ETV Bharat / bharat

Punjab Result: ମୋବାଇଲ ମେକାନିକଙ୍କ ଠାରୁ ହାରିଲେ ମୁଖ୍ୟମନ୍ତ୍ରୀ ଚନ୍ନି - ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାଜୟ

ପଞ୍ଜାବରେ AAPର ଐତିହାସିକ ବିଜୟ । ଦୁଇ ଆସନରୁ ହାରିଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଚର୍ଚ୍ଚାରେ ନବାଗତ ମୋବାଇଲ ମେକାନିକ ପ୍ରାର୍ଥୀ ଲଭ ସିଂ ଓଗୋକେ । ଅଧିକ ପଢନ୍ତୁ

Punjab poll result: ମୋବାଇଲ ଦୋକାନୀଙ୍କୁ ଠାରୁ ହାରିଲେ ମୁଖ୍ୟମନ୍ତ୍ରୀ ଚନ୍ନି

author img

By

Published : Mar 10, 2022, 10:45 PM IST

ଚଣ୍ଡିଗଡ: ପଞ୍ଜାବରେ ଶାସକ କଂଗ୍ରେସର ଶୋଚନୀୟ ପରାଜୟ ଯେତିକି ଚର୍ଚ୍ଚାରେ ରହିଛି ତାହା ଠାରୁ ଅଧିକ ଚର୍ଚ୍ଚାରେ ରହିଛି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଦୁଇ ଆସନରୁ ହାର । ଏହାରି ମଧ୍ୟରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ୩୭ ହଜାର ଭୋଟ ବ୍ୟବଧାନରେ ନିର୍ବାଚନୀ ମୈଦନରେ ପରାଜୟର ସ୍ବାଦ ଚଖାଇଥିବା AAPର ଜଣେ ସାଧାରଣ ନବାଗତ ଯୁବ ପ୍ରାର୍ଥୀ ଲଭ ସିଂ ଓଗୋକେ ।

ଲଭ ସିଂ ଜଣେ ସାଧାରଣ ଯୁବକ ଯିଏକି ଜଣେ ମୋବାଇଲ ମରାମତି ଦୋକାନରେ ମେକାନିକ ଭାବେ କର୍ଯ୍ୟ କରନ୍ତି । ତେବେ କେବଳ ସେ ନିଜେ ନୁହନ୍ତି ପରିବାର ମଧ୍ୟ ବେଶ୍ ସାମାନ୍ୟ ପୃଷ୍ଠଭୂମୀର ରହିଛି । ଲଭ ସିଂଙ୍କ ବାପା ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବାବେଳେ ମା’ ଏକ ସ୍କୁଲରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ପାରିବାରିକ ସମସ୍ୟା ମଧ୍ୟରେ ମାତ୍ର ଦ୍ବାଦଶ ପର୍ଯ୍ଯନ୍ତ ପାଠ ପଢିଥିବା ଲଭ ସିଂ ଏକ ମୋବାଇଲ ମରାମତି କେନ୍ଦ୍ରରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

ଅତ୍ୟନ୍ତ ସାଧାରଣ ତଥା ବିନା କୌଣସି ରାଜନୈତିକ ପୃଷ୍ଠଭୂମୀ ସତ୍ତ୍ବେ ମଧ୍ୟ ସେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ସାହାସ ଜୁଟାଇ ପାରିଥିଲେ । ଜଣେ ଅନଭିଜ୍ଞ ଯୁବ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା ଆମ ଆଦମୀ ପାର୍ଟି । ନିର୍ବାଚନରେ ପ୍ରଚାର ବେଳେ ସେ ନିଜକୁ ଜଣେ ସାଧାରଣ ବ୍ୟକ୍ତି ଭାବେ ଅବିହିତ କରି ଭୋଟ ଭିକ୍ଷା କରିଥିଲେ ।

ଆଜି ଫଳାଫଳ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ନବାଗତ ଯୁବ ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦିତା କରିନପାରି ଜଣେ ମୁଖ୍ୟମନ୍ତ୍ରୀ ପରାଜୟ ହେବା ଚର୍ଚ୍ଚାକୁ ଆସିଛି । ଅନ୍ୟପଟେ କେବଳ ଲଭ ସିଂ ନୁହନ୍ତି ତାଙ୍କ ଦଳ ଆମ ଆଦମି ପାର୍ଟି ମଧ୍ୟ ପୂର୍ଣ୍ଣ ବହୁମତ ସହ କ୍ଷମତା ହାସଲ କରି ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ହରାଇ ନର୍ବାଚିତ ହୋଇଥିବା ଯୁବ ବିଧାୟକଙ୍କୁ ଦଳ ନୂଆ ସରକାରରେ କଣ ଦାୟିତ୍ବ ଦେଉଛି ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.