ETV Bharat / bharat

ଅମ୍ରିତପାଲ ସହଯୋଗୀ ଜୋଗା ସିଂ ଗିରଫ, ପଳାତକର ନିକଟତର ପୋଲିସ !

ଅମ୍ରିତପାଲର ଡ୍ରାଇଭର ତଥା ସହଯୋଗୀ ଜୋଗା ସିଂଙ୍କୁ ଗିରଫ କଲା ପୋଲିସ । ଅମ୍ରିତପାଲର ମୋବାଇଲ ବ୍ୟବହାର କରି ପୋଲିସକୁ ଦେଉଥିଲା ଚକମା । ଅଧିକ ପଢନ୍ତୁ

author img

By

Published : Mar 31, 2023, 9:01 PM IST

Amritpal aide arrested
Amritpal aide arrested

ଚଣ୍ଡିଗଡ଼: ୱାରିସ ପଞ୍ଜାବ ଦେ'ର ମୁଖ୍ୟ ତଥା ପଳାତକ ଅମ୍ରିତପାଲ ସିଂର ଅନ୍ୟ ଜଣେ ସହଯୋଗୀକୁ ଗିରଫ କଲା ପଞ୍ଜାବ ପୋଲିସ । ଜୋଗା ସିଂ ଗିରଫ ହେବା ପରେ ପୋଲିସ ଖଲିସ୍ତାନୀ ନେତାର ନିକଟତର ହେଉଛି ବୋଲି ଚର୍ଚ୍ଚା ହେଉଛି । ଜୋଗା ନିକଟରୁ ଅମ୍ରିତପାଲ ସମ୍ପର୍କରେ ଅନେକ ତଥ୍ୟ ମିଳିବାର ସମ୍ଭାବନା ରହିଛି । ଏହି ତଥ୍ୟ ଆଧାରରେ ପଳାତକ ଅମ୍ରିତପାଲକୁ ପୋଲିସ ଗିରଫ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

ଅମ୍ରିତପାଲ ସହଯୋଗୀ ଜୋଗା ସିଂ ଗିରଫ
ଅମ୍ରିତପାଲ ସହଯୋଗୀ ଜୋଗା ସିଂ ଗିରଫ

ଲୁଧିଆନାର ଏକ ମୋବାଇଲ ଫୋନ ଦୋକାନରୁ ଜୋଗାକୁ କାବୁ କରିଛି ପଞ୍ଜାବ ପୋଲିସ । ଜୋଗା ଗତ ୨ ସପ୍ତାହ ପୂର୍ବରୁ ଅମ୍ରିତପାଲ ସିଂ ସହିତ ପଳାୟନ କରିଥିଲା । ହେଲେ ଶୁକ୍ରବାର ଲୁଧିଆନାର ସୋନେୱାଲରୁ ପୋଲିସ ତାକୁ ଗିରଫ କରିଛି । ଯେତେବେଳେ ପୋଲିସ ଅମ୍ରିତପାଲକୁ ଗିରଫ କରିବା ଲାଗି ପ୍ରସ୍ତୁତ ହେଉଥିଲା ଏହି ଖବର ପାଇ ଡ୍ରାଇଭର ଜୋଗା ସିଂ ଓ ସହଯୋଗୀ ପପଲପ୍ରିତ ସହିତ ପଳାୟନ କରିଥିଲା ଅମ୍ରିତପାଲ । ପୋଲିସର କହିବାନୁସାରେ ଜୋଗା ଅମ୍ରିତପାଲର ନିର୍ଦ୍ଦେଶକ୍ରମେ ତା'ର ମୋବାଇଲକୁ ଚଳାଉଥିଲା । ଯାହାଦ୍ବାରା ପୋଲିସ ଅମ୍ରିତପାଲକୁ ଖୋଜିବାରେ ବାଟବଣା ହେବ ।

ଏହା ବି ପଢନ୍ତୁ-Amritpal Singh New Video: ମୁଁ ପଳାତକ ନୁହେଁ ଖୁବ ଶୀଘ୍ର ସାମ୍ନାକୁ ଆସିବି କହିଲା ଅମ୍ରିତପାଲ ସିଂ

ପୋଲିସ ଜୋଗା ସିଂର ମୋବାଇଲ ଫୋନକୁ ଟ୍ରାକ କରି ଅମ୍ରିତପାଲ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଥିଲେ । ମାତ୍ର ଜୋଗାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ ସୁଦ୍ଧା ଏବେ ବି ପୋଲିସକୁ ଚକମା ଦେବାରେ ସଫଳ ହୋଇଛି ଅମ୍ରିତପାଲ । ଏହାରି ମଧ୍ୟରେ ଅମ୍ରିତପାଲ ୨ଟି ଭିଡିଓ ଜାରି କରିଛି । ସେ ଆତ୍ମସମର୍ପଣ କରିବ ନାହିଁ ବୋଲି ଦୃଢତାର ସହିତ ଭିଡିଓ ଜାରି କରି କହିଛି । ଗତ ୧୪ ଦିନ ଧରି ଅମ୍ରିତପାଲକୁ ଦେଶର ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ । ହେଲେ ଅମ୍ରିତପାଲ ବାରମ୍ବାର ନିଜ ସ୍ଥାନ ବଦଳାଇବାରେ ଲାଗିଛି ।

ସେପଟେ ଅମ୍ରିତପାଲକୁ ଧରିବାରେ ପୋଲିସ ବିଫଳ ହୋଇଥିବାରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପୋଲିସ ଉପରେ ବର୍ଷିଛନ୍ତି । ୮୦ ହଜାର ପୋଲିସ ଅଧିକାରୀ ରହିଥିବା ବେଳେ ଏଯାବତ ଅମ୍ରିତପାଲକୁ ଧରିପାରିନାହାନ୍ତି । ସେମାନେ କଣ କରୁଛନ୍ତି ଏବଂ ଅମ୍ରିତପାଲ ଖସି ପଳାଇବାରେ କିପରି ସକ୍ଷମ ହେଲା ? ପଞ୍ଜାବ ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି କୋର୍ଟ । ଏହା କେବଳ ଇଣ୍ଟେଲିଜେନ୍ସିର ବିଫଳତା ବୋଲି ମଧ୍ୟ କହିଛନ୍ତି କୋର୍ଟ ।

ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଅମ୍ରିତପାଲ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ସହ ତାର ସମ୍ପର୍କ ରହିଛି । ଏହି ସଂସ୍ଥାର ନିର୍ଦ୍ଦେଶକ୍ରମେ ଶିଖ ଯୁବଗୋଷ୍ଠୀଙ୍କୁ ନେଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ଅମ୍ରିତପାଲ । ଦୁବାଇରେ ଥିବା ସମୟରେ ଅମ୍ରିତପାଲ ଏହି ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ସଂସ୍ପର୍ଶରେ ଆସିଥିଲା । ଏହି ମାମଲାରେ ଏଯାବତ ୧୦୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଯାବତ ଧରାପଡ଼ିନାହିଁ ଅମ୍ରିତପାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.