ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଏଏସଆଇ ମୋହନ ଲାଲଙ୍କୁ ରାଷ୍ଟ୍ରପତି ଗ୍ୟାଲେଣ୍ଟ୍ରି ପୋଲିସ୍ ପଦକ(PPMG) ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି। ସେ ଜାମ୍ମୁ କାଶ୍ମୀରରେ ଫେବୃଆରୀ 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ମୋହନ ଲାଲଙ୍କ ସମେତ 131ଜଣ ସିଆରପିଏଫ କର୍ମଚାରୀଙ୍କୁ ମଧ୍ୟ ଗ୍ୟାଲେଣ୍ଟ୍ରି ଆୱାର୍ଡ ଦିଆଯିବ । 2021 ଗଣତନ୍ତ୍ର ଦିବସରେ ଏହି ସମ୍ମାନଜନକ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ।
ପୁଲୱାମା ଆକ୍ରମଣରେ ଶହୀଦ 40 ଜଣ ସିଆରପିଏଫ୍ କର୍ମଚାରୀଙ୍କ ମଧ୍ୟରେ ଥିଲେ ମୋହନ ଲାଲ୍ । ଏହି ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରି ଜୈସ-ଏ-ମହମ୍ମଦର ଠିକଣାକୁ ଧ୍ବଂସକୁ କରିଦେଇଥିଲା । ତେବେ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ମୋଟ 946 ପୋଲିସ ପଦକ ବିଷୟରେ ଘୋଷଣା କରାଯାଇଛି । ଏଥିରେ 2ଟି PPMG, 205ଟି ଗ୍ୟାଲେଣ୍ଟ୍ରି ପୋଲିସ ପଦକ(PMG), 89ଟି ରାଷ୍ଟ୍ରପତି ପୋଲିସ ପଦବୀ(PPM) ଓ ସମ୍ମାନଜନକ ସେବା ପାଇଁ 650ଟି ପୋଲିସ ପଦକ(PM) ଘୋଷଣା କରାଯାଇଛି ।
ଅନ୍ୟପକ୍ଷେ ସିଆରପିଏଫ ସର୍ବାଧିକ ପଦକ ଅକ୍ତିଆର କରଛି । ଉତ୍ତରପ୍ରଦେଶ ପୋଲିସ ପାଇଁ 97ଟି ପଦକ ଓ ବିଏସଏଫ୍ ଓ ଜାମ୍ମୁ-କାଶ୍ମୀର ପୋଲିସଙ୍କ ପାଇଁ 71ଟି ଲେଖାଏଁ ପଦବୀ ଘୋଷଣା ହୋଇଛି । 207 ଗ୍ୟାଲେଣ୍ଟି ଆୱାର୍ଡ ମଧ୍ୟରୁ ଜାମ୍ମୁକାଶ୍ମୀରେ କାର୍ଯ୍ୟରତ ଅଧିକାରୀଙ୍କୁ 137, ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବା ପାଇଁ 24 ଆୱାର୍ଡ ଓ ଗୋଟିଏ ଉତ୍ତରପୂର୍ବ ଅଂଶରେ କାର୍ଯ୍ୟରତ ଅଧିକାରୀଙ୍କୁ ମିଳିଛି ।