ETV Bharat / bharat

12ବର୍ଷ ପରେ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କଲେ ଛାତ୍ରୀ, ନିଜ ଖର୍ଚ୍ଚରେ ବିମାନରେ ଉଡାଇଲେ ପ୍ରିନ୍ସିପାଲ

author img

By

Published : Jan 8, 2023, 5:21 PM IST

ପିଲାଙ୍କୁ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଭିନ୍ନ ଢଙ୍ଗରେ ଉତ୍ସାହିତ କଲେ ପ୍ରିନ୍ସିପାଲ (air travel to offers to students)। ପୂର୍ବ ପ୍ରତିଶୃତି ପାଳନ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ କରାଇଲେ ବିମାନ ଯାତ୍ରା । ପରୀକ୍ଷା ପୂର୍ବରୁ ଦେଇଥିଲେ ପ୍ରତିଶୃତି । ଅଧିକ ପଢନ୍ତୁ

ନିଜ ଖର୍ଚ୍ଚରେ ବିମାନରେ ଉଡାଇଲେ ପ୍ରିନ୍ସିପାଲ
ନିଜ ଖର୍ଚ୍ଚରେ ବିମାନରେ ଉଡାଇଲେ ପ୍ରିନ୍ସିପାଲ

ହାଇଦ୍ରାବାଦ: ରାଜ୍ୟ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖି କୃତିତ୍ବ ହାସଲ କରିଥିବା ମେଧାବୀ ଛାତ୍ରୀଙ୍କୁ ନିଆରା ଉପହାର ପ୍ରଦାନ କରିଛନ୍ତି ପ୍ରିନ୍ସିପାଲ । ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରିଥିବା 2ଛାତ୍ରୀଙ୍କୁ ସ୍କୁଲର ପ୍ରନ୍ସିପାଲ (air travel to offers to students) ବିମାନରେ ଯାତ୍ରା କରାଯାଇଛନ୍ତି । ତେବେ ଏପରି କାର୍ଯ୍ୟ କୌଣସି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନୁହନ୍ତି ବରଂ ପଞ୍ଜାବର ଫିରୋଜପୁର ଜିଲ୍ଲାର ଏକ ସରକାରୀ ସ୍କୁଲର ଜଣେ ପ୍ରିନ୍ସିପାଲଙ୍କ ଦ୍ବାରା କରାଯାଇଛି । ଯାହା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଫିରୋଜେପୁରର ଜିରାରେ ଥିବା ଶହୀଦ ଗୁରୁଦାସ ରାମ ସ୍ମାରକୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ରାକେଶ ଶର୍ମା ନିଜ ଖର୍ଚ୍ଚରେ ଦ୍ବାଦଶ ଶ୍ରେଣୀର ଦୁଇ କୃତି ଛାତ୍ରୀଙ୍କୁ ବିମାନରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗୋଆ ପଠାଇଛନ୍ତି (air travel to offers to students)। ସେହିପରି ଅନ୍ୟ ଦୁଇ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ମଧ୍ୟ ସେ ନିକଟରେ ବିମାନରେ ଦିଲ୍ଲୀ ପଠାଇବେ ବୋଲି ସୂଚନା ଦେଇଛନ୍ତି ।

ତେବେ ପ୍ରିନ୍ସିପାଲ ଶର୍ମାଙ୍କ କହିବା ଅନୁସାରେ, ବିଦ୍ୟାଳୟର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନେ ଗତ 12ବର୍ଷ ଧରି ରାଜ୍ୟ ଶିକ୍ଷା ବୋର୍ଡର ପରୀକ୍ଷାର ଆଶାନୁରୂପକ ସଫଳତା ହାସଲ କରି ପାରିନଥିଲେ । ରାଜ୍ୟସ୍ତରୀୟ ମେଧା ତାଲିକାରେ ପୂର୍ବରୁ ସ୍କୁଲର ଛାତ୍ରୀଙ୍କ ନାମ ଆସୁନଥିଲା । ତେବେ ଚଳିତବର୍ଷ ପରୀକ୍ଷାରେ ସେ ଭଲ ପ୍ରଦର୍ଶନ କରିବାକୁ ସେ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ଘୋଷଣା କରିଥିଲେ । ପିଲାମାନେ ଭଲ ଫଳାଫଳ କଲେ ସେମାନେ ଯାହା ଇଚ୍ଛା କରିବେ ସେ ସେମାନଙ୍କର ଇଚ୍ଛା ପୂରଣ କରିବେ ବୋଲି ପ୍ରିନ୍ସିପାଲ ଶର୍ମା କହିଥିଲେ । ପିଲାମାନେ ବିମାନରେ ଉଡିବା ପାଇଁ ଇଚ୍ଛା ରଖିଥିବା ପ୍ରିନ୍ସିପାଲଙ୍କୁ ଜଣାଇଥିଲେ ।

ତେବେ ଚଳିତ ବର୍ଷ ରାଜ୍ୟ ବୋର୍ଡ ପରୀକ୍ଷାରେ ସ୍କୁଲର ଦୁଇ ଦଶମ ଶ୍ରେଣୀ ଓ ଦୁଇଜଣ ଦ୍ବାଦଶ ଶ୍ରେଣୀ ଛାତ୍ରୀ ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରି ମେଧା ତାଲିକାରେ ସ୍ଥାନ ପାଇଛନ୍ତି । ଦ୍ବାଦଶ ଶ୍ରେଣୀର ଛାତ୍ରୀ ଭଜନପ୍ରୀତ କୌର ଏବଂ ସିମ୍ରଜିତ କୌରଙ୍କୁ ପୂର୍ବ ପ୍ରତିଶୃତି ରକ୍ଷା କରି ପ୍ରିନ୍ସିପାଲ ଶର୍ମା ଗତବର୍ଷ ନଭେମ୍ବରରେ ବିମାନରେ ଅମୃତସରରୁ ଗୋଆ ପଠାଇଥିଲେ । ସେମାନେ ସେଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନୋଭେସନ୍ ଆଣ୍ଡ ଇନଭେନ୍ସନ ଏକ୍ସିବିସନରେ (INEX-2022)ରେ ଭାଗ ନେଇଥିଲେ।

ସେହିପରି ଅନ୍ୟ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମଧ୍ୟ ଚଳିତମାସ ଶେଷ ସପ୍ତାହ ସୁଦ୍ଧା ବିମାନରେ ଦିଲ୍ଲୀ ପଠାଇବା ପାଇଁ ଯୋଜନା ରଖିଥିବା କହିଛନ୍ତି ରାକେଶ ଶର୍ମା । ସେମାନେ ଜାତୀୟ ରାଜଧାନୀର ବିଭିନ୍ନ ଐତିହାସିକ ସ୍ଥାନ ପରିଦର୍ଶନ କରି ପଞ୍ଜାବ ଫେରିବେ । ତେବେ ପ୍ରିନ୍ସପାଲ କହିଛନ୍ତି, "ଏହି ଦୁଇଜଣ ଛାତ୍ରୀ ବିମାନ ଉଡିବାର ସୁଯୋଗ ପାଇବା ପରେ ଅନ୍ୟ ଛାତ୍ରୀଙ୍କ ମଧ୍ୟରେ ପରିଶ୍ରମ କରିବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଆଉ 22ଜଣ ଛାତ୍ରଛାତ୍ରୀ ଚଳିତ ପରୀକ୍ଷାରେ ଭଲ ଫଳାଫଳ କରିବାକୁ ଆଶା ବାନ୍ଧିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.