ଅମୃତସର: ପଠାନକୋଟ ଆକ୍ରମଣକୁ ନେଇ ବିଧାନସଭାରେ ବିବୃତି ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ତେବେ ପଠାନକୋଟ ଆକ୍ରମଣ ପରେ ମିଲିଟାରୀ ଅପରେସନ ହୋଇଥିବା ବେଳେ ଏନେଇ ମୋତେ ଏକ ଚିଠି ଆସିଥିଲା । ଏହି ଚିଠିରେ ସୈନ୍ୟ ଯାଇଥିବା କାରଣରୁ ପଞ୍ଜାବକୁ ୭.୫ କୋଟି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା ।
ତେବେ ଏହି ଘଟଣାରେ ମୁଁ ( ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ) ଓ ସାଧୁ ସିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବା ସହ ଏହି ଟଙ୍କା ଆମ ସାଂସଦ ପାଣ୍ଠିରୁ କାଟି ନେଇ ଯାଆନ୍ତୁ ବୋଲି କହିଥିବା କହିଥିଲେ । ଏଥିସହ ଏକ ଲିଖିତ ଚିଠି ମାଗିଥିଲୁ ଯେ, ପଞ୍ଜାବ ଭାରତର ଅଂଶ ଏବଂ ପଞ୍ଜାବ ଦେଶରୁ ସାମରିକ କାର୍ଯ୍ୟାନୁଷ୍ଠାନ ସୈନ୍ୟବାହିନୀ ଭଡାରେ ଆଣିଥିଲୁ ବୋଲି ଉଲ୍ଲେଖ କରିବାକୁ ସେ କହିଥିବା ଆଜି ଗୃହରେ କହିଛନ୍ତି । ଫଳରେ ପଞ୍ଜାବରେ ନୂଆ ସରକାର ଆସୁ ଆସୁ କେନ୍ଦ୍ର ସହ ଟକ୍କର ନେବା ଆରମ୍ଭ କରିଛି ।
ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତି ପରେ ରାଜନୀତି ଜୋର ଧରିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତି ପରେ କେନ୍ଦ୍ର ସରକାର କଣ ପ୍ରତିକ୍ରିୟା ରଖୁଛନ୍ତି ଦେଖିବାକୁ ବାକି ରହିଲା ।
@ANI