ETV Bharat / bharat

ପଞ୍ଜାବରେ ଚମ୍ପିଆନ ହେଲେ ଚନ୍ନି, ସିଦ୍ଧୁଙ୍କ ପାଖରେ ରହିବ କ୍ୟାପଟେନସିପ୍

author img

By

Published : Sep 20, 2021, 8:25 PM IST

ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଆଶା ବାନ୍ଧି ବସିଥିବା ନବଜୋତ ସିଂ ସିଦ୍ଧୁ ଏବେ କଣ କରିବେ ? କଣ ରହିବ ତାଙ୍କ ପରବର୍ତ୍ତୀ ଆଭିମୁଖ୍ୟ ? ପୁଣି ବିଦ୍ରୋହୀ ଭୂମିକା ଆପଣାଇବେ କି ସିଦ୍ଧୁ ? ଏଭଳି ତମାମ ପ୍ରଶ୍ନ ମଧ୍ୟରେ ସିଦ୍ଧୁ ଯେ ପଞ୍ଜାବ କଂଗ୍ରେସର ଅସଲି କ୍ୟାପ୍ଟେନ ହେବେ ଏହାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଅଧିକ ପଢନ୍ତୁ...

ପଞ୍ଜାବରେ ଚମ୍ପିଆନ ହେଲେ ଚନ୍ନି, ସିଦ୍ଧୁଙ୍କ ପାଖରେ ରହିବ କ୍ୟାପ୍ଟେନସିପ

ଚଣ୍ଡିଗଡ: ପଞ୍ଜାବ ମୈଦାନରେ ଜାରି ରହିଛି ଜୋରଦାର ରାଜନୈତିକ ଖେଲା । କ୍ୟାପଟେନଙ୍କ ଆଉଟ ହେବା ପରେ ଏବେ ଚରଣଜିତ ସିଂହ ଚନ୍ନିଙ୍କୁ ଟିମ୍‌ର ଭାର ଦେଇଛି କଂଗ୍ରେସ । କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଚରଣଜିତ ହୋଇଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ।

ଚରଣଜିତ ସିଂହ ଚନ୍ନିଙ୍କ ନାଁ ଘୋଷଣା ହେବା ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ଚାଲିଥିଲା କଳ୍ପନାଜଳ୍ପନାରେ ପଡିଛି ପୂର୍ଣ୍ଣଛେଦ । ଆଉ ସସପେନ୍ସ ଉପରୁ ପରଦା ହଟାଇ ଶେଷରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ଗାନ୍ଧୀ ପରିବାରର ନିକଟତର ହୋଇଥିଲେ ମଧ୍ୟ ନବଜୋତ ସିଂ ସିଦ୍ଧୁଙ୍କ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଆଶା ଆଶାରେ ରହିଯାଇଛି । ତେବେ ସିଦ୍ଧୁଙ୍କୁ ଅମରିନ୍ଦରଙ୍କ ଉତ୍ତରାଧିକାରୀ ଭାବରେ ମନୋନୀତ ହେବାର ସମ୍ଭାବନାକୁ ଏଡ଼ାଇବାକୁ କଂଗ୍ରେସ ନେତା ଦେଇଥିଲେ ଚେତାବନୀ ।

କଂଗ୍ରେସରେ ଦୀର୍ଘ ଦିନରୁ ଜାରି କଳି ମଧ୍ୟରେ ସରପ୍ରାଇଜ ପ୍ୟାକେଜ ଖୋଲିଛନ୍ତି ଦଳର ହାଇକମାଣ୍ଡ । ହେଲେ ଚନ୍ନିଙ୍କୁ ଗୋଟି କରି କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଚେକ ଦେଇଛି କଂଗ୍ରେସ । ହେଲେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଆଶା ବାନ୍ଧିଆସିଥିବା ନବଜୋତ ସିଂ ସିଦ୍ଧୁ ଏବେ କଣ କରିବେ ? କଣ ରହିବ ତାଙ୍କ ପରବର୍ତ୍ତୀ ଆଭିମୁଖ୍ୟ ? ପୁଣି ବିଦ୍ରୋହୀ ଭୂମିକା ଆପଣାଇବେ କି ସିଦ୍ଧୁ ? ଏଭଳି ତମାମ ପ୍ରଶ୍ନ ମଧ୍ୟରେ ସିଦ୍ଧୁ ଯେ ପଞ୍ଜାବ କଂଗ୍ରେସର ଅସଲି କ୍ୟାପ୍ଟେନ ହେବେ ଏହାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

କୁହାଯାଏ, ଶତ୍ରୁର ଶତ୍ରୁ ମଧ୍ୟ ମିତ୍ର । ଠିକ ସେହିଭଳି ଚରଣଜିତଙ୍କ ସହ ରହିଛି ସିଦ୍ଧୁଙ୍କ ସମ୍ପର୍କ । ଯଦିଓ ଚରଣଜିତ ସିଂହ ଚନ୍ନି ସିଦ୍ଧୁଙ୍କ ସହ ଅଧିକ ଘନିଷ୍ଠ ନୁହଁନ୍ତି, ତଥାପି ଦୁଇଜଣଙ୍କ ରାଜନୀତିରେ କେବଳ ଗୋଟିଏ ସମାନତା ହେଉଛି ଯେ ଉଭୟ କ୍ୟାପଟେନଙ୍କ ଘୋର ବିରୋଧୀ । ଉଭୟ ନେତା କ୍ୟାପ୍ଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ବେଶ୍‌ ପ୍ରୟାସ କରିଥିଲେ ।

ଅନେକ ବିଷୟ ଉପରେ ନିଜ ଦଳକୁ ମଧ୍ୟ ବିରୋଧ କରିଆସିଛନ୍ତି ଚନ୍ନି । ଶିଖ ଧାର୍ମିକ ଗ୍ରନ୍ଥ ଗୁରୁଗ୍ରନ୍ଥ ସାହିବର ଅପମାନ ମାମଲାରେ ହୋଇନଥିଲା କୌଣସି କାର୍ଯ୍ୟାନୁଷ୍ଠାନ । ଏହି କାରଣରୁ ପଞ୍ଜାବ ସରକାରରେ ଥିବା ଅନେକ ମନ୍ତ୍ରୀ ଅସନ୍ତୋଷ ଜାହିର କରିଥିଲେ । ପରିସ୍ଥିତିକୁ ଅଧିକ ସରଗରମ କରିଥିଲେ ଚରଣଜିତ ସିଂହ ଚନ୍ନି । ଏବଂ ଏହି ମାମଲାରେ ଖୋଲାଖୋଲି ବିଦ୍ରୋହ କରିଥିଲେ ଚରଣଜିତ ।

ପଞ୍ଜାବରେ ୪ ମନ୍ତ୍ରୀ ଓ ୨୦ ବିଧାୟକ ଖୋଲାଖୋଲି କ୍ୟାପ୍ଟେନ ଅମରିନ୍ଦରଙ୍କ ବିରୋଧ କରିଥିଲେ । ତାଙ୍କ ହଟାଇବାର ଦାବି ଉଠିଥିଲା । ସେମାନଙ୍କ ମଧ୍ୟରୁ ଜଣେ ନେତା ଥିଲେ ଚରଣଜିତ ସିଂହ । ଏଭଳିସ୍ଥିତିରେ ଅମରିନ୍ଦରଙ୍କ ଇସ୍ତଫାରେ ତାଙ୍କର ଯୋଗଦାନ ବେଶ ମହତ୍ବପୂର୍ଣ୍ଣ । ସେ ସର୍ବଦା କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇଆସିଛନ୍ତି ।

ସେପଟେ ଏହାପୂର୍ବରୁ ପଞ୍ଜାବ କଂଗ୍ରେସ କଳହ ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କ ପକ୍ଷକୁ ଯାଇଥିଲା ମ୍ୟାଚ । ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ନବଜୋତ ସିଂହ ସିଦ୍ଧୁ । ସୁନୀଲ ଜାଖଡଙ୍କ ସ୍ଥାନରେ ନବଜୋତଙ୍କୁ ପ୍ରଦେଶ ଅଧ୍ୟକ୍ଷ କରିଥିଲା କଂଗ୍ରେସ ।

କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ସହ ମତଭେଦ ମଧ୍ୟରେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଭାର ଦିଆଯିବା ନେଇ ଆରମ୍ଭ ହୋଇଥିଲା କଳ୍ପନାଜଳ୍ପନା । ଏହି ନିଷ୍ପତ୍ତିରେ ନାରାଜ ଥିଲେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ହେଲେ ଶେଷରେ ଛକା ମାରିଥିଲେ ସିଦ୍ଧୁ ।

2004 ମସିହାରେ ପାକିସ୍ତାନ ଗସ୍ତ କରିଥିଲା ଭାରତ ଏହି ସମୟରେ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇଥିଲେ ସିଦ୍ଧୁ । ଅଚାନକ ଶୁଣିବାକୁ ମିଳିଥିଲା ଯେ ସିଦ୍ଧୁ ବିଜେପି ଟିକଟରେ ଅମୃତସରରୁ ସାଂସଦ ଭାବେ କରିବେ ପ୍ରତିଦ୍ବନ୍ଦିତା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ନିଜେ ସିଦ୍ଧୁଙ୍କୁ ଫୋନ କରି ଅମୃତସରରୁ ଲଢ଼ିବା ପାଇଁ କହିଥିଲେ । 2004 ଏପ୍ରିଲ 17ରେ ସିଦ୍ଧୁ ନିଜ ଭିସା ପରିବର୍ତ୍ତନ କରାଇ ଲାହୋରରୁ ଅମୃତସର ପର୍ଯ୍ୟନ୍ତ ବସରେ ଆସିବାକୁ ନିଷ୍ପତ୍ତି ନେଇଥିଲେ ।

ସିଦ୍ଧୁ ପଞ୍ଜାବରେ ବିଜେପି ପାଇଁ ଥିଲେ ବଡ ଚେହେରା । କାରଣ ସେହି ସମୟରେ ବିଜେପି ପାଖରେ କୌଣସି ଶିଖ ଚେହେରା ନଥିଲା । ବିଜେପି ଓ ଅକାଳୀ ଦଳ ପଞ୍ଜାବରେ ମେଣ୍ଟ ସରକାର ଚଳାଉଥିଲେ। 2004ରେ ଏନଡିଏକୁ ପରାଜୟର ସାମ୍ନା କରିବାକୁପଡିଥଇଲା । ବଡ଼ବଡ଼ ବିଜେପି ନେତା ନିଜ ନିଜ ବିଧାନସଭା ଆସନରେ ପରାଜିତ ହୋଇଥିଲେ। ହେଲେ ଅମୃତସର ଆସନରୁ ବାଜି ମାରିଥିଲେ ସିଦ୍ଧୁ । କଂଗ୍ରେସର ବରିଷ୍ଠ ନେତା ରଘୁନନ୍ଦନ ଲାଲ୍ ଭାଟିଆଙ୍କୁ ପରାଜିତ କରିଥିଲେ ସିଦ୍ଧୁ।

ସିଦ୍ଧୁ ସିନା ବିଜୟୀ ହେଲେ, ମାତ୍ର ଭାଙ୍ଗିଯାଇଥିଲା ଏନଡିଏ ସରକାର । ଏହାସତ୍ତ୍ବେ ସେ ସଂସଦକୁ ନିର୍ବାଚିତ ହୋଇଯାଇଥିଲେ । ଏହାର ଦୁଇ ବର୍ଷ ପରେ ପୁଣି ବିବାଦରେ ଫସିଥିଲେ ସିଦ୍ଧୁ। ତାଙ୍କ ଉପରେ ଥିବା ହତ୍ୟା ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇଥିଲା। ଏହାପରେ ସାଂସଦ ପଦରୁ ସିଦ୍ଧୁଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ବିଜେପିର ଅରୁଣ ଜେଟଲୀଙ୍କୁ ନିଜ ରାଜନୈତିକ ଗୁରୁ ମାନୁଥିଲେ ସିଦ୍ଧୁ। ହେଲେ ପରବର୍ତ୍ତୀ ସମୟରେ ନିଜ ଗୁରୁଙ୍କ ସହ ହିଁ ମତଭେଦ ହେବାରୁ ସେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସେର ଯୋଗ ଦେଇଥିଲେ। 2014ରେ ଅମୃତସର ଆସନରୁ ଅରୁଣ ଜେଟୀଲଙ୍କ ଟିକଟ ଦିଆଯାଇଥିଲା ବିଜେପି । ସିଦ୍ଧୁଙ୍କୁ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା । ହେଲେ ଏଥିରେ ରାଜି ହୋଇନଥିଲେ ସିଦ୍ଧୁ। କୁହାଯାଏ ସିଦ୍ଧୁଙ୍କୁ ଚଣ୍ଡିଗଡ଼ ଆସନରୁ ବିଜେପି ପକ୍ଷରୁ ପ୍ରତିଦ୍ବନ୍ଦିତା କରିବାକୁ କୁହାଯାଇଥିଲା। ସେତେବେଳକୁ ଅକାଳୀ ଦଳ ସହ ମଧ୍ୟ ସିଦ୍ଧୁଙ୍କ ମତଭେଦ ରହିଥିଲା। ଏଥିପାଇଁ ଅକାଳୀ ଦଳ ସିଦ୍ଧୁଙ୍କୁ ସମର୍ଥନ ଦେବାକୁ ମନା କରିଦେଇଥିଲା।

2014ରେ ଅମୃତସର ଆସନରୁ ପରାଜିତ ହୋଇଥିଲେ ଅରୁଣ ଜେଟଲୀ । ଫଳରେ ନିଜ ରାଜନୈତିକ ଗୁରୁଙ୍କ ସହ ହିଁ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସେ ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ମଧ୍ୟ ସେ ଆମ ଆଦମୀ ପାର୍ଟୀରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଶେଷରେ କଂଗ୍ରେସର ହାତ ଧରିଥିଲେ ନବଜୋତ ।

କଂଗ୍ରେସରେ ମଧ୍ୟ ସିଦ୍ଧୁଙ୍କର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ବିବାଦ ଦେଖା ଦେଇଥିଲା। କ୍ରମାଗତ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହେଉଥିବା ସିଦ୍ଧୁଙ୍କୁ ଶେଷରେ ଦଳ ପ୍ରଦେଶ ଅଧ୍ୟକ୍ଷର ମୁକୁଟ ପିନ୍ଧାଇଥିଲା ।

ବର୍ତ୍ତମାନ ସିଦ୍ଧୁଙ୍କ ଆଗରେ କଣ୍ଟା ସାଜିଥିବା କ୍ୟାପ୍ଟେନ ପଞ୍ଜାବ କଂଗ୍ରେସ କ୍ରିଜ୍‌ରୁ ବିଦା ହୋଇ ପ୍ୟାଭିଲିଅନ ଫେରିସାରିଛନ୍ତି । ଯାହା ସିଦ୍ଧଙ୍କୁ ନିଜ ରାଜନୈତିକ ପିଚ ମଜବୁତ କରିବାକୁ ସୁଯୋଗ ମିଳିଯାଇଛି । ଯଦିଓ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି, ତଥାପି କ୍ୟାପ୍ଟେନସିପ୍ ତାଙ୍କ ପାଖରେ ରହିବ ଏକଥାକୁ ଜୋର ଦେଇ କୁହାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.