ETV Bharat / bharat

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର - କଂଗ୍ରେସ ସରକାର

କଂଗ୍ରେସ-ଡିଏମକେ ସରକାର
କଂଗ୍ରେସ-ଡିଏମକେ ସରକାର
author img

By

Published : Feb 22, 2021, 11:35 AM IST

Updated : Feb 22, 2021, 12:21 PM IST

11:30 February 22

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ପୁଡୁଚେରୀ: ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର । ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ  । ଗୃହରେ ବହୁମତ ସାବ୍ୟସ୍ତ କରିପାରିଲେନି ମୁଖ୍ୟମନ୍ତ୍ରୀ । ଆସ୍ଥା ଭୋଟ ପରେ ଭାଙ୍ଗିଲା କଂଗ୍ରେସ ସରକାର । ସରକାର ଆସ୍ଥା ଭୋଟରେ ପରାସ୍ତ ହୋଇଥିବା କହିଲେ ବାଚସ୍ପତି । 

ସୂଚନାଥାଉକି, କିଛି ଦିନ ଧରି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଦେଖାଦେଇଥିଲା ରାଜନୈତିକ ଅସ୍ଥିରତା । ପୁଡୁଚେରୀରେ ଶାସକ କଂଗ୍ରେସ-ଡିଏମକେ ମେଣ୍ଟ ସରକାରରୁ କିଛି ବିଧାୟକ ଇସ୍ତଫା ଦେବା ପରେ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା । ତେବେ ସରକାର ବହୁମତରେ ଥିବା ଜଣାଇବା ପାଇଁ ଆଜି ବିଧାନସଭାରେ ଆସ୍ଥା ଭୋଟ ହୋଇଥିଲା ।  

ଆଜି(ସୋମବାର) ଆସ୍ଥା ଭୋଟ କରିବାକୁ ଉପରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ନିର୍ଦ୍ଦେଶ ଦେଇଥିଲେ । ଦୁଇ କଂଗ୍ରେସ ବିଧାୟକ ଏ ଜନ କୁମାର, ଲକ୍ଷ୍ମୀନାରାୟଣ ଓ ଡିଏମକେ ବିଧାୟକ କେ ଭେଙ୍କଟେସାନ ଇସ୍ତଫା ଦେବାପରେ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା ।  

ଚଳିତ ବର୍ଷ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ତା ପୂର୍ବରୁ ପୁଡୁଚେରୀରେ ସରକାର ଭାଙ୍ଗିଯାଇଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 22, 2021, 12:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.