ETV Bharat / bharat

PM's Security breach: SCରେ ମାମଲା, ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ପଞ୍ଜାବ ସରକାର

author img

By

Published : Jan 6, 2022, 1:57 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଥିବା ବେଳେ ସେଠାରେ ତାଙ୍କ ଗସ୍ତ ପ୍ରୋଟୋକଲରେ ଚରମ ଅବହେଳା ପ୍ରଦର୍ଶନ କରିଥିଲେ ପଞ୍ଜାବ ପୋଲିସ । ଏ ଘଟଣା ନେଇ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି । ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି (Punjab constitutes high-level committee) । ଅଧିକ ପଢନ୍ତୁ

SCରେ ମାମଲା, ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ପଞ୍ଜାବ ସରକାର

ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଥିବାବେଳେ ସେଠାରେ ତାଙ୍କ ଗସ୍ତ ପ୍ରୋଟୋକଲରେ ଚରମ ଅବହେଳା ପ୍ରଦର୍ଶନ କରିଥିଲେ ପଞ୍ଜାବ ପୋଲିସ । ଫଳରେ ପ୍ରଧାନମନ୍ତ୍ରୀଙ୍କ କନଭଏ ଏକ ଫ୍ଲାଏଓଭର ଉପରେ ପ୍ରାୟ 20 ମିନିଟ୍ ଧରି ଅଟକି ରହିଥିଲା । ଏ ଘଟଣା ନେଇ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି । ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି (Punjab constitutes high-level committee)। ଏହା ସହ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ଆସନ୍ତାକାଲି ସିଜେଆଇଙ୍କ ଖଣ୍ଡପୀଠରେ ଶୁଣାଣି କରାଯିବ ।

ଘଟଣାକୁ ସମାଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପଞ୍ଜାବ ସରକାରଙ୍କୁ ବିସୃତ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର । ପଞ୍ଜାବରେ ଗୋଟିଏ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଡ଼ି ଫ୍ଲାଏଓଭରରେ ଫସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ଲାଏଓଭର୍‌ରେ ତାଙ୍କ ଗାଡ଼ି ୨୦ ମିନିଟ୍‌ ଧରି ଫସି ରହିବା ଯୋଗୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ହୁସେନାୱାଲା ଠାରେ ଥିବା ଏକ ଜାତୀୟ ଶହୀଦ ମେମୋରିଆଲ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଭଟିଣ୍ଡାରେ ଅବତରଣ କରିଥିଲେ। ତାଙ୍କୁ ହେଲିକପ୍ଟର ଯୋଗେ କାର୍ଯ୍ୟକ୍ରମ ସ୍ଥଳକୁ ଯାତ୍ରା କରିବାକୁ ଥିବା ବେଳେ ପ୍ରବଳ ବର୍ଷା ଓ ଭିଜିବିଲିଟି କମ ହେତୁ 20 ମିନିଟ ଅପେକ୍ଷା କରାଯିବା ପରେ ହେଲିକପ୍ଟର ଯାତ୍ରାକୁ ବାତିଲ କରାଯାଇଥିଲା । ପରେ ସଡକ ପଥ ମାଧ୍ୟମରେ ସଭାସ୍ଥଳ ଜାତୀୟ ଶହୀଦ ମେମୋରିଆଲରେ ପହଞ୍ଚିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ସମ୍ପର୍କିତ ପ୍ରୋଟୋକଲରେ ଖିଲାପ କରିଥିଲା ପଞ୍ଜବ ପୋଲିସ । ଫଳରେ ସଭାସ୍ଥଳ ଠାରୁ ମାତ୍ର 30 କିମି ପୂର୍ବରୁ ବିରୋଧକାରୀଙ୍କ ପ୍ରଦର୍ଶନ ଯୋଗୁ ପ୍ରଧାନମନ୍ତ୍ରୀଙ୍କ କନଭୟଙ୍କୁ ଅଟକିବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.