସ୍କନ୍ଧ ପୁରାଣରେ ଲେଖା ହୋଇଛି, ଦେବୀଦେବତାମାନଙ୍କ ମୂର୍ତ୍ତିକୁ ଶ୍ରୀମଦ ଭାଗବତରେ ଅରସା ବିଗ୍ରହ କୁହାଯାଏ । ରୀତିନୀତି ଅନୁସାରେ ପ୍ରତିଷ୍ଠା କରାଇଲେ ହିଁ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହୋଇଥାଏ । "

4 ଜଣ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ମତଭେଦ ନାହିଁ:

ତେବେ 4ଜଣ ଶଙ୍କରାଚାର୍ଯ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ନଦେବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଆମ ଭିତରେ କୌଣସି ମତଭେଦ ହୋଇନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ପ୍ରକାଶଥାଉକି ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ନଦେବାକୁ ନେଇ ରାଜନୀତି ଜୋର ଧରିଛି । ବିରୋଧୀ ଦଳ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.