ETV Bharat / bharat

LPG ଗ୍ୟାସ ଉପରେ ୩୦୦ ଟଙ୍କା ସବସିଡି ଘୋଷଣା କଲେ ପୁଡୁଚେରୀ ସରକାର - LPG ଗ୍ୟାସ ଉପରେ ସବସିଡି ଘୋଷଣା କଲେ ପୁଦୁଚେରୀ ସରକାର

ଚଳିତ ବର୍ଷ ୨୦୨୩- ୨୪ ଆର୍ଥିକ ବଜେଟରେ ଘରୋଇ ଇନ୍ଧନ ଗ୍ୟାସ ଉପରେ ସବସିଡି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ପୁଡୁଚେରୀ ସରକାର । ଅଧିକ ପଢ଼ନ୍ତୁ

lpg subsidy of rs 300 in Puduchchery
ପୁଦୁଚେରୀରେ LPG ଗ୍ୟାସ ଉପରେ ୩୦୦ ଟଙ୍କା ସବସିଡି
author img

By

Published : Mar 13, 2023, 7:57 PM IST

ଚେନ୍ନାଇ: ଘରୋଇ ଇନ୍ଧନ ଗ୍ୟାସ ଉପରେ ସବସିଡି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ପୁଡୁଚେରୀ ସରକାର । ପୁଦୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କ ପାଇଁ ଏଲପିଜି ଗ୍ୟାସ ଉପରେ ମାସିକ ୩୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ସରକାର ୧୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୨୩- ୨୪ ଆର୍ଥିକ ବଜେଟରେ ପୁଦୁଚେରୀ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ବାମୀ ଏହି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Same-sex Marriage Pleas: ଏପ୍ରିଲ 18ରେ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି

ଏନେଇ ପୁଡୁଚେରୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଘରୋଇ ଇନ୍ଧନ ଗ୍ୟାସ ଉପରେ ସବସିଡି ପାଇଁ ସରକାର ୧୨୬ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ ମାସକ ଗୋଟିଏ ସିଲିଣ୍ଡର ପାଇଁ ୩୦୦ ଟଙ୍କା ସବସିଡି ଯୋଗାଇ ଦିଆଯିବ । ବର୍ଷକୁ ୧୨ଟି ଏଲପିଜି ଗ୍ୟାସ ସିଲିଣ୍ଡର ବାବଦକୁ ୩୦୦ ଟଙ୍କା ସବସିଡି ମିଳିବ । ରାସନ କାର୍ଡ ହିତାଧିକାରୀ ଏସପିଜି ସବସିଡି ଯୋଜନାର ଲାଭବାନ ହେବେ । ପ୍ରକାଶ ଥାଉକି, ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ପୁଡୁଚେରୀ ସରକାର ୧୧,୬୦୦ କୋଟି ଟଙ୍କାର ଟିକସମୁକ୍ତ ବଜେଟ ଉପସ୍ଥାପନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Parliament Budget Session: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଚଳିତ ଆର୍ଥିକ ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ପୁଡୁଚେରୀ ସରକାର । ବିଭନ୍ନ ଦେଶରୁ ତାମିଲ ପଣ୍ଡିତମାନଙ୍କ ଅଂଶଗ୍ରହଣରେ ଏଠାରେ ଏକ 'ବିଶ୍ବ ତାମିଲ ସମ୍ମିଳନୀ' ଆୟୋଜନ କରାଯିବାକୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ବାମୀ ସୂଚନା ଦେଇଛନ୍ତି । ଶ୍ରୀ ଅରୋବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ମୁଖ୍ୟ ଆକର୍ଷଣ ଭାବରେ ଏକ ଜାତୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରବାସୀ ଶ୍ରମିକ ବିରୋଧୀ ମନ୍ତବ୍ୟ ପାଇଁ ତାମିଲନାଡୁ ନେତାଙ୍କ ବିରୋଧରେ ମାମଲା

ଯାହା ଫଳରେ ଶ୍ରୀ ଅରୋବିନ୍ଦଙ୍କ ଦର୍ଶନ, ଯୋଗ, ଭାବନା, ସାହିତ୍ୟ, ଗବେଷଣାର ପ୍ରଚାର ପ୍ରସାର ହୋଇପାରିବ । ଏଥର ବଜେଟରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ଶିଶୁ ସୁରକ୍ଷା ଯୋଜନା କରିଛନ୍ତି ସରକାର । ଏହି ଯୋଜନା ଅଧିନରେ ୧୮ ବର୍ଷ ପର୍ଯ୍ୟନ୍ତ ବାଳିକାମାନେ ଯେକୌଣସି ଜାତୀୟ ବ୍ୟାଙ୍କରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏଫଡି (FD) କରିପାରିବେ । ଶିଳ୍ପ ଆରମ୍ଭ କରିବାକୁ ଥିବା ଉଦ୍ୟୋଗୀଙ୍କ ପାଇଁ ୧ ପ୍ରତିଶତ ସବିଡିସିର ବ୍ୟବସ୍ଥା କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.